ଧାମନଗର ଉପନିର୍ବାଚନ :ପାଞ୍ଚ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ : ୬୬.୬୩ ପ୍ରତିଶତ ମତଦାନ

November 03, 2022, ଓଡ଼ିଶା, , Anupambharat News Bureau


ଧାମନଗର ଉପନିର୍ବାଚନ :ପାଞ୍ଚ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ : ୬୬.୬୩ ପ୍ରତିଶତ ମତଦାନ
Anupambharat News Bureau
November 03, 2022


ଭଦ୍ରକ/ଭୁବନେଶ୍ୱର, ୩ା୧୧(ଅନୁପମ ମିଡ଼ିଆ): ଆଜି ଥିଲା ଧାମନଗର ବିଧାନସଭା ଉପନିର୍ବାଚନ । କାଁ ଭାଁ ଗଣ୍ଡଗୋଳକୁ ଛାଡିଦେଲେ ସୁରୁଖୁରୁରେ ସରିଛି ମତଦାନ । ଆଜି ସକାଳ ୯ଟା ସୁଦ୍ଧା ୧୦.୨୫ ପ୍ରତିଶତ ମତଦାନ ରହିଥିବାବେଳେ ୧୧ ଟା ସୁଦ୍ଧା ୨୨.୩୬ ପ୍ରତିଶତ, ଅପରାହ୍ନ ୧ ଟା ସୁଦ୍ଧା ୩୮.୭୫, ୩ ଟା ସୁଦ୍ଧା ୫୨.୧୩, ୫ ଟା ସୁଦ୍ଧା ୫୮.୫୩ ପ୍ରତିଶତ ରହିଥିବାବେଳେ ଓ ଶେଷସୁଦ୍ଧା ୬୬.୬୩ ପ୍ରତିଶତ ମତଦାନ ରହିଥିବାର ଜଣାପଡିଛି ।
ଏଠାରେ ସୂଚନାଯୋଗ୍ୟ ଧାମନଗର ଉପନିର୍ବାଚନ ଲାଗି ବ୍ୟାପକ ପ୍ରସ୍ତୁତି ହୋଇଥିଲା । ବୁଥର ଶହେ ମିଟର ଭିତରେ ବିଶୃଙ୍ଖଳାକାରୀଙ୍କୁ ଗରିଫ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଉପନିର୍ବାଚନରେ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ମୋଟ ୯୯୭ ଜଣ ପୋଲିସ୍‌ କର୍ମଚାରୀ ମଧ୍ୟ ବିଭିନ୍ନ ମତଦାନ କେନ୍ଦ୍ରରେ ରହିଥିଲେ । ସେହିଭଳି ୪ କମ୍ପାନୀ ସିଆରପିଏଫ, ୨୪ଟି ମୋବାଇଲ୍‌ ପାର୍ଟି, ୨୨ ପ୍ଲାଟୁନ ଷ୍ଟଟ୍‌ ଆର୍ମଡ୍‌ ଫୋର୍ସ, ୩୦ ଜଣ ସେକଫର ଅଧିକାରୀ, ୯ ସେକଫର ମାଜିଷ୍ଟ୍ରେଟ୍‌, ୧୦୦ ଜଣ ସବ୍‌ଇନ୍ସିପେକଫର ଓ ଇନ୍ସିପେକଫର, ୨ ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଓ ୬ ଡିଏସ୍‌ପି ମୁତୟନ ହୋଇଥିଲେ । ଚିହ୍ନଟ ହୋଇଥିବା ୧୧୦ ଟି ଉତ୍ତେଜନା ପ୍ରବଣ ବୁଥ୍‌ ଓ ୨୫ଟି ଅତି ଉତ୍ତେଜନା ପ୍ରବଣ ବୁଥ୍‌ରେ ସଶସ୍ତ୍ର ବଳଙ୍କୁ ମୁତୟନ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ମେଳା ଦେଖିବା ନୋହିଲା : ଦୁର୍ଘଟଣାରେ ଦୁଇ ଭାଇ ସମେତ ଚାରି ମୃତ

ମେଳା ଦେଖିବା ନୋହିଲା : ଦୁର୍ଘଟଣାରେ ଦୁଇ ଭାଇ ସମେତ ଚାରି ମୃତ

Read More...

୮ରେ ଶ୍ରୀମନ୍ଦିରରେ ଗ୍ରହଣ ନୀତି

୮ରେ ଶ୍ରୀମନ୍ଦିରରେ ଗ୍ରହଣ ନୀତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page