ପାକିସ୍ତାନକୁ କୌଣସି ପ୍ରକାର ସାହାର୍ଯ୍ୟ କରାଯିବ ନାହିଁ: ସାଉଦି ରାଜା

June 04, 2019, ବିଦେଶ, , Anupambharat News Bureau


ପାକିସ୍ତାନକୁ କୌଣସି ପ୍ରକାର ସାହାର୍ଯ୍ୟ କରାଯିବ ନାହିଁ: ସାଉଦି ରାଜା
Anupambharat News Bureau
June 04, 2019

ଆବୁଧାବି/ଇସ୍‌ଲାମାବାଦ: ମହଙ୍ଗା ପଡ଼ିଲା ସାଉଦିଆରବ ରାଜାଙ୍କୁ ବ୍ୟବହାର ଖରାପ କରିବା । ସାଉଦିଆରବର ରାଜା ସଲମାନ୍‌ ବିନ୍‌ ଅବଦ୍ଦୁଲାଜିିଜ୍‌ କହିଛନ୍ତି ଯେ, ପାକିସ୍ତାନ ଚିଷ୍ଠାଚାର ଜାଣି ନାହିଁ । ତେଣୁ ତାହାର ଅଭଦ୍ରଚିତ ବ୍ୟବହାର ପାଇଁ ସାଉଦିଆରବ ପକ୍ଷରୁ ପାକ୍‌କୁ କୌଣସି ପ୍ରକାର ସହାୟତା କିମ୍ବା କୌଣସି ପ୍ରକାର ଆଲୋଚନା କରାଯିବ ନାହିଁ । ସେ ଆହୁରି କହିଛନ୍ତି ଯେ, ପାକିସ୍ତାନକୁ ସାଉଦିଆରବ ପକ୍ଷରୁ ଯେଉଁ କିଛି ଟଙ୍କା ସାହାର୍ଯ୍ୟ ଦିଆଯାଇଥାନ୍ତ ଏବେ ତାହା ଦେବାକୁ ମନା କରିଛନ୍ତି ସାଉଦି ରାଜା । ଶିଷ୍ଠାଚାର ଓ ଶାଳୀନତାର ସମସ୍ତ ସୀମା ଟପିଯାଇ ଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ଖାନ୍‌ । ସାଉଦିଆରବର ରାଜା ସଲମାନ୍‌ ବିନ୍‌ ଅବଦ୍ଦୁଲାଜିିଜ୍‌ଙ୍କୁ ସାକ୍ଷାତ କରିବା ଅବସରରେ ପ୍ରଚଳିତ ପୂଟନୈତିକ ‘ପ୍ରୋଟୋକଲ’ ର ଅବମାନନା କରି ସର୍ବସମ୍ମୁଖରେ ତାଙ୍କୁ ଇମ୍ରାନ୍‌ ଅସମ୍ମାନିତ କରିଛନ୍ତି । ତେଣୁ ଏବେ କଥା ହେଲା ଏୟାଯେ, ଏବେ ଆଉ ବିଶ୍ୱର କୌଣସି ବୈଠକକୁ ସମସ୍ତଙ୍କୁ ନିମନ୍ତ୍ରଣ କରାଯିବ କିନ୍ତୁ ପାକିସ୍ତାନକୁ କରାଯିବ ନାହିଁ ବୋଲି ସେ ଜାତିସଂଘରେ କହିବେ ବୋଲି ରାଜା କହିଛନ୍ତି । ଦେଖାଯାଇଛି ଯେ, ସାଉଦିଆରବର ରାଜା ସଲମାନ୍‌ ବିନ୍‌ ଅବଦ୍ଦୁଲାଜିିଜ୍‌ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଉପରେ ବହୁ ଜୋର୍‌ରେ ରାଗି ଯାଇଛନ୍ତି । ତେବେ ଏହାନେଇ ବିଭିନ୍ନ ଅଧିକାରୀମାନେ ମଧ୍ୟ ପାକିସ୍ତାନର ଏପରି ବ୍ୟବହାରକୁ ନିନ୍ଦା କରିବା ସହ କୌଣସି ସମ୍ପର୍କ ରଖିବା ପାଇଁ ମନା କରି ଦେଇଛନ୍ତି । ଇମ୍ରାନଙ୍କ ଏପ୍ରକାର ଅଭଦ୍ରୋଚିତ ବ୍ୟବହାର ପ୍ରଦର୍ଶନ କରିବା ଘଟଣାକୁ କେନ୍ଦ୍ର କରି ଏବେ ସମଗ୍ର ମଧ୍ୟପ୍ରାଚ୍ୟ ରାଷଟ୍ର ସମେତ ପାକିସ୍ତାନରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ଓ ଆଲୋଡ଼ନ ସୃଷ୍ଟି ହୋଇଛି । ଅପରପକ୍ଷରେ ପାପ୍‌ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଏହି ଅଭଦ୍ରୋଚିତ ବ୍ରବହାର ଭିଡ଼ିଓ ଚିତ୍ର ସୋସିଆଲ୍‌ ମିଡ଼ି୍ରଆରେ ଭାଇରାଲ ହେବାରେ ଲାଗିଛି । ଇମ୍ରାନଙ୍କୁ ଏବେ ଚାରିଆଡ଼ୁ ପ୍ରବଳ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଛି । ପ୍ରାପ୍ତ ସୂଚନା ମୁତାବକ ଚଳିତ ବର୍ଷ ସାଉଦି ଆରବର ପବିତ୍ର ସହର ମMା ଠାରେ ଆୟୋଜିତ ହେବାକୁ ଥିବାେ ‘ଅର୍ଗନାଇଚେସନ୍‌ ଅଫ୍‌ ଇସ୍ଲାମିକ୍‌ କୋ-ଅପରେସନ୍‌’ (ଓଆଇସି) ର ବୈଠକ ପୂର୍ବରୁ ମMା ଠାରେ ସାଉଦିଆରବର ରାଜା ସଲମାନ୍‌ ବିନ୍‌ ଅବଦ୍ଦୁଲାଜିିଜ୍‌ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ସହ ଏକ ଦ୍ୱିପାକ୍ଷିକ ବୈଠକରେ ଜଣେ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେବାକୁ ଇମ୍ରାନ୍‌ ଖାନ୍‌ ଆସିଥିଲେ । ଇମ୍ରାନଙ୍କୁ ସ୍ୱାଗତ କରିବାକୁ ନିଜେ ରାଜା ସଲମାନ୍‌ ଉପସ୍ଥିତ ରହିଥିଲେ । ହେଲେ, ଇମ୍ରାନ୍‌ ସେଠାରେ ତାଙ୍କୁ ଅସମ୍ମାନିତ କଲାଭଳି ଆଚରଣ ପ୍ରଦର୍ଶନ କରିଥିଲେ । ମଧ୍ୟପ୍ରାଚ୍ୟର ସର୍ବମାନ୍ୟ ରାଜା ସଲମାନଙ୍କ ସହ ସେ ସିଧାସଳଖ କଥା ନ ହୋଇ ତାଙ୍କୁ ଆଙ୍ଗୁଠି ଦେଖାଇ ତାଙ୍କ ଇଣ୍ଟପ୍ରିଟେରଙ୍କ ସହ କଥା ହୋଇଥିଲେ ଇମ୍ରାନ୍‌ । ଏପରିକି ନିଜର ବକ୍ତବ୍ୟ ବା କଥା ଶେଷ ପୂର୍ବରୁ ଏବ ଇଣ୍ଟର୍‌ପ୍ରିଟର ତାଙ୍କ କଥାକୁ ଅନୁବାଦ କରି ରାଜାଙ୍କୁ ଶୁଣାଉଥିବା ବେଳେ ଇମ୍ରାନ ରାଜାଙ୍କ ଠାରୁ ଅନୁଷ୍ଠାନିକ ବିଦାନ ନ ନେଇ କଥା ହେଉଥିବା ଅବସ୍ଥାରେ ତାଙ୍କ ପଛ କରି ବୁଲି ସେଠାରୁ ଚାଲି ଯାଇଥିଲେ । ସାଉଦିର ସର୍ବମାନ୍ୟ ସାଉଦିଆରବର ରାଜା ସଲମାନ୍‌ ବିନ୍‌ ଅବଦ୍ଦୁଲାଜିିଜ୍‌ ଇମ୍ରାନ ଖାନ୍‌ ଏପ୍ରକାର ବ୍ୟବହାର ପ୍ରଦର୍ଶନ କରିବା ଘଟଣାରେ ସମଗ୍ର ମଧ୍ୟ ପ୍ରାଚ୍ୟରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରୀୟା ପ୍ରକାଶ ପାଇଛି । ର ପାକିସ୍ତାନକୁ ଏ ମାମଲାରେ ପାକିସ୍ତାନକୁ ନିଜର ତୀବ୍ର ଅସନ୍ତୋଷ ଜଣାଇ ଦେଇଛି ସାଉଦିଆରବ । କେବଳ ସେତିକି ନୁହେଁ, ସାଉଦିଆରବର ରାଜା ସଲମାନ୍‌ ବିନ୍‌ ଅବଦ୍ଦୁଲାଜିିଜ୍‌ ପାକ୍‌ ପ୍ରଧାନମନ୍ତ୍ରୀଙ୍କ କରିବାକୁଥିବା ଦ୍ୱିପାକ୍ଷିକ ଆଲୋଚନା ସମେତ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ବୈଠକକୁ ମଧ୍ୟ ରଦ୍ଦ କରିବା ସହ ପାକିସ୍ତାନକୁ କୌଣସି ପ୍ରକାର ସାହାର୍ଯ୍ୟ ତଥା ଗୋଟାଏ ଟଙ୍କା ଦିଆଯିବ ନାହିଁ ବୋଲି ସେ କହିଛନ୍ତି





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶିବଙ୍କ ଉଚ୍ଚତମ ମୂର୍ତ୍ତି ତିଆରି କରିବ ନୂଆ ରେକର୍ଡ

ଶିବଙ୍କ ଉଚ୍ଚତମ ମୂର୍ତ୍ତି ତିଆରି କରିବ ନୂଆ ରେକର୍ଡ

Read More...

ମହିଳାଙ୍କୁ ହତ୍ୟା କରି ସେକ୍ସ କରୁଥିବା କୁଖ୍ୟାତ ଅପରାଧୀ ଗିରଫ

ମହିଳାଙ୍କୁ ହତ୍ୟା କରି ସେକ୍ସ କରୁଥିବା କୁଖ୍ୟାତ ଅପରାଧୀ ଗିରଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page