୧୪୬ ବିଧାୟକଙ୍କ ମଧ୍ୟରୁ ୬୭ ଦାଗୀ

May 28, 2019, ଓଡ଼ିଶା, , Anupambharat News Bureau


୧୪୬ ବିଧାୟକଙ୍କ ମଧ୍ୟରୁ ୬୭ ଦାଗୀ
Anupambharat News Bureau
May 28, 2019

ଭୁବନେଶ୍ୱର,୨୭ ।୫ (ଅନୁପମ ମିଡିଆ): ଚଳିତ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ୧୪୬ ବିଧାୟକଙ୍କ ମଧ୍ୟରୁ ୪୬ ପ୍ରତିଶତ ବା ୬୭ ଜଣ ହେଉଛନ୍ତି ଦାଗୀ ନେତା । ଏଡିଆର ଓ ଇଲେକ୍ସନ ୱାଚ୍‌ ପକ୍ଷରୁ ସୋମବାର ପ୍ରକାଶ ପାଇଥିବା ରିପୋର୍ଟରୁ ଏହା ଜଣାପଡିଛି । ସେମାନଙ୍କ ମଧ୍ୟରୁ ୩୪ ପ୍ରତିଶତ ଅର୍ଥାତ ୪୯ ଜଣଙ୍କ ବିରୋଧରେ ରହିଛି ହତ୍ୟା, ହତ୍ୟା ଉଦ୍ୟମ, ମହିଳା ବିରୋଧୀ ଅପରାଧ ଓ ଅପହରଣ ଭଳି ସାଂଘାତିକ ମାମଲା । ବିଜେଡିର ନବ ନିର୍ବାଚିତ ୧୧୨ ବିଧାୟକଙ୍କ ମଧ୍ୟରୁ ୪୬ ଜଣଙ୍କ ନାଁରେ ଅପରାଧିକ ମାମଲା ଥିବା ବେଳେ ୩୩ ଜଣଙ୍କ ବିରୋଧରେ ରହିଛି ସାଂଘାତିକ ଅପରାଧିକ ମାମଲା । ସେହିପରି ବିଜେପିର ୨୩ ବିଧାୟକଙ୍କ ମଧ୍ୟରୁ ୧୪ ଜଣ ହେଉଛନ୍ତି ଦାଗୀ ସଦସ୍ୟ । ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ବିରୋଧରେ ରହିଛି ସାଂଘାତିକ ଅପରାଧ ମାମଲା । ଅପରପକ୍ଷରେ କଂଗ୍ରେସର ୯ ବିଧାୟକଙ୍କ ମଧ୍ୟରୁ ୬ ଜଣ ଦାଗୀ ହୋଇଥିବା ବେଳେ ୫ ଜଣଙ୍କ ବିରୋଧରେ ଗୁରୁତର ଅପରାଧୀକ ମାମଲା ରହିଛି । ରିପୋର୍ଟ ଅନୁଯାୟୀ ଗତଥର ତୁଳନାରେ ଏଥର ବିଧାନସଭାରେ ଦାଗୀ ନେତାଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଦାଗୀ ନେତାଙ୍କ ସଂଖ୍ୟା ୧୧ ପ୍ରତିଶତ ବୃଦ୍ଧି ହୋଇଛି । ଶିକ୍ଷାଗତ ଯୋଗ୍ୟତା ଦୃଷ୍ଟିରୁ ଏଥର ୨ ଜଣ ପଞ୍ଚମ ଶ୍ରେଣୀ, ୬ ଜଣ ଅଷ୍ଟମ, ୧୩ ଜଣ ଦଶମ, ୨୨ ଜଣ ଦ୍ୱାଦଶ ଶ୍ରେଣୀ ପାସ କରିଛନ୍ତି । ସେହିଭଳି ୩୨ ଜଣ ସ୍ନାତକ, ୨୯ ଜଣ ବୃତିଗତ ସ୍ନାତକ, ୩୬ ଜଣ ସ୍ନତକତୋର ଓ ୪ ଜଣ ଡକଫରେଟ୍‌ ଡିଗ୍ରୀଧାରୀ ବିଧାୟକ ରହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରିଜ୍‌ରୁ ଖସି ବାପା,ପୁଅ ମୃତ

ବ୍ରିଜ୍‌ରୁ ଖସି ବାପା,ପୁଅ ମୃତ

Read More...

ବିଶ୍ୱକପ୍‌ ସୁଟିଂ: ସୌରଭଙ୍କୁ ସ୍ୱର୍ଣ୍ଣ

ବିଶ୍ୱକପ୍‌ ସୁଟିଂ: ସୌରଭଙ୍କୁ ସ୍ୱର୍ଣ୍ଣ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page