ମହିଳାଙ୍କୁ ହତ୍ୟା କରି ସେକ୍ସ କରୁଥିବା କୁଖ୍ୟାତ ଅପରାଧୀ ଗିରଫ

June 04, 2019, ଦେଶ, , Anupambharat News Bureau


ମହିଳାଙ୍କୁ ହତ୍ୟା କରି ସେକ୍ସ କରୁଥିବା କୁଖ୍ୟାତ ଅପରାଧୀ ଗିରଫ
Anupambharat News Bureau
June 04, 2019

କୋଲକାତା: ଶୀର୍ଷକ ପଢ଼ି ଆପଣମାନେ ନିଶ୍ଚିତ ଏକ କ୍ରାଇମ୍‌ ଥ୍ରୀଲର୍‌ ଫିଲ୍ମ କଥା ଭାବୁଥିବେ । କି;ୁ ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନରେ ଦୀର୍ଘଦିନ ହେଲା ମହିଳାଙ୍କୁ ପ୍ରଥମେ ହତ୍ୟା ଓ ପରେ ସେମାନଙ୍କ ସହ ଶାରିରୀକ ସମ୍ପର୍କ ରଖୁଥିବା ଜଣେ କୁଖ୍ୟାତ ଓ ବିକୃତ ମାନସିକତାର ସିରିଏଲ୍‌ ହତ୍ୟାକାରୀକୁ ପୁଲିସ୍‌ ଗିରଫ କରିଛିଛ ଉକ୍ତ ଅଭିଯୁକ୍ତର ନାଁ କାମରୁଜମାନ ସରକାର । ତା’କୁ ପୁଲିସ୍‌ ଗିରଫ କରିବା ପରେ ୧୨ ଦିନିଆ ରିମାଣ୍ଡରେ ନେଇଛି । ସରକାର ଏକ ଛୋଟିଆ ସ୍କ୍ରାପ୍‌ ଡିଲର୍‌ ଭାବେ କାର୍ଯ୍ୟ କରୁଥିଲା । ସେ ପୂର୍ବ ବର୍ଦ୍ଧମାନ ଓ ପଡ଼ୋଶୀ ହୁଗୁଳି ଜିଲ୍ଲାରେ ୫ ଜଣ ମହିଳାଙ୍କ ସହ ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ସହ ଏକାଧିକ ମହିଳାଙ୍କୁ ଆହତ କରିଥିବା ଅଭିଯୋଗ ହୋଇଛି । ନିକଟରେ ସେ ଜଣେ ମହିଳାଙ୍କୁ ଲୁହା ଛଡ଼ରେ ଆକ୍ରମଣ କରି ହତ୍ୟା କରିଥିଲା । ଏହାପରେ ସେ ଉକ୍ତ ରକ୍ତାକ୍ତ ଶବ ସହ ସେକ୍ସ କରିଥିଲା । ୪୨ ବର୍ଷୀୟ ସରକାର ପ୍ରଥମେ ଇଲେକଫିଫ୍ରି ମିଟର ରିଡିଂ କରିବା ବାହାନାରେ ଘର ମଧ୍ୟକୁ ପ୍ରବେଶ କରୁଥିଲା । ଏହାପରେ ସେ ନିଜର ଘୃଣ୍ୟ କାଣ୍ଡ ରଚୁଥିଲା । ପୂର୍ବ ବର୍ଦ୍ଧମାନର ଏସ୍‌ପି ଭାସ୍କର ମୁଖୋପାଧ୍ୟାୟ କହିଛନ୍ତି, ମେ’ ୨୧ରେ ସରକାର ଗୋଆରା ଗାଁରେ ପୁତୁଲ ମାଝୀ ନାମକ ଜଣେ ମହିଳାଙ୍କୁ ଆକ୍ରମଣ କରି ହତ୍ୟା କରିଥିଲା । ଏହାପରେ ତାଙ୍କ ମରଶରୀର ସହ ଶାରିରୀକ ସମ୍ପର୍କ ରଖିଥିଲା । ଏହି ଘଟଣାରେ ତାକୁ ଗିରଫ କରାଯାଇଛି । ସମାନ ଧରଣର ଆଉ ୪ଟି ଘଟଣାରେ ମଧ୍ୟ ତା’ର ସମ୍ପୃକ୍ତି ରହିଛି । ତେଣୁ ଏ ବିଷୟରେ ଜେରା କରିବା ପାଇଁ ଆମେ ତାକୁ ୧୨ ଦିନିଆ ରିମାଣ୍ଡରେ ଆଣିଛୁ । ଖାଲି ସେତିକି ନୁହେଁ କିଛି ମହିଳା ସରକାରର ଆକ୍ରମଣରୁ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି । ସରକାର ଲୁହା ରଡ୍‌ ଓ ସାଇକେଲ୍‌ ଚେନ୍‌ରେ ତାର ସମସ୍ତ ଶିକାରଙ୍କୁ ଆକ୍ରମଣ କରୁଥିଲା । ଅବଶ୍ୟ ମହିଳାଙ୍କୁ ହତ୍ୟା କରିବା ପରେ ସେ କିଛି ଅଳଙ୍କାର ବା ଅନ୍ୟ ମୂଲ୍ୟବାନ ଜିନିଷ ନେଇ ଯିବାର ନଜର ରହିଛି । ହେଲେ ଚୋରି ତା’ର ପ୍ରକୃତ ଉଦ୍ଦେଶ୍ୟ ନଥଲା । କେବଳ ମହିଳାଙ୍କୁ ହତ୍ୟା କରି ତା’ ପରେ ତାଙ୍କ ଶବ ସହ ସେକ୍ସ କରିବାକୁ ସେ ଆଗ୍ରହୀ ଥିଲା । ପ୍ରାଥମିକ ତଦନ୍ତରୁ ଏଭଳି ତଥ୍ୟ ଆମ ହାତରେ ଲାଗିଛି । ରବିବାର ଦିନ ନାଲିଆ ବାଇକ୍‌ ସହ ନାଲି ରଙ୍ଗର ହେଲମେଟ୍‌ ପିନ୍ଧି ଯାଉଥିବା ବେଳେ କଲନା ଠାରେ ସରକାରକୁ ଗିରଫ କରାଯାଇଛି । ପୁତୁଲ ମାଝୀ ହତ୍ୟାକାଣ୍ଡ ପରେ ବିଭିନ୍ନ ସ୍ଥାନରେ ସିସିଟିଭି ଫୁଟେଜ ଯାଞ୍ଚ କରାଯାଇ ଅଭିଯୁକ୍ତର ଫଟୋକୁ ବିଭିନ୍ନ ଚେକେ¬ାଷ୍ଟକୁ ପଠା ଯାଇଥିଲା । ଉକ୍ତ ଫଟୋ ଆଧାରରେ ସରକାରକୁ ଗିରଫ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାକିସ୍ତାନକୁ କୌଣସି ପ୍ରକାର ସାହାର୍ଯ୍ୟ କରାଯିବ ନାହିଁ: ସାଉଦି ରାଜା

ପାକିସ୍ତାନକୁ କୌଣସି ପ୍ରକାର ସାହାର୍ଯ୍ୟ କରାଯିବ ନାହିଁ: ସାଉଦି ରାଜା

Read More...

ଇସ୍ରୋ ଗଲେ ନବରଙ୍ଗପୁରର ୨ ଛାତ୍ରୀ

ଇସ୍ରୋ ଗଲେ ନବରଙ୍ଗପୁରର ୨ ଛାତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page