ଜୀବନ ସହ ଖେଳ: ଏସ୍‌ଏନ୍‌ସିୟୁ ନା’ଗାଈ ଗୁହାଳ

June 06, 2019, ଓଡ଼ିଶା, , Anupambharat News Bureau


ଜୀବନ ସହ ଖେଳ: ଏସ୍‌ଏନ୍‌ସିୟୁ ନା’ଗାଈ ଗୁହାଳ
Anupambharat News Bureau
June 06, 2019

ଅନୁଗୋଳ , ୬ା୬(ଅନୁପମ ମିଡିଆ): ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ୱତନ୍ତ୍ର ନବଜାତ ଶିଶୁ ଯତ୍ନ ବିଭାଗ (ଏସ୍‌ଏନ୍ସିୟୁ) ନିଷ୍ପାପ ଶିଶୁଙ୍କ ଜୀବନ ସହ ଖେଳ ଚାଲିଛି ।ନବଜାତ ଶିଶୁ ମାନଙ୍କୁ ସ୍ୱତନ୍ତ୍ର ଭାବେ ଅତ୍ୟନ୍ତର ଯତ୍ନ ସହିତ ଚିକିତ୍ସା କରାଯିବା ପାଇଁ ରହିଥିବା ଏହି ବିଭାଗରେ ସାଂଘାତିକ ଅବହେଳା କରାଯାଉଛି । ଗୁହାଳରେ ଗାଈ ଗୋରୁ ମାନଙ୍କୁ ଖୁନ୍ଦାଖୁନ୍ଦି କରି ରଖିବା ଭଳି ଏଠାରେ ନବଜାତ ଶିଶୁମାନଙ୍କୁ ବି ସେଭଳି ରଖାଯାଉଛି ।ଏସଏନସିୟୁରେ ମାତ୍ର ୧୨ଟି ଶଯ୍ୟା ରହିଥିବା ବେଳେ ଅଧିକାଂଶ ସମୟରେ ୩୦ରୁ ଅଧିକ ଶିଶୁଙ୍କୁ ରଖାଯାଉଛି । ଗୋଟିଏ ଶଯ୍ୟାରେ ଜଣେ ଶିଶୁକୁ ଚିକିତ୍ସା କରାଯିବାର ବ୍ୟବସ୍ଥା ରହିଛି ମାତ୍ର ଅନ୍ୟ ବିକଳ୍ପ ନଥିବାରୁ ବାଧ୍ୟହୋଇ ଗୋଟିଏ ଶଯ୍ୟାରେ ୩ଜଣ ଲେଖାଏଁ ଶିଶୁଙ୍କୁ ରଖାଯାଉଛି ବୋଲି ଏସଏନସିୟୁର ମୁଖ୍ୟ ଡ଼ାକ୍ତର ନନ୍ଦକିଶୋର ସାହୁ କହିଛନ୍ତି । ଅନୁଗୋଳ ଜିଲା ମୁଖ୍ୟ ଚିକିସିାଳୟ ଉପରେ ଢ଼େଙ୍କାନାଳ, ଦେବଗଡ଼ ସମେତ ୩ଟି ଜିଲାର ରୋଗୀ ନିର୍ଭର କରୁଛନ୍ତି । ଚିକିସିାଳୟର ଅନ୍ୟ ବିଭାଗ ଭଳି ଏସ୍‌ଏନ୍‌ସିୟୁରେ ବି ସବୁବେଳେ ରୋଗୀଙ୍କ ଭିଡ଼ ରହୁଛି । ମାତ୍ର ଏଠାରେ ସାମାନ୍ୟ ଭିତ୍ତିଭୂମିର ବି ସୁବିଧା ନାହିଁ । ଶ୍ୱାସକ୍ରିୟାରେ ପରିଲକ୍ଷିତ ହେଉଥିଲେ ରୋଗୀମାନଙ୍କୁ ଜୀବନ ରକ୍ଷାକାରୀ ଭେଣ୍ଟିଲେଟର ମଧ୍ୟରେ ରଖାଯାଇଥାଏ । ଭେଣ୍ଟିଲେଟର ନଥିଲେ, ସି-କେପ୍‌ ମେସିନ ଜରିଆରେ ବି ରୋଗୀଙ୍କୁ ସାମୟିକ ଭାବେ ଜୀବନ ବଞ୍ଚାଇ ରଖାଯାଇପାରିବ । ମାତ୍ର ଏସ୍‌ଏନ୍‌ସିୟୁ ପାଇଁ ଅନିବାର୍ଯ୍ୟ ଥିବା ଭେଣ୍ଟିଲେଟର କିମ୍ବା ସି-କେପ୍‌ ମେସିନ ଅନୁଗୋଳରେ ନାହିଁ । କେବଳ ସେତିକି ନୁହେଁ, ବିଲିରୁବିନୋମିଟର ନଥିବାରୁ ନବଜାତ ଶିଶୁମାନଙ୍କ ଜଣ୍ଡିସର ମାତ୍ରା ମାପିବାରେ ସମସ୍ୟା ହେଉଛି । ସେହିପରି ଗ୍ୟାସ, ରକ୍ତ ଆଦି ମାପିବା ପାଇଁ ଉଦ୍ଦିଷ୍ଟ ଏବିଜି( ଆନାଲେସିସ୍‌ ଅଫ ବୁଡ଼ ଆଣ୍ଡ ଗ୍ୟାସ୍‌) ମେସିନ ବି ନାହିଁ । ଏସବୁ ଗୁରୁତ୍ୱପୂର୍ଣ୍ଣ ମେସିନ ବ୍ୟତୀତ ଆହୁରି ଅନେକ ଛୋଟବଡ଼ ସମସ୍ୟା ବି ଭରି ରହିଛି । ଭିତ୍ତିଭୂମିର ଅଭାବରୁ ନବଜାତ ଶିଶୁମାନଙ୍କୁ ଉପଯୁକ୍ତ ଚିକିସିା ମଳିପାରୁ ନାହିଁ । ଶିଶୁ ମୃତ୍ୟୁ ହାର ରୋକିବା ପାଇଁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ କରାଯାଉଥିବା ବେଳେ ଅନୁଗୋଳରେ କି;ୁ ଏହାର ବିପରୀତ କାମ ହେଉଛି । ଗୁରୁତର ଅବସ୍ଥାରେ ଆସୁଥିବା ନବଜାତ ଶିଶୁମାନଙ୍କୁ ତୁରନ୍ତ କଟକ ଶିଶୁଭବନକୁ ରେଫର କରି ଦିଆଯାଉଛି । ଯେଉଁ ଗରିବ ପିତାମାତା କଟକ ନେବା ପାଇଁ ଅସମର୍ଥତା ପ୍ରକାଶ କରୁଛନ୍ତି, ସେମାନଙ୍କଠାରୁ ଆଗୁଆ ରିକ୍ସ ବଣ୍ଡରେ ଦସ୍ତଖତ କରି ନିଆଯାଉଛି । ଗରିବ ପିତାମାତାମାନେ ନିଜ ରିକ୍ସରେ ଏଠାରେ ସେମାନଙ୍କ କଅଁଳା ପିଲାର ଚିକିସିା କରାଉଥିବା ନେଇ ଲେଖାଇ ନିଆଯାଉଛି । ଅର୍ଥାତ ନବଜାତ ଶିଶୁର ଯଦି ମୃତ୍ୟୁ ହୁଏ, ଏସ୍‌ଏନ୍‌ସିୟୁରେ କାର୍ଯ୍ୟରତ ଡ଼ାକ୍ତର/କର୍ମଚାରୀ ଦାୟୀ ହେବେ ନାହିଁ । ଭିତ୍ତିଭୂମିର ଘୋର ଅଭାବ ଥିବା ବେଳେ ଶିଶୁ ମୃତ୍ୟୁ ସଂପର୍କିତ ବଦନାକରୁ ବର୍ତ୍ତିବା ପାଇଁ ଅତି ଚତୁରତାର ସହିତ ଏଭଳି କାମ କରାଯାଉଛି । ଗତ ସୋମବାର ଦିନ ୪ ଜଣ ନବଜାତ ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ପିତାମାତାଙ୍କଠାରୁ ବି ଏଭଳି ରିକ୍ସ ବଣ୍ଡରେ ଆଗୁଆ ଦସ୍ତଖତ କରି