ବିଳମ୍ବରେ ପହଞ୍ଚିବ ମୌସୁମୀ

June 03, 2019, ଦେଶ, , Anupambharat News Bureau


ବିଳମ୍ବରେ ପହଞ୍ଚିବ ମୌସୁମୀ
Anupambharat News Bureau
June 03, 2019

ଭୁବନେଶ୍ୱର,୩ ।୬(ଅନୁପମ ମିଡିଆ): ଜୁନ୍‌ ୧୦ ତାରିଖରେ ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଛୁଇଁବା କଥା । ମାତ୍ର ଏହା ବିଳମ୍ବ ହେବ ବୋଲି ସୋମବାର ପାଣିପାଗ ସୂତ୍ରରୁ ଜଣାପଡ଼ିଛି । ଏହି ସୂତ୍ରରୁ ପ୍ରକାଶ ଯେ, ଆସନ୍ତା ୬ରେ ମୌସୁମୀବାୟୁ କେରଳରେ ଛୁଇଁଥାଏ । ମାତ୍ର ଏଥର କେରଳରେ ପହଞ୍ଚିବାକୁ ବିଳମ୍ବ ହେବ । ବର୍ତ୍ତମାନ ଏହି ମୌସୁମୀ ଆଣ୍ଡାମାନ ଆଗକୁ ଅଗ୍ରସର ହେଉଛି । ତେଣୁ ମୌସୁମୀ ଓଡ଼ିଶାକୁ ପହଞ୍ଚିବାରେ ବିଳମ୍ବ ହେବ । ତେବେ ପ୍ରାକ୍‌ ମୌସୁମୀ ବର୍ଷା (କାଳ ବୈଶାଖୀ) ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆରମ୍ଭ ହୋଇଛି । ଆଗାମୀ ୩ ରୁ ୪ ଦିନ ଧରି ଏହା ଚାଲିବ ବୋଲି ସମ୍ପୃକ୍ତ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୨୦ରୁ ରାଜ୍ୟସଭା ଅଧିବେଶନ

୨୦ରୁ ରାଜ୍ୟସଭା ଅଧିବେଶନ

Read More...

ପୂର୍ବ ଶତ୍ରୁତାକୁ ନେଇ ଛୁରା ମାଡ

ପୂର୍ବ ଶତ୍ରୁତାକୁ ନେଇ ଛୁରା ମାଡ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page