ଶ୍ରୀମନ୍ଦିରରେ ହେବ ସ୍ୱତନ୍ତ୍ର ନୀତିକାନ୍ତି

October 13, 2022, ଓଡ଼ିଶା, , Anupambharat News Bureau


ଶ୍ରୀମନ୍ଦିରରେ ହେବ  ସ୍ୱତନ୍ତ୍ର ନୀତିକାନ୍ତି
Anupambharat News Bureau
October 13, 2022


ପୁରୀ, ୧୩ା୧୦(ଅନୁପମ ମିଡ଼ିଆ): ଚଳିତ ବର୍ଷ ଦୀପାବଳି ଦିନ ଅର୍ଥାତ୍‌ ଅକେଫାବର ୨୫ ତାରିଖରେ ପଡୁଛି କେତୁଗ୍ରସ୍ତ ଖଣ୍ଡ ଗ୍ରାସ ସୂର୍ଯେ୍ୟାପରାଗ । ଏହି ସମୟରେ ପାକତ୍ୟାଗ ଓ ଦେବ ନୀତି ନିଷେଧ ରହିଛି । ସେଦିନ ପରାଗ ସ୍ପର୍ଶ ଅପରାହ୍ନ ୪ଟା ୫୬ ମିନିଟ୍‌ ୫୨ ସେକଣ୍ଡରେ ରହିଛି ଓ ସନ୍ଧ୍ୟା ୬ଟା ୨୬ ମିନିଟ୍‌ ୫୨ସେକେଣ୍ଡରେ ସର୍ବମୋକ୍ଷ ହେବ । ସୂର୍ଯେ୍ୟାପରାଗର ୧୨ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ୨୫ ତାରିଖ ଭୋର୍‌ ୪ଟା ୫୭ରୁ ପାକ ତ୍ୟାଗ ଓ ଦେବ ନୀତି ନିଷେଧ ହେବ । ସେଥିପାଇଁ ଶ୍ରୀମନ୍ଦିରରେ ଠାକୁରଙ୍କ ନୀତିକାନ୍ତି ସଅଳ କରିବାକୁ ନିଷ୍ପତ୍ତି ହୋଇଛି ।
୨୪ ତାରିଖରେ ଦୀପଦାନ, ପୟାଶ୍ରାଦ୍ଧ, କାଳିପୂଜା ଓ ବଡ଼ବଡ଼ୁଆ ଡାକ ଅନୁଷ୍ଠିତ ହେବ । ରାତି ୧୨ଟାରେ ଶ୍ରୀମନ୍ଦିରରେ ଦ୍ୱାରଫିଟା ସହ ସାଢ଼େ ୨ଟାରୁ ୩ଟା ଭିତରେ ସକାଳଧୂପ, ଭୋର୍‌ ୪ଟାରେ ବାଳଧୂପ, ୪ଟା ୫୫ରେ ଭୋଗମଣ୍ଡପ ଶେଷ ହୋଇ ନୀତି ବନ୍ଦ ରହିବ । ଅପରାହ୍ନ ୪ଟା ୫୬ରେ ପରାଗ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ ଓ ଗ୍ରହଣ ଭୋଗ ନୀତି ବଢ଼ିବା ପରେ ଅନ୍ୟାନ୍ୟ ନୀତି ଚାଲିବାକୁ ଛତିଶା ନିଯୋଗରେ ନିଷ୍ପତ୍ତି ହୋଇଛି । ମୋଟ୍‌ ୧୬ ମିନିଟ ୨୬ ସେକେଣ୍ଡ ପାଇଁ ପୁରୀକୁ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବ ।
ସେହିପରି ଏଥର କାର୍ତ୍ତିକ ପୂର୍ଣ୍ଣମୀ ଅର୍ଥାତ୍‌ ନଭେମ୍ବର ୮ ତାରିଖ ଦିନ ଚନ୍ଦ୍ରଗ୍ରହଣ ପଡୁଥିବାରୁ ସେଦିନ ଭୋର୍‌ ୪ଟା ୨୯ ପୂର୍ବରୁ ଡଙ୍ଗା ଭସା ଶେଷ କରିବାକୁ ହେବ । ସେହିଦିନ ସନ୍ଧ୍ୟା ୬ଟା ୧୯ ମିନିଟ୍‌ ପର୍ଯ୍ୟନ୍ତ ଦେବ ନୀତି ଓ ପାକ ତ୍ୟାଗକୁ ନିଷେଧ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୁଣି ରପ୍ତାନୀ ହେବ ଖୁଦ

ପୁଣି ରପ୍ତାନୀ ହେବ ଖୁଦ

Read More...

ଧାମନଗର ଉପନିର୍ବାଚ :ବିଜୟ ନେଇ ବିଜେଡ଼ି ଓ ବିଜେପିର ଦୃଢ଼ୋକ୍ତି

ଧାମନଗର ଉପନିର୍ବାଚ :ବିଜୟ ନେଇ ବିଜେଡ଼ି ଓ ବିଜେପିର ଦୃଢ଼ୋକ୍ତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page