ଜଷ୍ଟିସ ଚନ୍ଦ୍ରଚୂଡ ପରବର୍ତ୍ତୀ ସିଜେଆଇ

October 11, 2022, ଦେଶ, , Anupambharat News Bureau


ଜଷ୍ଟିସ ଚନ୍ଦ୍ରଚୂଡ  ପରବର୍ତ୍ତୀ ସିଜେଆଇ
Anupambharat News Bureau
October 11, 2022


ନୂଆଦିଲ୍ଲୀ ୧୧ା୧୦: ଭାରତୀୟ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ୟୁୟୁ ଲଲିତ ତାଙ୍କ ଉତ୍ତରାଧିକାରୀ ଭାବରେ ଜଷ୍ଟିସ ଚନ୍ଦ୍ରଚୂଡଙ୍କ ନାମ ସୁପାରିଶ କରିବାକୁ ଯାଉଛନ୍ତି । ଆଜି ସେ ଜଷ୍ଟିସ୍‌ ଡି.ୱାଇ ଚନ୍ଦ୍ରଚୂଡଙ୍କୁ ଏକ ଚିଠି ହସ୍ତାନ୍ତର କରିବାକୁ ଯାଉଛନ୍ତି ଯେଉଁଥିରେ ତାଙ୍କୁ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି କରାଯିବ ବୋଲି ସୂଚନା ଦିଆଯିବ । ସୁପ୍ରିମକୋର୍ଟର ଅନ୍ୟ ବିଚାରପତିଙ୍କ ଉପସ୍ଥିତିରେ ଏହି ଚିଠି ତାଙ୍କୁ ହସ୍ତାନ୍ତର କରାଯିବ । ଏହା ବ୍ୟତୀତ ଜଷ୍ଟିସ ୟୁୟୁ ଲଲିତ ମଧ୍ୟ ସମାନ ମାମଲାରେ ଆଇନ ମନ୍ତ୍ରଣାଳୟକୁ ଚିଠି ଲେଖି ଜଷ୍ଟିସ ଚନ୍ଦ୍ରଚୂଡଙ୍କ ନାମ ସୁପାରିଶ କରିବେ । ତାଙ୍କ ଉତ୍ତରାଧିକାରୀଙ୍କ ନାମ ସୁପାରିଶ କରିବାକୁ ଆଇନ ଆୟୋଗ ଦ୍ୱାରା କୁହାଯାଇଥିଲା । ସୂଚନା ଥାଉକି, ଜଷ୍ଟିସ୍‌ ୟୁୟୁ ଲଲିତ ନଭେମ୍ବର ୮ରେ ପ୍ରଧାନ ବିଚାରପତି ପଦରୁ ଅବସର ନେବାକୁ ଯାଉଛନ୍ତି । ଏହା ଉଲ୍ଲେଖନୀୟ ଯେ ପ୍ୟାନେଲରେ ଥିବା ଜଷ୍ଟିସ ଚନ୍ଦ୍ରଚୁଡ ଏବଂ ଜଷ୍ଟିସ ଅବଦୁଲ ନାଜିର ସୁପ୍ରିମକୋର୍ଟରେ ୪ ଜଣ ବିଚାରପତିଙ୍କ ନିଯୁକ୍ତିକୁ ନେଇ ଆପତ୍ତି ଉଠାଇଥିଲେ । ଏହି କାରଣରୁ, ସିଜେଆଇ ୟୁୟୁ ଲଲିତଙ୍କ ନେତୃତ୍ୱରେ ଥିବା କଲେଜିୟମ ଦ୍ୱାରା ୪ ଜଣ ବିଚାରପତିଙ୍କ ନିଯୁକ୍ତି ହୋଇପାରିବ ନାହିଁ । ନିୟମ ଅନୁଯାୟୀ, ଯେକୌଣସି ସିଜେଆଇ ଅବସର ଗ୍ରହଣ କରିବାର ମାତ୍ର ଏକ ମାସ
ପୂର୍ବରୁ କଲେଜିୟମକୁ ପରିଚାଳନା କରୁଥିବାବେଳେ ବିଚାରପତି ନିଯୁକ୍ତିକୁ ସୁପାରିଶ କରିପାରନ୍ତି । ଏହି ଦୁଇ ବିଚାରପତିଙ୍କ ଆପତ୍ତି ଯୋଗୁଁ ୪ ଜଣ ବିଚାରପତି ନିଯୁକ୍ତ ହୋଇପାରିନଥିଲେ । ଏହା ବ୍ୟତୀତ, ୟୁୟୁ ଲଲିତଙ୍କ ଅବସର ପାଇଁ ବର୍ତ୍ତମାନ ଏକ ମାସରୁ କମ୍‌ ସମୟ ବାକି ଅଛି । ଏଭଳି ପରିସ୍ଥିତିରେ ସେ ବର୍ତ୍ତମାନ ଏ ବିଷୟରେ କୌଣସି ନିଷ୍ପତ୍ତି ନେଇ ପାରିବେ ନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 କଳାଧନ ପ୍ରସଙ୍ଗ : ସ୍ୱିସ ବ୍ୟାଙ୍କ୍‌ରୁ ଭାରତୀୟଙ୍କ ତଥ୍ୟ ମିଳିଲା

କଳାଧନ ପ୍ରସଙ୍ଗ : ସ୍ୱିସ ବ୍ୟାଙ୍କ୍‌ରୁ ଭାରତୀୟଙ୍କ ତଥ୍ୟ ମିଳିଲା

Read More...

ସୁପ୍ରିମକୋର୍ଟରେ ଚିଟଫଣ୍ଡ ପ୍ରସଙ୍ଗ: ରାଜ୍ୟ ସରକାର ଓ  ସିବିଆଇକୁ ନୋଟିସ୍‌

ସୁପ୍ରିମକୋର୍ଟରେ ଚିଟଫଣ୍ଡ ପ୍ରସଙ୍ଗ: ରାଜ୍ୟ ସରକାର ଓ ସିବିଆଇକୁ ନୋଟିସ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page