ମେଳା ଦେଖିବା ନୋହିଲା : ଦୁର୍ଘଟଣାରେ ଦୁଇ ଭାଇ ସମେତ ଚାରି ମୃତ

November 03, 2022, ଓଡ଼ିଶା, , Anupambharat News Bureau


 ମେଳା ଦେଖିବା ନୋହିଲା : ଦୁର୍ଘଟଣାରେ ଦୁଇ ଭାଇ ସମେତ ଚାରି ମୃତ
Anupambharat News Bureau
November 03, 2022


କେନ୍ଦୁଝର, ୩ା୧୧(ଅନୁପମ ମିଡ଼ିଆ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବଡପଶି ଗ୍ରାମ ନିକଟରେ ଜାତୀୟ ରାଜପଥ ୨୦ରେ ଏକ ହାଇୱା ଟ୍ରକ ଓ କାର ମୁହାଁ ମୁହିଁ ଧMା ହେବା ଫଳରେ ଗାଡ଼ିରେ ବସିଥିବା ଦୁଇ ଭାଇ ସମେତ ଚାରି ଜଣଙ୍କ ଶୋଚନୀୟ ମୃତୁ୍ୟ ଘଟିଛି । କାର ଓ ହାଇୱା ଚାଳକ ଅଳ୍ପକେ ମୃତୁ୍ୟମୁଖରୁ ବର୍ତିଯାଇଥିବା ବେଳେ ଉଭୟ ଆହତ ହୋଇଥିବା ଜଣାପଡିଛି । ମୃତକ ମାନେ ହେଲେ ପିପିଳିଆ ଗ୍ରାମର ନରୋତ୍ତମ ସିଂ (୬୫) ଓ ତାଙ୍କ ସାନ ଭାଇ ହୃଷିକେଶ ସିଂ (୫୮) ।
ଅନ୍ୟ ଦୁଇ ଜଣ ଚିତ୍ତରଞ୍ଜନ ନାଏକ (୫୦) ଏବଂ ପାଖ ସରାଶପଶି ଗ୍ରାମର ପ୍ରକାଶ ନାଏକ (୪୫) ବୋଲି ଜଣାପଡିଛି । କାରର ଚାଳକ ବୃନ୍ଦାବନପୁରର ତପନ କୁମାର ନାଏକ ଆହତ ହୋଇ ଚିକିତ୍ସିତ ଥିବା ବେଳେ ହାଇୱା ଚାଳକଙ୍କ ପରିଚୟ ମିଳିନାହିଁ । ମୃତ ପ୍ରକାଶ ନାଏକ ଘଟଗାଁ ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ବୋଲି ଜଣାପଡିଛି । ପ୍ରକାଶ ଯେ, ଜାତୀୟ ରାଜପଥ ୨୦ ର ରାସ୍ତା ପାଶ୍ୱର୍ ପଥର ପ୍ୟାଚିଂ ହେଉଛି । ରାସ୍ତା କାମ ଉକ୍ତ ସ୍ଥାନରେ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଉକ୍ତ ସ୍ଥାନରେ ୱାନ େୱ କରାଯାଇଛି । ଫଳରେ ଗୋଟିଏ ପାଶ୍ୱର୍ରେ ଗାଡି ଚଳାଚଳ କରଥିବାବେଳେ କେନ୍ଦୁଝରକୁ କାଳୀପୂଜା ଓ ମେଳା ଦେଖିବାକୁ ବ୍ରିଜା କାରରେ ଆସୁଥିବା ବେଳେ ଅପର ପାଶ୍ୱର୍ରୁ କ୍ଷୀପ୍ର ଗତିରେ ଆସୁଥିବା ହାଇୱା ସହ ଗୁରୁବାର ସନ୍ଧ୍ୟା ପ୍ରାୟ ୫ ଟା ସମୟରେ ମୁହାଁମୁହିଁ ଧMା ହୋଇଥିଲା । ଘଟଣାସ୍ଥଳରେ ତିନିଜଣଙ୍କ ମୃତୁ୍ୟ ହୋଇଥିବାବେଳେ ଅନ୍ୟ ଜଣଙ୍କର କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିସିାଳୟରେ ମୃତୁ୍ୟ ଘଟିଛି । କାର ଚାଳକ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି । ଦୁର୍ଘଟଣା ପରେ ଦୁଇଟି ଯାକ ଗାଡି ରାସ୍ତା ତଳକୁ ଖସି ପଡିଥିଲା ବୋଲି ସ୍ଥାନୀୟ ଲୋକଙ୍କ ଠାରୁ ଜଣାପଡିଛି । ଖବର ପାଇ ଦମକଳ ବିଭାଗ ମୃତକ ଏବଂ ଆହତ ଙ୍କୁ କେନ୍ଦୁଝର ମୁଖ୍ୟ ଚିକିସିାଳୟକୁ ଆଣିଥିଲେ । ଜାତୀୟ ରାଜପଥ ୨୦ର ଅସମ୍ପୂର୍ଣ୍ଣ ଥିବା କାମ ଏଆର୍‌ଏସ୍‌ଏସ୍‌ ଟେଣ୍ଡର ପାଇବା ପରେ କରୁଛି । ବିଳମ୍ବରେ କାମ କରୁଥିବାରୁ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନୀ ଘଟୁଛି । ୩୧ ଅକେଫାବର ୨୦୨୨ ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ସମୟ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଅଦ୍ୟାବଧି ୮୨ ପ୍ରତିଶତ କାମ ଶେଷ ହୋଇଛି । ବିଳମ୍ବରେ କାମ ହେଉଥିବାରୁ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନୀ ଘଟୁଛି । ଏନ୍‌ଏଚ୍‌ଏଆଇ ଏହି କମ୍ପାନୀ ଉପରେ କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ଏହି ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଜେପିକୁ ଜିତାଇଲା ଧର୍ମେନ୍ଦ୍ରଙ୍କ ପ୍ରଚାର ଓ ରଣନୀତି

ବିଜେପିକୁ ଜିତାଇଲା ଧର୍ମେନ୍ଦ୍ରଙ୍କ ପ୍ରଚାର ଓ ରଣନୀତି

Read More...

ଧାମନଗର ଉପନିର୍ବାଚନ :ପାଞ୍ଚ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ : ୬୬.୬୩ ପ୍ରତିଶତ ମତଦାନ

ଧାମନଗର ଉପନିର୍ବାଚନ :ପାଞ୍ଚ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ : ୬୬.୬୩ ପ୍ରତିଶତ ମତଦାନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page