ଆରପାରିରେ ଆଇଟିସି ଅଧ୍ୟକ୍ଷ

May 11, 2019, ଦେଶ, , Anupambharat News Bureau


ଆରପାରିରେ ଆଇଟିସି ଅଧ୍ୟକ୍ଷ
Anupambharat News Bureau
May 11, 2019

ନୂଆଦିଲ୍ଲୀ: ବିଶିଷ୍ଠ ଶିଳ୍ପପତି ତଥା ଆଇଟିସି କମ୍ପାନୀର ଅଧ୍ୟକ୍ଷ ୱାଇସି ଦେବେଶ୍ୱର ଆଉ ନାହାନ୍ତି । ମୃତୁ୍ୟ ବଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ସେ କିଛି ଦିନ ହେଲା ଅସୁସ୍ଥ ଥିବା ବେଳେ ଆଜି ସକାଳେ ଗୁରୁ ଗ୍ରାମ ସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଆଇଟିସିର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ଓ ସିଇଓ ପଦରୁ ଦେବେଶ୍ୱର ୨୦୧୭ରେ ଅବ୍ୟାହତି ନେଇଥିଲେ । ସେ ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ । ଆଇଟିସିର ମ୍ୟାନେଜିଂ ଡିରେକଫର ସଞ୍ଜୀବ ପୁରୀ କହିଛନ୍ତି, ଆଇଟିସି ଅଧ୍ୟକ୍ଷ ୱାଇସି ଦେବେଶ୍ୱରଙ୍କ ବିୟୋଗରେ ଆମେ ଅତ୍ୟନ୍ତ ମର୍ମାହତ ହୋଇଛୁ । ଦିବଂଗତ ଦେବେଶ୍ୱର ୧୯୬୮ ମସିହାରେ ଆଇଟିସିରେ ଯୋଗଦେଇଥିଲେ । ତାଙ୍କୁ ୧୯୮୪ ମସିହା ଏପ୍ରିଲ ୧୧ରେ ଆଇଟିସି ବୋର୍ଡର ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଥିଲା । ଏହାପରେ ସେ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ୧୯୯୬ ଜାନୁଆରୀ ୧ରେ ଏହାର ଅଧ୍ୟକ୍ଷ ହୋଇଥିଲେ । ଆଇଟିସି ପ୍ରଥମେ ସିଗାରେଟ୍‌ ତିଆରି କରୁଥିଲା । ଏହାପରେ ଏହା ବିଭିନ୍ନ କ୍ଷେତ୍ରକୁ ନିଜର ବ୍ୟବସାୟ ବୃଦ୍ଧି କରିଥିଲା । ଆଇଆଇଟି ଦିଲ୍ଲୀ ଓ ହାର୍ଭାର୍ଡ ବିଜନେସ୍‌ ସ୍କୁଲରେ ଅଧ୍ୟୟନ କରିଥିବା ଦେବେଶ୍ୱର ୧୯୯୧ରୁ ୧୯୯୪ ଯାଏଁ ଏୟାର ଇଣ୍ଡିଆ ଅଧ୍ୟକ୍ଷ ଓ ଏମ୍‌ଡ଼ି ଭାବେ କାର୍ଯ୍ୟ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୋବାଇଲ ପ୍ରେମରୁ ଅଘଟଣ କଥା ହେଲା ଜଣେ, ଛେଚା ଖାଇଲା ଆଉଜଣେ

ମୋବାଇଲ ପ୍ରେମରୁ ଅଘଟଣ କଥା ହେଲା ଜଣେ, ଛେଚା ଖାଇଲା ଆଉଜଣେ

Read More...

୬ କୋଟି ଦେଲେ ମିଳୁଛି ଆପ୍‌ ଟିକେଟ୍‌

୬ କୋଟି ଦେଲେ ମିଳୁଛି ଆପ୍‌ ଟିକେଟ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page