ଆମେରିକାରେ ଉଚ୍ଚଶିକ୍ଷା ପାଇଁ କିସ୍‌ ଛାତ୍ରୀ ମନୋନୀତ

June 06, 2019, ଓଡ଼ିଶା, , Anupambharat News Bureau


ଆମେରିକାରେ ଉଚ୍ଚଶିକ୍ଷା ପାଇଁ କିସ୍‌ ଛାତ୍ରୀ ମନୋନୀତ
Anupambharat News Bureau
June 06, 2019

ଭୁବନେଶ୍ୱର, ୬ ।୬(ଅନୁପମ ମିଡିଆ): କିସ୍‌ର ମେଧାବୀ ଛାତ୍ରୀ ସଂଯୁକ୍ତା ସିଂହ । ଚଳିତବର୍ଷ ମ୍ୟାଟ୍ରିକ୍‌ ପରୀକ୍ଷାରେ ସେ ୮୦ ପ୍ରତିଶତ ନମ୍ବର ରଖି ପାସ୍‌ କରିଛନ୍ତି । ନିକଟରେ ହାଇଦ୍ରାବାଦ୍‌ସ୍ଥିତ ଆମେରିକାନ୍‌ କନସୁଲ୍‌ ଦ୍ୱାରା ମନୋନୀତ ହୋଇ ଆମେରିକାର ଟେକ୍‌ସାସ୍‌ ସହରସ୍ଥିତ ଫ୍ଲìଜର୍‌ଭିଲେର େୱଇସ୍‌ ହାଇସ୍କୁଲ୍‌ରେ ଉଚ୍ଚଶିକ୍ଷା ଗ୍ରହଣ କରିବାର ସୁଯୋଗ ପାଇଛନ୍ତି ସଂଯୁକ୍ତା । ଗୋଟିଏ ବର୍ଷ ପାଇଁ ସେ ସେଠାରେ ସଂପୂର୍ଣ୍ଣ ମେଧାବୃତି ପାଇ ଉଚ୍ଚଶିକ୍ଷା ଲାଭ କରିବେ । ଏଥିପାଇଁ ଆମେରିକା ସରକାର ସମସ୍ତ ଖର୍ଚ୍ଚ ବହନ କରିବେ । ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍‌ ଅନ୍ତର୍ଗତ ନୂଆପାଢ଼ି ଗ୍ରାମର ସ୍ୱର୍ଗତ ମୁନା ସିଂହଙ୍କ କନ୍ୟା ହେଉଛନ୍ତି ସଂଯୁକ୍ତା । ଦାରିଦ୍ର୍ୟ ଯୋଗୁଁ ଦିନ ମଜୁରିଆ ଭାବେ ପରିବାର ପ୍ରତିପୋଷଣ କରୁଥିବା ସଂଯୁକ୍ତାଙ୍କ ମାଆ ସୁକାନ୍ତି, ସଂଯୁକ୍ତାଙ୍କୁ ପାଠ ପଢ଼ାଇବା ଅସମ୍ଭବ ହୋଇପଡ଼ିଥିଲା । କିସ୍‌ ସଂପର୍କରେ ଜାଣି ସୁକାନ୍ତି ୨୦୧୧ ମସିହାରେ କିସ୍‌ରେ ୩ୟ ଶ୍ରେଣୀରେ ସଂଯୁକ୍ତାଙ୍କ ନାମ ଲେଖାଇଥିଲେ । ଶ୍ରେଣୀରେ ତାଙ୍କ ପାଠପଢ଼ା ପ୍ରତି ଆଗ୍ରହ ଦେଖି କିସ୍‌ କର୍ତୃପକ୍ଷ ସେହିଦିନଠାରୁ ତାଙ୍କର ଯତ୍ନ ନେଇ ଆସୁଥିଲେ । ଏଏଫ୍‌ଏସ୍‌ ଇଂଟରକଲcରାଲ୍‌ ପ୍ରୋଗ୍ରାମ୍‌ ଆନୁକୂଲ୍ୟରେ ଚାଲୁଥିବା କେନେଡି ଲୁଗାର୍‌ ୟୁଥ୍‌ ଏକ୍‌ଚେ ଆଣ୍ଡ ଷ୍ଟଡି ପ୍ରୋଗ୍ରାମ୍‌ରେ ସଂଯୁକ୍ତା ଶେଷରେ ନିଜକୁ ପ୍ରତିପାଦିତ କଲେ । ଏଥିପାଇଁ ଅନେକଗୁଡ଼ିଏ ଲିଖିତ ଓ ମୌଖିକ ପରୀକ୍ଷା ଭଳି କ୍ୱାଲିଫାଇଂ ରାଉଣ୍ଡର ସମ୍ମୁଖୀନ ହୋଇ ସଫଳ ହେଲେ । କିସ୍‌ କର୍ତୃପକ୍ଷ ପ୍ରଗାଢ଼ ଚେଷ୍ଟା କରି ଏଭଳି ପିଲାମାନଙ୍କୁ ଆମେରିକା ପଠାଇ ପାରୁଛନ୍ତି । ଏହା ଜନଜାତି ପିଲାଙ୍କ ପାଇଁ ଗୌରବ । ସଂଯୁକ୍ତାଙ୍କ ସଫଳତାରେ ଆତ୍ମ ସନ୍ତୋଷ ପ୍ରକାଶ କରି ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ କହିଛନ୍ତି ଗରିବ ଓ ପିତୃମାତୃହୀନ ଜନଜାତି ଛାତ୍ରଛାତ୍ରୀମାନେ ଯେ ପୃଥିବୀ ପରିକ୍ରମା କରିପାରିବେ, ତାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ସଂଯୁକ୍ତା । ସଂଯୁକ୍ତା ଆଜି କିସ୍‌ ସହ ସମଗ୍ର ଜନଜାତିବର୍ଗ ପାଇଁ ଗୌରବ ହୋଇପାରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜୀବନ ସହ ଖେଳ: ଏସ୍‌ଏନ୍‌ସିୟୁ ନା’ଗାଈ ଗୁହାଳ

ଜୀବନ ସହ ଖେଳ: ଏସ୍‌ଏନ୍‌ସିୟୁ ନା’ଗାଈ ଗୁହାଳ

Read More...

 ମଦ୍ୟପର ଉନ୍ମକ୍ତ କାଣ୍ଡ ,   ଟାଙ୍ଗିଆରେ ହାଣି ଦୁଇଭାଇଙ୍କୁ ହତ୍ୟା, ହତ୍ୟାକାରୀକୁ କାବୁ କଲେ ଗାଁ ଲୋକେ

ମଦ୍ୟପର ଉନ୍ମକ୍ତ କାଣ୍ଡ , ଟାଙ୍ଗିଆରେ ହାଣି ଦୁଇଭାଇଙ୍କୁ ହତ୍ୟା, ହତ୍ୟାକାରୀକୁ କାବୁ କଲେ ଗାଁ ଲୋକେ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page