ନିଆଯାଇଥିବା ଡ଼ାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି । ଗୁରତର ଅବସ୍ଥାରେ ଶିଶୁମାନଙ୍କୁ ଏଠାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ବଡ଼ ଡ଼ାକ୍ତରଖାନାକୁ ରେଫର କରାଯାଇଥିଲେ ହେଁ ପରିବାର ଲୋକେ ଶିଶୁମାନଙ୍କୁ ଏଠାରୁ ନେଇନଥିଲେ । ସେମାନଙ୍କ ଚିକିସିାରେ କୌଣସି ଅବହେଳା ହୋଇ ନାହିଁ ବୋଲି ଡ଼ାକ୍ତର କହିଥିଲେ । ଅପରପକ୍ଷେ ଜୀବନ ରକ୍ଷାକାରୀ ଭେଣ୍ଟିଲେଟର ବ୍ୟବସ୍ଥା ଥିଲେ, ଦୁନିଆ ଦେଖିବା ପୂର୍ବରୁ ୪ ଜଣ ନିଷ୍ପାପ ଶିଶୁ ଆରପାରିକୁ ଚାଲି ଯାଇନଥାନ୍ତେ ବୋଲି କୁହାଯାଉଛି । ଏସ୍‌ଏନ୍‌ସିୟୁରେ ଅନ୍ୟୁନ ୬ଟି ଭେଣ୍ଟିଲେଟରର ଆବଶ୍ୟକତା ରହିଛି । ଏଥିପାଇଁ ପ୍ରାୟ ୩୦ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି । ଭେଣ୍ଟିଲେଟର ବଦଳରେ ପ୍ରାୟ ଏକ ଲକ୍ଷ ଟଙ୍କା ମୂଲ୍ୟର ସି-କେପ୍‌ ମେସିନ ବି ଲଗାଯାଇପାରିବ । ପ୍ରାୟ ୫୦ ଲକ୍ଷ ଟଙ୍କାର ବ୍ୟବସ୍ଥା ହୋଇପାରିଲେ ଅତ୍ୟାବଶ୍ୟକ ସବୁ ଯନ୍ତ୍ରପାତି କ୍ରୟ ସହ ଶିଶୁମାନଙ୍କୁ ଉତ୍ତମ ଚିକିସିା ସେବା ଯୋଗାଇ ଦିଆଯାଇପାରିବ ବୋଲି ଜଣେ ଡ଼ାକ୍ତର କହିଛନ୍ତି । ଅନୁଗୋଳରେ ଏସବୁ କାମ ପାଇଁ ଅର୍ଥର ଅଭାବ ନାହିଁ । ଜିଲା ଖଣିଜ ପାଣwିରେ ଶହ ଶହ କୋଟି ଟଙ୍କା ପଡ଼ି ରହିଛି । ମାତ୍ର ଆନ୍ତରିକତାର ଅଭାବରୁ ଏସ୍‌ଏନ୍‌ସିୟୁ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଭିତ୍ତିଭୂମିର ବିକାଶ କରାଯାଉ ନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>

Read More...

ଆମେରିକାରେ ଉଚ୍ଚଶିକ୍ଷା ପାଇଁ କିସ୍‌ ଛାତ୍ରୀ ମନୋନୀତ

ଆମେରିକାରେ ଉଚ୍ଚଶିକ୍ଷା ପାଇଁ କିସ୍‌ ଛାତ୍ରୀ ମନୋନୀତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page