 
      Anupambharat News Bureau
Anupambharat News Bureau
ଭଦ୍ରକ,୧୧ା୬ (ଅନୁପମ ମିଡିଆ): ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଆନୁକୂଲ୍ୟରେ ଜିଲ୍ଳା ପ୍ରଶାସନ ଦ୍ୱାରା ଆୟୋଜିତ ଏବଂ ସିଆର୍ଏସ୍ଆର୍ (ସେଣ୍ଟର ଫର ରିହାବିଲିଟେସନ ସର୍ଭିସ ଆଣ୍ଡ ରିସର୍ଚ୍ଚ) ଦ୍ୱାରା ପରିଚାଳିତ ନ୍ତକ୍ଷମତା ଏକ୍ସପ୍ରେସ’ ଆଜି ଜିଲ୍ଲ୍ାପାଳଙ୍କ କାର୍ଯ୍ୟାଳୟ ପରିସରରେ ଉଦXାଟିତ ହୋଇଛି । ଏହି ଏକ୍ସପ୍ରେସକୁ ଭଦ୍ରକ ବିଧାୟକ ବିଧାୟକ ସଂଜୀବ ମଲ୍ଲିକ, ଜିଲ୍ଲାପାଳ ଜ୍ଞାନ ଦାସ, ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ଉପଜିଲ୍ଲାପାଳ ପୀତାମ୍ବର ସାମଲ ପତାକା ହଲାଇ ଏହାର ଶୁଭାରମ୍ଭ କରିଥିଲେ । ଆଜି ପ୍ରଥମ ଦିନରେ ଏହି ଏକ୍ସପ୍ରେସ ଚାନ୍ଦବାଲି ବ୍ଳକ ଅଞ୍ଚଳର ନଳଗୋହିରା ଗ୍ରାମକୁ ଯାଇ ସେଠାରେ କ୍ୟାମ୍ପ କରିଥିଲା । ଏହି ଏକ୍ସପ୍ରେସରେ ଡାକ୍ତର, ଫିଜିଓଥେରାପିଷ୍ଟଙ୍କ ସହିତ ଅନ୍ୟାନ୍ୟ ବିଶେଷଜ୍ଞ ଉପସ୍ଥିତ ରହି ଭିନ୍ନକ୍ଷମ ଚିହ୍ନଟ କରିଥିଲେ । ଏମାନେ ଏକ୍ସପ୍ରେସ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ଭିନ୍ନକ୍ଷମ ଚିହ୍ନଟ, କାନ ପରୀକ୍ଷା, ସ୍କିନ ଥେରାପି, ମାନସିକ ସମ୍ବନ୍ଧୀୟ ପରୀକ୍ଷା, ଦୃଷ୍ଟିଶକ୍ତି ପରୀକ୍ଷା, ଭିନ୍ନକ୍ଷମ, ବୟସ୍କ ଓ କିନ୍ନରମାନଙ୍କ ପାଇଁ ପରାମର୍ଶ, ଭିନ୍ନକ୍ଷମମାନଙ୍କ ପାଇଁ ସହାୟକ ଉପକରଣ ନିରୂପଣ, କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ଆଦି ଯୋଗାଣ, ଧନ୍ଦାମୂଳକ ଓ ଦକ୍ଷତା ତାଲିମ ନିରୂପଣ ଭଳି ବିଭିନ୍ନ କାର୍ଯ୍ୟ କରିବେ । ଆଜି ନଳଗୋହିରାରେ ଚିହ୍ନଟ ହୋଇଥିବା ୧୪୧ଜଣଙ୍କ ମଧ୍ୟରେ ଦୃଷ୍ଟିଶକ୍ତି ବାଧିତ ୨୮, ଶ୍ରବଣ ବାଧିତ ୨୧, ଅସ୍ଥିଶଲ୍ୟ ଜନିତ ୩୯, ସାମାଜିକ ସୁରକ୍ଷା ଜନିତ ୧୯ଜଣଙ୍କ ସହିତ ଅନ୍ୟାନ୍ୟ କେତେକ ବିଭାଗରେ ପରୀକ୍ଷା ନୀରିକ୍ଷା କରାଯାଇଥିଲା । ଏହି ଶୁଭାରମ୍ଭ କାର୍ଯ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ହରେନ୍ଦ୍ର ଦେହୁରୀ, ସିଆର୍ଏସ୍ଆର୍ ମୁଖ୍ୟ ଭଗବାନ ପରିଡା, ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ବିରଞ୍ଚି ନାରାୟଣ ଅଧିକାରୀ, ଏମ୍ଭିଆଇ ଗୋପାଳକୃଷ୍ଣ ଦାସ, ଜିଲ୍ଲା ସୂଚନା ଅଧିକାରୀ ଗୋଲଖ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
