ଆୟୁଷ୍ମାନ ଯୋଜନା ଲାଗୁ, କେନ୍ଦ୍ରର ପ୍ରସ୍ତାବ ପରେ ଅନୁଧ୍ୟାନ କରିବ ରାଜ୍ୟ

June 06, 2019, ଓଡ଼ିଶା, , Anupambharat News Bureau


ଆୟୁଷ୍ମାନ ଯୋଜନା ଲାଗୁ,   କେନ୍ଦ୍ରର ପ୍ରସ୍ତାବ ପରେ  ଅନୁଧ୍ୟାନ କରିବ ରାଜ୍ୟ
Anupambharat News Bureau
June 06, 2019

ଭୁବନେଶ୍ୱର,୬ ।୬(ଅନୁପମ ମିଡିଆ): କେନ୍ଦ୍ର ସ୍ୱାସ୍ଥ୍ୟ ଯୋଜନା ଆୟୁଷ୍କାନକୁ ରାଜ୍ୟରେ ଲାଗୁ ନେଇ ପ୍ରଥମେ ନାହିଁ ଏବେ ହିଁ ଭଳି ସ୍ଥିତି ଉତ୍ପନ୍ନ ହେବାରେ ଲାଗିଛି । ଓଡିଶାରେ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ କରିବା ନେଇ କେନ୍ଦ୍ରକୁ ପ୍ରସ୍ତାବ ମାଗାଯାଇଛି ।
ପ୍ରସ୍ତାବ ଆସିବା ପରେ ଆମେ ଅନୁଧ୍ୟାନ କରିବୁ ବୋଲି ଗୁରୁବାର କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସବ । ସେ କହିଛନ୍ତି ଯେ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା କାର୍ଯ୍ୟକାରୀ ହୋଇଛି ଏବଂ ଏହା ଭାରତର ସବୁଠୁ ଭଲ ଯୋଜନା । ସେମାନେ ଅନୁରୋଧ କରିବା ପରେ ଆମେ ଅନୁଧ୍ୟାନ କରିବାକୁ ରାଜି ହୋଇଛୁ । ତେବେ ଭଲ ହୋଇଥିଲେ ସ୍ୱାଗତ କରିବୁ ବୋଲି ମନ୍ତ୍ରୀ କହିଛନ୍ତି । ଗତ ମଙ୍ଗଳବାର ସଚିବାଳୟରେ ଆୟୁଷ୍ମାନ ଯୋଜନା ଲାଗୁ କରିବା ନେଇ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଆୟୁଷ୍ମାନ ଭାରତ ଯୋଜନାର ସିଇଓ ଇନ୍ଦୁ ଭୂଷଣ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଓ ମୁଖ୍ୟଶାସନ ସଚିବଙ୍କ ସହ ଆଲୋଚନା କରିଥିଲେ । ସେତେବେଳେ ସରକାରଙ୍କ ସହ ସକାରାତ୍ମକ ଆଲୋଚନା ହୋଇଥିବା ଯୋଜନା ସିଇଓ ଇନ୍ଦୁ ଭୁଷଣ କହିଥିଲେ । ଏପରିକି ଏହି ଯୋଜନା ଓଡ଼ିଶାରେ ଲାଗୁ କରିବାକୁ ବୁଧବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଚିଠି ଲେଖିଥିଲେ । ନିର୍ବାଚନ ସମୟରେ ରାଜ୍ୟ ସରକାର କେନ୍ଦ୍ରର ଏହି ଯୋଜନାକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖାନ କରିଥିଲେ ।
ଏପରିକି କେନ୍ଦ୍ରର ଏହି ଯୋଜନାକୁ ତାଳଦେଇ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ଆରମ୍ଭ କରାଯାଇଥିଲା । ତେବେ ନିର୍ବାଚନ ସରିବା ପରେ ହଠାତ୍‌ ରାଜ୍ୟ ସରକାରଙ୍କ ଏନେଇ ରହିଥିବା ଆଭିମୁଖ୍ୟରେ କୋହଳକୁ ବିରୋଧୀ ସହଜରେ ଗ୍ରହଣ କରିପାରି ନାହାନ୍ତି । ରାଜ୍ୟ ସରକାରଙ୍କ ପାଖରେ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିବାକୁ ପାଣ୍ଠି ନଥିବାରୁ ବତ୍ତର୍ମାନ କେନ୍ଦ୍ର ଯୋଜନା ଆଡ଼େ ଢ଼ଳିବାରେ ଲାଗିଛନ୍ତି ବୋଲି ବିରୋଧୀ ସମାଲୋଚନା କରିବାରେ ଲାଗିଛନ୍ତି । ଓଡିଶା ସମେତ ୫ଟି ରାଜ୍ୟ ଯୋଜନାରେ ସାମିଲ ହୋଇନାହାନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଥାନା ଆଗରୁ ଡିକି ଭାଙ୍ଗି ତିନି ଲକ୍ଷରୁ ଊର୍ଦ୍ଧ୍ୱ ଲୁଟ୍‌

ଥାନା ଆଗରୁ ଡିକି ଭାଙ୍ଗି ତିନି ଲକ୍ଷରୁ ଊର୍ଦ୍ଧ୍ୱ ଲୁଟ୍‌

Read More...

ଆଜି ଶିବ ପାର୍ବତୀଙ୍କ ବିବାହ

ଆଜି ଶିବ ପାର୍ବତୀଙ୍କ ବିବାହ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page