ଖାଦ୍ୟ ଅର୍ଡର ଦେଇଥିଲେ, ଖାଇଲେ ଗୁଳି

June 14, 2019, ଦେଶ, , Anupambharat News Bureau


ଖାଦ୍ୟ ଅର୍ଡର ଦେଇଥିଲେ, ଖାଇଲେ ଗୁଳି
Anupambharat News Bureau
June 14, 2019

ନୂଆଦିଲ୍ଲୀ: ଦିଲ୍ଲୀର ବିକାଶପୁରୀରେ ଏକ ଅଭାବନୀୟ ଘଟଣା ଘଟିଛି । ମୋବାଇଲ୍‌ ଆପ୍‌ ଜରିଆରେ ଖାଦ୍ୟ ପ୍ୟାକେଟ୍‌ ଅର୍ଡର ଦେଇଥିବା ୩୫ ବର୍ଷୀୟ ଅମିତ କୋଚ୍ଚରଙ୍କୁ ତାଙ୍କ ଘର ସାମ୍ନାରେ ଗୁଳି କରି ହତ୍ୟା କରାଯାଇଛି । ଗତକାଲି ରାତିରେ ଅମିତ ଏବଂ ତାଙ୍କର ଦୁଇ ଜଣ ସାଙ୍ଗ ଅନଲାଇନ୍‌ରେ ଖାଦ୍ୟ ପାଇଁ ଅର୍ଡର ଦେଇଥିଲେ । କିଛି ସମୟ ପରେ ଘରର ବେଲ୍‌ ରିଙ୍ଗ ହେବାରୁ ଅମିତ ଖାଦ୍ୟ ପ୍ୟାକେଟ୍‌ ସଂଗ୍ରହ ପାଇଁ ବାହାରକୁ ଆସିଥିଲେ । ଏହି ସମୟରେ କିଛି ଅଜଣା ବ୍ୟକ୍ତି ତାଙ୍କ ସହ କଥା ହେବାକୁ ଚାହୁଁଥିବା କହି ଘର ବାହାରେ ପାର୍କିଙ୍ଗ ହୋଇଥିବା ଏକ କାର ମଧ୍ୟକୁ ନେଇଯାଇଥିଲେ । ସେଠାରେ ସେମାନେ ଅମିତଙ୍କୁ ଗୁଳି କରି ହତ୍ୟା କରିଥିଲେ । ଗୁଳି ଶବ୍ଦ ଶୁଣି ଅମିତଙ୍କ ଦୁଇ ଜଣ ସାଙ୍ଗ ବାହାରକୁ ଆସିଥିଲେ ହେଁ ଆକ୍ରମଣକାରୀମାନେ ତାଙ୍କୁ ମଧ୍ୟ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ । ଏହି ଘଟଣା ବେଳେ ଅମିତଙ୍କ ପତ୍ନୀ ଘରେ ନଥିଲେ । ସେ ଗୁରୁଗ୍ରାମରେ ଥିବା କଲ୍‌ ସେଣ୍ଟର୍‌ରେ କାର୍ଯ୍ୟ କରନ୍ତି । ଅମିତ ମଧ୍ୟ କଲ୍‌ ସେଣ୍ଟର୍‌ରେ କାର୍ଯ୍ୟ କରୁଥିଲେ । ହେଲେ ବର୍ତ୍ତମାନ ସ୍ଥିତିରେ ସେ ଚାକିରି ଛାଡ଼ି ଘରେ ରହିଥିଲେ । ହତ୍ୟା ପଛର କାରଣ କଣ, ତାହା ଏବେ ବି ସ୍ପଷ୍ଟ ହୋଇନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭାରତକୁ ଧମକ ଦେଲା ପାକିସ୍ତାନ

ଭାରତକୁ ଧମକ ଦେଲା ପାକିସ୍ତାନ

Read More...

ଶହୀଦଙ୍କ ଭଉଣୀଙ୍କୁ ନିଆରା ଢଙ୍ଗରେ ବିଦା କଲେ କମାଣ୍ଡୋବନ୍ଧୁ

ଶହୀଦଙ୍କ ଭଉଣୀଙ୍କୁ ନିଆରା ଢଙ୍ଗରେ ବିଦା କଲେ କମାଣ୍ଡୋବନ୍ଧୁ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page