ଧାମନଗର ଉପନିର୍ବାଚ :ବିଜୟ ନେଇ ବିଜେଡ଼ି ଓ ବିଜେପିର ଦୃଢ଼ୋକ୍ତି

October 13, 2022, କ୍ୟାରିୟର ନିଯୁକ୍ତି, , Anupambharat News Bureau


ଧାମନଗର ଉପନିର୍ବାଚ :ବିଜୟ ନେଇ ବିଜେଡ଼ି ଓ ବିଜେପିର ଦୃଢ଼ୋକ୍ତି
Anupambharat News Bureau
October 13, 2022


ଭୁବନେଶ୍ୱର, ୧୩ା୧୦(ଅନୁପମ ମିଡ଼ିଆ): ଧାମନଗର ଉପନିର୍ବାଚ ଉଷ୍ମତା ଧିରେ ଧିରେ ବଢ଼ିବାରେ ଲାଗିଛି । ପୂର୍ବରୁ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଆଜି କଂଗ୍ରେସର ବାବା ହରେକୃଷ୍ଣ ସେଠୀ ନାମାଙ୍କନ ଦାଖଲ କରିଛନ୍ତି । ତେବେ ଏହି ଉପନିର୍ବାଚନରେ ବିଜୟ ନେଇ ଉଭୟ ବିଜେଡ଼ି ଏବଂ ବିଜେପି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।
ଆଗାମୀ ନଭେମ୍ବର ତିନି ତାରିଖରେ ହେବାକୁ ଥିବା ଧାମନଗର ଉପନିର୍ବାଚନରେ ବିଜେଡି ଭଲ ବ୍ୟବଧାନରେ ବିଜୟୀ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ସେ ସାମ୍ବାଦିକ ମାନଙ୍କ ସହ ଆଲୋଚନା ବେଳେ କହିଛନ୍ତି ଯେ,ଓଡ଼ିଶା ଏବେ ମଡେଲ୍‌ ଷ୍ଟେଟ୍‌ ହୋଇରହିଛି । ବିଜେଡି ହେଉଛି ଲୋକଙ୍କ ଦଳ । ସେ କହିଛନ୍ତି ଯେ ବିଜେପି ଦଳ ଲଢେଇ କରୁଛି ବୋଲି ବାହାସ୍ପଟ ମାରୁଥିଲେ ଏବେ ୩ ନମ୍ବରକୁ ଖସିଆ ସିଲେ । ବିରୋଧୀ ଦଳ ଦ୍ୱିତୀୟ , ତୃତୀୟ ସ୍ଥାନ ପାଇଁ ପ୍ରତିଯୋଗିତା କରିବେ ବୋଲି ସେ କହିଛନ୍ତି । ସେହିଭଳି ବୁଥ୍‌ ଏବଂ ୱାର୍ଡ ସ୍ତରରେ ବିଜେପିର ସଙ୍ଗଠନ ରହିଛି । ଧାମନଗର ଉପନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ସେ କହିଛନ୍ତି କାହା ଦୁର୍ବଳତା ବିଜେପି ପାଇଁ ସବଳତା ନୁହେଁ । ଯେଉଁ ସମାଜରେ ମହିଳାଙ୍କୁ ଦେବୀର ଦର୍ଜା ଦିଆଯାଇଛି । ସେଠି ଭେଦଭାବର ପ୍ରଶ୍ନ ଉଠୁନାହିଁ । ସେହିପରି ରାଜେନ୍ଦ୍ର ଦାସଙ୍କ ବିଦ୍ରୋହ ବିଜେପିକୁ ଲାଭ ଦେଇପାରେ କି ପ୍ରଶ୍ନରେ ଜୟ ନାରାୟଣ କହିଛନ୍ତି ଯେ, ସବୁଠି ଅସନ୍ତୋଷର ଫାଇଦା ବିରୋଧୀଙ୍କୁ ମିଳେ । ଏଠି ବି ମିଳିପାରେ । ସବୁ ଜାଗାରେ ବ୍ରଜରାଜନଗର ଭଳି ସ୍ଥିତି ହୁଏ ନାହିଁ । କି;ୁ ଧାମନଗରରେ ତାର ପୁନରାବୃତ୍ତି ହେବ ନାହିଁ । ବୁଥ୍‌ ଏବଂ ୱାର୍ଡ ସ୍ତରରେ ବିଜେପିର ସଙ୍ଗଠନ ରହିଛି । ଆଗକୁ ଓଡିଶାର ତିନି କେନ୍ଦ୍ର ମନ୍ତ୍ରୀ ମାନେ ପ୍ରଚାର କରିବେ । ଉଲ୍ଲେଖଯୋଗ୍ୟ ଯେ, ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ପରେ ଧାମନଗରରେ ଉପନିର୍ବାଚନ ହେବାକୁ ଯାଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶ୍ରୀମନ୍ଦିରରେ ହେବ  ସ୍ୱତନ୍ତ୍ର ନୀତିକାନ୍ତି

ଶ୍ରୀମନ୍ଦିରରେ ହେବ ସ୍ୱତନ୍ତ୍ର ନୀତିକାନ୍ତି

Read More...

ମାଟିରେ ମିଶିଲା ତ୍ରାହି ଅଚୁ୍ୟତ ଆଶ୍ରମ

ମାଟିରେ ମିଶିଲା ତ୍ରାହି ଅଚୁ୍ୟତ ଆଶ୍ରମ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page