ଆରମ୍ଭ ହେଲା ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ :ଶିଳ୍ପ ଜଗତରେ ନୂତନ ଅଧ୍ୟାୟ

November 30, 2022, ଓଡ଼ିଶା, , Anupambharat News Bureau


ଆରମ୍ଭ ହେଲା ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌  :ଶିଳ୍ପ ଜଗତରେ ନୂତନ ଅଧ୍ୟାୟ
Anupambharat News Bureau
November 30, 2022


ଭୁବନେଶ୍ୱର, ୩୦ା୧୧ (ଅନୁପମ ମିଡିଆ): ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହୋଇଛି ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ ୨୦୨୨ । ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଛନ୍ତି । ଏହି ଅବସରରେ ଜାପାନ, ଜର୍ମାନୀ, ନରେୱ ଓ ନେପାଳର ରାଷ୍ଟ୍ରଦୂତଙ୍କ ସହ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଅତିଥି ଭାବେ ଉପସ୍ଥିତ ଥିଲେ ।
ଦେଶବିଦେଶରୁ ୧୦୦ରୁ ଅଧିକ ଶିଳ୍ପପତି ଏହି ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ମେକ ଇନ୍‌ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣରେ ୬ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ପ୍ରସ୍ତାବ ଓଡ଼ିଶାକୁ ଆସିବ ବୋଲି ଆଶା କରାଯାଉଛି । ଏହି ଶିଳ୍ପ ମହାକୁମ୍ଭରେ ୭ଟି ପ୍ରମୁଖ କ୍ଷେତ୍ର ଉପରେ କାର୍ଯ୍ୟକ୍ରମରେ ଫୋକସ ରହିବ । ମେଟାଲ ଓ ମିନେରାଲ, ପେଟ୍ରୋକେମିକାଲ, ଟେକ୍ସଟାଇଲ, ଫୁଡ଼ ପ୍ରୋସେସିଙ୍ଗ, ଅକ୍ଷୟ ଶକ୍ତି, ପର୍ଯ୍ୟଟନ ଏବଂ ଆଇଟି ସେକଫରକୁ ଅଧିକ ଫୋକସ୍‌ କରାଯାଇଛି । ଆଜି ଆରମ୍ଭ ହୋଇଥିବା ଏହି ସଂସ୍କରଣ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହାଇ ସିକୁ୍ୟରିଟି ନମ୍ବର ପ୍ଳେଟ୍‌ ଅବଧି ବଢିଲା

ହାଇ ସିକୁ୍ୟରିଟି ନମ୍ବର ପ୍ଳେଟ୍‌ ଅବଧି ବଢିଲା

Read More...

 ୧୭ଟି ପ୍ରସ୍ତାବକୁ ଅନୁମୋଦନ

୧୭ଟି ପ୍ରସ୍ତାବକୁ ଅନୁମୋଦନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page