ପୋଲିସ ପରିଚୟ ଦେଇ ଲୁଟୁଥିଲେ , ୨ ଗିରଫ

June 11, 2019, ଓଡ଼ିଶା, , Anupambharat News Bureau


ପୋଲିସ ପରିଚୟ ଦେଇ ଲୁଟୁଥିଲେ , ୨ ଗିରଫ
Anupambharat News Bureau
June 11, 2019

କଟକ,୧୧ା୬ (ଅନୁପମ ମିଡିଆ): ପୋଲିସ ପରିଚୟ ଦେଇ ନିଛାଟିଆ ସ୍ଥାନରେ ମର୍ଣିିଂୱାକ୍‌ ବା ଇଭିନିଂ ୱାକ୍‌ କରୁଥିବା ବରିଷ୍ଠ ନାଗରିକଙ୍କୁ ଦାମୀ ସୁନା ଅଳଙ୍କାର ନ ପିନ୍ଧିବାକୁ ଉପଦେଶ ଦେବା ଛଳରେ ଲୁଟୁଥିବା ଏକ ଗ୍ୟାଙ୍ଗର ଦୁଇ ଜଣ ସଦସ୍ୟଙ୍କୁ ମାଲଗୋଦାମ ଥାନା ପୋଲିସ ମଧ୍ୟପ୍ରଦେଶ ସିଙ୍ଘୁରୁଆଳି ଜିଲ୍ଲାରୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମଧ୍ୟପ୍ରଦେଶ ସିଙ୍ଘୁରୁଆଳି ଜିଲ୍ଲା ଅନ୍ତର୍ଗତ ମୋରୱା ଥାନା ଅଧିନରେ ଥିବା ସର୍କିଟ ହାଉସ ରୋଡର ଜାଭେଦ ଅଲ୍ଲୀ(୩୫) ଓ ହୋସଙ୍ଗାବାଦ ଜିଲ୍ଲା ପିପିରିଆ ଥାନା ଅନ୍ତର୍ଗତ ଇନୋଭାୱାଟ୍‌ ର ସାଦିକ ଅଲ୍ଲୀ(୨୮) । ଅତିରିକ୍ତ ଡିସିପିି ତ୍ରିନାଥ ପଟେଲଙ୍କ ସୂଚନା ଅନୁଯାୟୀ ଗତ ମାସ ୧୩ ତାରିଖ ସକାଳ ସାଢେ ୮ଟା ସମୟରେ ମାଲଗୋଦାମ ଥାନା ଅନ୍ତର୍ଗତ ଯୋବ୍ରାର ଡ.ବାଂeାନିଧି ପରିଡାଙ୍କ ପତ୍ନୀ ଅନ୍ନପୂର୍ଣ୍ଣା ପରିଡା(୭୬) ପ୍ରାତଃ ଭ୍ରମଣରେ ଯାଉଥିବା ସମୟରେ ଏକ ବାଇକରେ ୩ ଜଣ ଯୁବକ ତାଙ୍କୁ ଯୋବ୍ରା ଦୁର୍ଗାଛକ ନିକଟରେ ଅଟକାଇ ସୁନା ଅଳଙ୍କାର ନ ପିନ୍ଧିି ଓହ୍ଲାଇ ଏକ କାଗଜରେ ରଖିବା ପାଇଁ ପରାମର୍ଶ ଦେଇଥିଲେ । ତଦନୁଯାୟୀ ଅନ୍ନପୂର୍ଣ୍ଣା ତାଙ୍କର ଦୁଇ ସୁନା ଚୁଡି ଓ ମୁଦି ସେମାନଙ୍କ ହାତକୁ ଦେଇଥିଲେ । ସେମାନେ ସେଗୁଡିକୁ ଏକ କାଗଜରେ ଗୁଡାଇ ଚତୁରତାର ସହ ଅନ୍ୟ ଏକ କାଗଜ ପୁଡିଆ ଧରାଇ ପଳାଇଥିଲେ । ଅନ୍ନପୂର୍ଣ୍ଣା ଘରେ କାଗଜ ଖୋଲି ସେଥିରେ ଭଙ୍ଗା କାଚ ଥିବା ଦେଖିବା ପରେ ଠକାମୀର ଶିକାର ହୋଇଥିବା ଜାଣି ମାଲଗୋଦାମ ଥାନାରେ ଅଭିଯୋଗ କରିଥିଲେ । ଏନେଇ ୯୦/୨୦୧୯ରେ ଆଇପିସି ୪୧୯, ୪୨୦ ଓ ୩୪ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲା । ସିସିଟିଭି ଫୁଟେଜ ୍‌ଯାଂଚରୁ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯିବା ପରେ ସେମାନଙ୍କୁ ଧରିବା ପାଇଁ ଡିସିପିଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇ ମଧ୍ୟପ୍ରଦେଶ ପଠାଯାଇଥିଲା । ଅଭିଯୁକ୍ତମାନେ କଟକ, ଭୁବନେଶ୍ୱର, ପୁରୀ ଓ ଖୋର୍ଦ୍ଧା ଆଦି ଅଂଚଳରେ ସମାନ ତରିକାରେ ଲୁଟ୍‌ କରିଥିବା ଜଣାପଡିଥିଲା । ଅଭିଯୁକ୍ତଙ୍କ ବିରୋଧରେ ମର୍କତନଗର ଥାନାରେ ୪ଟି, କ୍ୟାଂଟନମେଂଟ ଥାନାରେ ୩, ସିଡିଏ ଫେଜ ୨ ଥାନାରେ ଗୋଟିଏ, ଭୁବନେଶ୍ୱର ନୋସିଟି ଥାନାରେ ୨, ଚନ୍ଦ୍ରଶେଖରପୁର, ବଡଗଡ ଓ ନୟାପଲ୍ଲୀ ଥାନାରେ ଗୋଟିଏ ଲେଖାଏ ମାମଲା ରହିଥିବା ବେଳେ ପୁରୀ କୁମ୍ଭାରପଡା ଥାନାରେ ଗୋଟିଏ ମାମଲା ରହିଛି । ସେମାନଙ୍କ ଅନ୍ୟ ସହଯୋଗୀମାନଙ୍କୁ ଧରିବା ପାଇଁ ଚଢଉ ଜାରି ରହିଛି ବୋଲି ଶ୍ରୀ ପଟେଲ ସୂଚନା ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କ୍ଷମତା ଏକ୍ସପ୍ରେସ ଉଦXାଟିତ : ପ୍ରଥମ ଦିନରେ ୧୪୧ ଭିନ୍ନକ୍ଷମ ଚିହ୍ନଟ

କ୍ଷମତା ଏକ୍ସପ୍ରେସ ଉଦXାଟିତ : ପ୍ରଥମ ଦିନରେ ୧୪୧ ଭିନ୍ନକ୍ଷମ ଚିହ୍ନଟ

Read More...

ଆନ୍ଧ୍ରରେ ନିୟୋଜିତ ହେବେ ୫ ଉପ ମୁଖ୍ୟମନ୍ତ୍ରୀ

ଆନ୍ଧ୍ରରେ ନିୟୋଜିତ ହେବେ ୫ ଉପ ମୁଖ୍ୟମନ୍ତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page