ଶହୀଦଙ୍କ ଭଉଣୀଙ୍କୁ ନିଆରା ଢଙ୍ଗରେ ବିଦା କଲେ କମାଣ୍ଡୋବନ୍ଧୁ

June 14, 2019, ଦେଶ, , Anupambharat News Bureau


ଶହୀଦଙ୍କ ଭଉଣୀଙ୍କୁ ନିଆରା ଢଙ୍ଗରେ ବିଦା କଲେ କମାଣ୍ଡୋବନ୍ଧୁ
Anupambharat News Bureau
June 14, 2019

ରୋହତାସ୍‌,୧୪ଛ୬: ବିହାର ରୋହତାସ୍‌ ବାଦିଲଡିହର ଜଣେ ଶହୀଦ ଯବାନଙ୍କ ଭଉଣୀର ବିବାହ ସମୟରେ ତାଙ୍କୁ ନିଆରା ଢ଼ଙ୍ଗରେ ବିଦା କରିଛନ୍ତି ଗରୁଡ କମାଣ୍ଡୋ । ଅଶୋକ ଚକ୍ରରେ ସମ୍ମାନିତ ହୋଇଥିବା ତଥା ବାୟୁସେନାର ଗରୁଡ କମାଣ୍ଡୋ ଜ୍ୟୋତି ପ୍ରକାଶ ନିରାଲାଙ୍କ ଭଉଣୀଙ୍କ ବିବାହ ନିକଟରେ ଅନୁଷ୍ଠିତ ହୋଇଥିଲା । ଏହି ବିବାହରେ ବାୟୁସେନାର ଗରୁଡ କମାଣ୍ଡୋ ଓ ଅନ୍ୟ ସାଙ୍ଗମାନେ ମିଶି ତାଙ୍କର ବିବାହ ଖର୍ଚ୍ଚ ଉଠାଇବା ସହ ସମସ୍ତ ଆୟୋଜନ କରିଥିଲେ । ଏଥିସହ ଭାଇର ସବୁ ଦାୟିତ୍ୱ ଦେଇ ନିଆରା ଢ଼ଙ୍ଗରେ ଶହୀଦଙ୍କ ଭଉଣୀଙ୍କୁ ବିଦା କରିଥିଲେ । ଝିଅ ବିଦା ହେବା ସମୟରେ ଗରୁଡ କମାଣ୍ଡୋମାନେ ଝିଅର ପାଦତଳେ ସେମାନଙ୍କ ହାତ ରଖି ବିଦାୟ ଦେଇଥିଲେ । ଏହାକୁ ଦେଖି ସ୍ଥାନୀୟ ଲୋକ ଓ ପରିବାର ଲୋକେ ଗର୍ବ ଅନୁଭବ କରିଥିଲେ । ୨ ବର୍ଷ ପୂର୍ବରୁ ଅର୍ଥାତ୍‌ ୨୦୧୭ ନଭେମ୍ବର ୧୮ରେ ଜମ୍ମୁ କଶ୍ମୀରରେ ଜ୍ୟୋତି ପ୍ରକାଶ ୬ ଆତଙ୍କବାଦୀଙ୍କୁ ନିପାତ କରି ଶହୀଦ ହୋଇଥିଲେ । ଘରର ଏକ ମାତ୍ର ପୁଅ ହେବା ସହ ପରିବାର ପ୍ରତିପୋଷଣର ଦାୟିତ୍ୱ ସେ ଏକୁଟିଆ ତୁଲାଉଥିଲେଛ ସେ ଶହୀଦ ହେବା ପରେ ଘରର ମେରୁଦଣ୍ଡ ଭାଙ୍ଗିଯାଇଥିଲା । ତେବେ ଗରୁଡ଼ କମାଣ୍ଡୋ ବନ୍ଧୁଙ୍କ ଏଭଳି କାର୍ଯ୍ୟ ସବୁ ମହଲରେ ପ୍ରଶଂସା କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଖାଦ୍ୟ ଅର୍ଡର ଦେଇଥିଲେ, ଖାଇଲେ ଗୁଳି

ଖାଦ୍ୟ ଅର୍ଡର ଦେଇଥିଲେ, ଖାଇଲେ ଗୁଳି

Read More...

ହାତୀଙ୍କ ଉପଦ୍ରବ : ବ୍ୟାପକ ଫସଲ ହାନୀ, ଘର ଭାଙ୍ଗି ଖାଇଗଲେ ଧାନ

ହାତୀଙ୍କ ଉପଦ୍ରବ : ବ୍ୟାପକ ଫସଲ ହାନୀ, ଘର ଭାଙ୍ଗି ଖାଇଗଲେ ଧାନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page