ଥାନା ଆଗରୁ ଡିକି ଭାଙ୍ଗି ତିନି ଲକ୍ଷରୁ ଊର୍ଦ୍ଧ୍ୱ ଲୁଟ୍‌

June 06, 2019, ଓଡ଼ିଶା, , Anupambharat News Bureau


ଥାନା ଆଗରୁ ଡିକି ଭାଙ୍ଗି ତିନି ଲକ୍ଷରୁ ଊର୍ଦ୍ଧ୍ୱ ଲୁଟ୍‌
Anupambharat News Bureau
June 06, 2019

ବିରଜାକ୍ଷେତ୍ର,୬ା୬(ଅନୁପମ ମିଡିଆ): ଦିବାଲୋକରେ ଥାନା ଆଗରୁ ଗୁରୁବାର ଗାଡ଼ି ଡିକି ଭାଙ୍ଗି ଦୁର୍ବୃତ୍ତମାନେ ୩ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍‌ କରି ନେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣାରୁ ପ୍ରକାଶ ଯାଜପୁରସହର ବୃନ୍ଦାବନପୁର ଗ୍ରାମର ଶିକ୍ଷକ ରବିନାରାୟଣ ରଥ ତାଙ୍କ ଝିଅ ବାହାଘର ନିମନ୍ତେ ଷ୍ଟେଟ୍‌ ବ୍ୟାଙ୍କରୁ ଆଜି ୩.୫୦ ଲକ୍ଷ ଟଙ୍କା ଉଠାଇଥିଲେ । ଏହାପରେ ଯାଜପୁର ଥାନା ସମ୍ମୁଖରେ ଗାଡ଼ି ରଖି ତାଙ୍କ ଭାଇଙ୍କ ପାସ୍‌ପୋର୍ଟ ସମ୍ପର୍କରେ ବୁଝିବା ପାଇଁ ଥାନା ଭିତରକୁ ଯାଇଥିଲେ । ଏହି ସମୟରେ ତାଙ୍କ ଗାଡି ନିକଟରେ ତାଙ୍କ ସ୍କୁଲ ପିଅନ ବିଷ୍ଣୁଚରଣ ଦାସ ଉପସ୍ଥିତ ଥିଲେ । ମାତ୍ର କିଛି ସମୟ ପରେ ଦେଖିଲେ ତାଙ୍କ ଗାଡି ଡ଼ିକି ଭଙ୍ଗାଯାଇ ୩ଲକ୍ଷ ୫୦ ହଜାର ଟଙ୍କା ଲୁଟ୍‌ ହୋଇଯାଇଛି । ଏ ସଂପର୍କରେ ରଥ ଥାନାରେ ଲିଖିତ ଏତଲା ଦାଏର କରିବା ପରେ ପୋଲିସ ଥାନା କେଶ୍‌ ନ୧୪୬ /୧୯ ରୁଜୁ କରି ପିଅନକୁ ଅଟକ ରଖି ପଚରାଉଚରା ଜାରି ରଖିଛି । ଏଠାରେ ସୂଚନା ଯୋଗ୍ୟ ଗତ ୨୯ ତାରିଖ ଦିନ ଯାଜପୁରସହର କୋର୍ଟ ନିକଟରୁ ଗାଡି ଡିକିକୁ ଭାଙ୍ଗି ୮୦ହଜାର ଟଙ୍କା ଲୁଟ୍‌ ହୋଇଥିଲା । ଏପର୍ଯ୍ୟନ୍ତ ଲୁଟେରାଙ୍କ କୌଣସି ସୁରାକ୍‌ ପୋଲିସ ପାଇନଥିବା ବେଳେ ଥାନା ସାମ୍ନାରୁ ଲୁଟ୍‌ ହେବା ଘଟଣା ସହରବାସୀଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମହଙ୍ଗା ପଡିଲା ଜେଇଙ୍କୁ ଉଠବସ୍‌,   ବିଧାୟକଙ୍କ ନାଁରେ ମାମଲା ରୁଜୁ

ମହଙ୍ଗା ପଡିଲା ଜେଇଙ୍କୁ ଉଠବସ୍‌, ବିଧାୟକଙ୍କ ନାଁରେ ମାମଲା ରୁଜୁ

Read More...

ଆୟୁଷ୍ମାନ ଯୋଜନା ଲାଗୁ,   କେନ୍ଦ୍ରର ପ୍ରସ୍ତାବ ପରେ  ଅନୁଧ୍ୟାନ କରିବ ରାଜ୍ୟ

ଆୟୁଷ୍ମାନ ଯୋଜନା ଲାଗୁ, କେନ୍ଦ୍ରର ପ୍ରସ୍ତାବ ପରେ ଅନୁଧ୍ୟାନ କରିବ ରାଜ୍ୟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page