୬ କୋଟି ଦେଲେ ମିଳୁଛି ଆପ୍‌ ଟିକେଟ୍‌

May 11, 2019, ଦେଶ, , Anupambharat News Bureau


୬ କୋଟି ଦେଲେ ମିଳୁଛି ଆପ୍‌ ଟିକେଟ୍‌
Anupambharat News Bureau
May 11, 2019

ନୂଆଦିଲ୍ଲୀ: ରବିବାର ଦିଲ୍ଲୀରେ ଲୋକସଭା ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ପୂର୍ବରୁ ଏଠାରେ କ୍ଷମତାସୀନ ଆପ୍‌ ବିରୋଧ ରେ ଆସିଛି ସାଂଘାତିକ ଅଭିଯୋଗ । ଜଣେ ଆପ୍‌ ସାଂସଦ ପ୍ରାର୍ଥୀଙ୍କ ପୁଅ ଆପ୍‌ ସୁପ୍ରିମୋ କେଜ୍ରିୱାଲଙ୍କ ବିରୋଧରେ ଅଭିଯୋଗ ଆଣି କହିଛନ୍ତି, ତାଙ୍କ ବାପା କୁଆଡ଼େ ଟିକେଟ୍‌ ପାଇଁ ୬ କୋଟି ଟଙ୍କା ଦେଇଛନ୍ତି । ଏଭଳି ଅଭିଯୋଗ ଆଣିଛନ୍ତି ପଶ୍ଚିମ ଦିଲ୍ଲୀ ପ୍ରାର୍ଥୀ ବଲବୀର ସିଂହ ଜାଖଡ଼ । ବଲବୀରଙ୍କ ପୁଅ ଉଦୟ କହିଛନ୍ତି, ମୋ ବାପା ୩ ମାସ ତଳେ ରାଜନୀତିରେ ଯୋଗ ଦେଇଛନ୍ତି । ଏହି ଟିକେଟ୍‌ ପାଇଁ ସେ ଅରବିନ୍ଦ କେଜ୍ରିୱାଲଙ୍କୁ ୬ କୋଟି ଦେଇଛନ୍ତି । ସେ ଟଙ୍କା ନେଇଛନ୍ତି ବୋଲି ମୋ ପାଖରେ ଠୋସ୍‌ ପ୍ରମାଣ ମଧ୍ୟ ରହିଛି । ସେ ଆହୁରି ମଧ୍ୟ କହିଛନ୍ତି, ତାଙ୍କ ବାପା ୧୯୮୪ ଶିଖ୍‌ ଦଙ୍ଗା ମାମଲାରେ ଅଭିଯୁକ୍ତ ସଜ୍ଜନ କୁମାରଙ୍କୁ ଜାମିନ୍‌ରେ ଆଣିବାର ପ୍ରୟାସ ମଧ୍ୟ କରିଛନ୍ତି । ନିଜ ପିତାଙ୍କ ସମ୍ପର୍କରେ ସେ ଏଭଳି ଅଭିଯୋଗ ଆଣିବାର କାରଣ ମଧ୍ୟ ଆଶ୍ଚର୍ଯ୍ୟଜନକ । ତାଙ୍କ ବାପା ତାଙ୍କ ଉଚ୍ଚ ଶିକ୍ଷା ପାଇଁ ଟଙ୍କା ଦେବାକୁ ମନା କରିବାରୁ ସେ ମୁହଁ ଖୋଲିଛନ୍ତି । ପିତା ବଲବୀର ଉଦୟଙ୍କୁ ଟଙ୍କା ଦେବାକୁ ମନା କରି କହିଥିଲେ ଯେ, ସେ ରାଜନୀତିରେ କ୍ୟାରିଅର କରିବାକୁ ତାଙ୍କର ସଞ୍ଚିତ ଟଙ୍କା ଲଗାଇ ଦେଇଛନ୍ତି । ଅନ୍ୟପକ୍ଷରେ ପିତା ବଲବୀର କହିଛନ୍ତି, ମୁଁ ପୁଅର ଏପରି କାର୍ଯ୍ୟକୁ ନିନ୍ଦା କରୁଛି । ମୁଁ ମୋ ପୁଅ ସାଙ୍ଗରେ ମୋ ପ୍ରାର୍ଥୀତ୍ୱକୁ ନେଇ କେବେ ବି କଥା ହୋଇନି । ମୁଁ ତା ସହ କେବେ କେମିତି କଥା ହୁଏ । ଜନ୍ମ ହେବା ଦିନରୁ ସେ ମୋ ପାଖରେ ନ ରହି ତା’ର ଅଜା ଘରେ ରହୁଛି । ମୋ ସ୍ତ୍ରୀକୁ ମୁଁ ୨୦୦୯ ମସିହାରେ ଛାଡ଼ପତ୍ର ଦେଇସାରିଛି । ମୋ ସ୍ତ୍ରୀ ମୋ ସହ ମାତ୍ର ୬ ରୁ ୭ ମାସ ରହିଥିଲା । ଛାଡ଼ପତ୍ର ପରେ ଉଦୟ ତା’ ମା’ସହ ରହିବ ବୋଲି ନିଷ୍ପତ୍ତି ହୋଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆରପାରିରେ ଆଇଟିସି ଅଧ୍ୟକ୍ଷ

ଆରପାରିରେ ଆଇଟିସି ଅଧ୍ୟକ୍ଷ

Read More...

ଚାଳକଙ୍କୁ ଗଛରେ ବାନ୍ଧି ଭ୍ୟାନ୍‌ ଲୁଟିନେଲେ

ଚାଳକଙ୍କୁ ଗଛରେ ବାନ୍ଧି ଭ୍ୟାନ୍‌ ଲୁଟିନେଲେ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page