ବିଶ୍ୱକପ୍‌ ସୁଟିଂ: ସୌରଭଙ୍କୁ ସ୍ୱର୍ଣ୍ଣ

May 28, 2019, କ୍ରୀଡ଼ା, , Anupambharat News Bureau


ବିଶ୍ୱକପ୍‌ ସୁଟିଂ: ସୌରଭଙ୍କୁ ସ୍ୱର୍ଣ୍ଣ
Anupambharat News Bureau
May 28, 2019

ନୂଆଦିଲ୍ଲୀ,୨୭ ।୫: ମୁ୍ୟନିକ୍‌ଠାରେ ବିଶ୍ୱକପ୍‌ ସୁଟିଂରେ ଭାରତର କନିଷ୍ଠତମ ସୁଟର ସୌରଭ ଚୌଧୁର ୀ ୧୦ମିଟର ଏୟାର୍‌ ଫିସ୍ତଲ୍‌ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିବାରେ ଗୌରବ ଅର୍ଜନ କରିଛନ୍ତି ।
ଏହି ସଫଳତା ପାଇବା ପରେ ଭାରତୀୟ ସୁଟିଂ ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଛି । ଏହି କନିଷ୍ଠତମ ସୁଟର ସୌରଭ ନିଜର ବିଶ୍ୱରେକର୍ଡକୁ ୨୪୫କୁ ୨୪୬.୩ ପଏଣ୍ଟ ଫାଇନାଲ୍‌ରେ ଭାଙ୍ଗିଥିବା ଜଣାଯାଇଛି । ଏହି ପଏଣ୍ଟ ହାସଲ କରିବା ସହ ସୌରଭ ପୋଡିଏଲ୍‌ ଅତିକ୍ରମ କରିଥିଲେ । ବିଶ୍ୱକପ୍‌ ସୁଟିଂରେ ଭାରତ ପାଇଁ ଏହା ଦ୍ୱିତୀୟ ସ୍ୱର୍ଣ୍ଣ ପଦକ । ପୂର୍ବର ଅପୂର୍ବୀ ଚାଣ୍ଡେଲା ରବିବାର ଖେଳାଯାଇଥିବା ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ପୂର୍ବରୁ ବିଶ୍ୱସ୍ତରରେ ସୌରଭ ଚୌଧୁରୀ ନିଜର ଉନ୍ନତ ସୁଟିଂ ଜରିଆରେ ବେଶ୍‌ ପରିଚିତ ହୋଇଛି । ନୂଆଦିଲ୍ଲୀ ହୋଇଥିବା ବିଶ୍ୱକପ୍‌ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ୨୦୧୮ରେ ହୋଇଥିବା ୟୁଥ୍‌ ଅଲିମ୍ପିକ୍ସରେ ନିଜର ପ୍ରଦର୍ଶନ ଜରିଆରେ ସ୍ୱର୍ଣ୍ଣ ପଦକ ଓ ୨୦୧୮ ଏସିଆନ୍‌ ଗେମ୍ସରେ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିବାରେ ଗୌରବଲାଭ କରିଥିଲେ । ୧୦ମିଟର ଏୟାର୍‌ ଫିସ୍ତଲ୍‌ ଇଭେଣ୍ଟରେ ଉଭୟ ସିନିୟର୍‌ ଓ ଜୁନିୟର ସ୍ତରରେ ସୌରଭ ଚୌଧୁରୀ ନିଜର ଉନ୍ନତ ପ୍ରଦର୍ଶନ ଜରିଆରେ ବିଶ୍ୱରେକର୍ଡ ସୃଷ୍ଟି କରିଥିଲେ । ଭାରତ ପକ୍ଷରୁ ମିକ୍ସଡ୍‌ ଡବଲ୍ସ ଇଭେଣ୍ଟ ସୁଟିଂରେ ସୌରଭ ଚୌଧୁରୀ ଜବରଦସ୍ତ ପ୍ରଦର୍ଶନ ଜରିଆରେ ସାଥୀ ଖେଳାଳି ମନୁ ବାକେର୍‌ ସହ ପୂର୍ବର ୧୦ମିଟର ଏୟାର୍‌ ପିସ୍ତଲ୍‌ ମିକ୍ସଡ୍‌ ଦଳଗତ ଇଭେଣ୍ଟରେ ୨୦୧୯ରେ ବେଜିଂ ଠାରେ ହୋଇଥିବା ବିଶ୍ୱକପ୍‌ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଭାରତୀୟ ସୁଟିଂ ଯୋଡିଦାର ଜିଓଙ୍ଗ୍‌ ରାନ୍‌କ୍ସିନ୍‌ ଏବଂ ଚୀନ୍‌ର ପଙ୍ଗ୍‌ ୱିଇଙ୍କୁ ୧୬-୬ ବ୍ୟବଧାନରେ ସ୍ୱର୍ଣ୍ଣ ପଦକ ମୁକାବିଲା ମ୍ୟାଚ୍‌ରେ ପରାସ୍ତ କରିବାରେ ସକ୍ଷମ ହୋଇଥିଲେ । ବିଶ୍ୱକପ୍‌ ସୁଟିଂରେ କ୍ରମାଗତ ଦ୍ୱିତୀୟ ପାଇଁ ମନୁ ବାକେର୍‌ ଓ ସୌରଭ ଚୌଧୁରୀ ସ୍ୱର୍ଣ୍ଣ ପଦକ ହାସଲ କରିବାରେ ସଫଳ ହୋଇଥିଲେ । ନୂଆଦିଲ୍ଲୀରେ ହୋଇଥିବା ବିଶ୍ୱକପ୍‌ ସଂସ୍କରଣରେ ସମାନ ଇଭେଣ୍ଟରେ ହାସଲ କରିଥିଲେ । ସୌରଭ ଚୌଧୁର ବିଶ୍ୱକପ୍‌ ସୁଟିଂରେ ନିଜର ବିଶ୍ୱକପ୍‌ ରେକର୍ଡକୁ ଭାଙ୍ଗିବାରେ ସକ୍ଷମ ହୋଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୪୬ ବିଧାୟକଙ୍କ ମଧ୍ୟରୁ ୬୭ ଦାଗୀ

୧୪୬ ବିଧାୟକଙ୍କ ମଧ୍ୟରୁ ୬୭ ଦାଗୀ

Read More...

ଭାରତ-ବାଂଲାଦେଶ ମୁକାବିଲା ଆଜି

ଭାରତ-ବାଂଲାଦେଶ ମୁକାବିଲା ଆଜି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page