୨୦ରୁ ରାଜ୍ୟସଭା ଅଧିବେଶନ

June 03, 2019, ଦେଶ, , Anupambharat News Bureau


୨୦ରୁ ରାଜ୍ୟସଭା ଅଧିବେଶନ
Anupambharat News Bureau
June 03, 2019

ନୂଆଦିଲ୍ଲୀ,୩ା୬: ପାର୍ଲମେଣ୍ଟର ବଜେଟ୍‌ ଅଧିବେଶନ ପାଇଁ ଆସନ୍ତା ୨୦ ତାରିଖରେ ରାଜ୍ୟସଭା ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନ ଜୁଲାଇ ୨୬ରେ ଶେଷ ହେବ ବୋଲି ସର୍ବୋଚ୍ଚ ସଦନର ସଚିବ ସୂଚନା ଦେଇଛନ୍ତି । ଏନେଇ ରାଷ୍ଟ୍ରପତି ରାଜ୍ୟସଭାକୁ ନୋଟିସ ଜାରି କରିଥିବା କୁହାଯାଇଛି । ଏହି ସମୟ ମଧ୍ୟରେ ୨୭ଟି କାର୍ଯ୍ୟ ଦିବସ ରହିଥିବା ରାଜ୍ୟସଭା ସଚିବ ଦୀପକ ବର୍ମା ସୂଚିତ କରିଛନ୍ତି । ପ୍ରକାଶ ଥାଉକି ଆସନ୍ତା ୧୭ରୁ ଲୋକସଭା ଅଧିବେଶନ ଆରମ୍ଭ ହେବ । ୧୭ ଓ ୧୮ ଦୁଇ ଦିନ ଧରି ନୂତ ସଦସ୍ୟଙ୍କ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହାପରେ ୧୯ରେ ବାଚସ୍ପତି ନିର୍ବାଚନ କାର୍ଯ୍ୟକ୍ରମ ରହିଛି । ଜୁନ୍‌ ୨୦ରେ ସଂସଦର ଉଭୟ ସଦନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦ୍‌ବୋଧନ ଦେବା କାର୍ଯ୍ୟକ୍ରମ ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ବାୟୁସେନା ବିମାନ ନିଖୋଜ, ଆଠ କର୍ମଚାରୀଙ୍କ ସମେତ ୧୩ ଥିଲେ

ବାୟୁସେନା ବିମାନ ନିଖୋଜ, ଆଠ କର୍ମଚାରୀଙ୍କ ସମେତ ୧୩ ଥିଲେ

Read More...

ବିଳମ୍ବରେ ପହଞ୍ଚିବ ମୌସୁମୀ

ବିଳମ୍ବରେ ପହଞ୍ଚିବ ମୌସୁମୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page