ସୁପ୍ରିମକୋର୍ଟରେ ଚିଟଫଣ୍ଡ ପ୍ରସଙ୍ଗ: ରାଜ୍ୟ ସରକାର ଓ ସିବିଆଇକୁ ନୋଟିସ୍‌

October 11, 2022, ଦେଶ, , Anupambharat News Bureau


ସୁପ୍ରିମକୋର୍ଟରେ ଚିଟଫଣ୍ଡ ପ୍ରସଙ୍ଗ: ରାଜ୍ୟ ସରକାର ଓ  ସିବିଆଇକୁ ନୋଟିସ୍‌
Anupambharat News Bureau
October 11, 2022


ନୂଆଦିଲ୍ଳୀ,୧୧ା୧୦: ­ ଚିଟଫଣ୍ଡ ପ୍ରସଙ୍ଗରେ ରାଜ୍ୟ ସରକାର ଓ ସିବିଆଇକୁ ନୋଟିସ୍‌ କରିଛନ୍ତି ସୁପ୍ରିମକୋର୍ଟ । ନିବେଶକଙ୍କ ଟଙ୍କା ଫେରାଇବା ପାଇଁ ରାଜ୍ୟ ସରକାର ଓ ସିବିଆଇ କଣ ପଦକ୍ଷେପ ନେଇଛନ୍ତି ଜାଣିବାକୁ ଚାହିଛନ୍ତି କୋର୍ଟ । ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍‌ ଏମ.ଆର. ସାହା ଓ ବିଚାରପତି ଜଷ୍ଟିସ କ୍ରିଷ୍ଣା ମୁରାରୀଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଥିଲା । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ମାମଲା ପରିଚାଳନା କରିଥିଲେ । ପିଟିସନରେ ପ୍ରଶାନ୍ତ ଭୂଷଣ ଦର୍ଶାଇଛନ୍ତି ଯେ ମାମଲାକୁ ନଅ ବର୍ଷ ବିତିଯାଇଛି । ତେବେ ଏଭିତରେ ଅନେକ ସମ୍ପତ୍ତିି ବ୍ୟାଜାପ୍ତ ହୋଇଥିଲେ ବି ଜଣେ ହେଲେ ନିବେଶକଙ୍କୁ ଅର୍ଥ ଫେରାଯାଇନି । ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୪ରେ ହେବ । ଆବେଦନକାରୀଙ୍କ ପକ୍ଷରୁ ୪୮୦ ପୃଷ୍ଠାର ପିଟିସନ୍‌ ଆକାରରେ ଜନସ୍ୱାର୍ଥ ମାମଲା କରାଯାଇଛି ।
ଓଡ଼ିଶାର ଚିଟଫଣ୍ଡ ଠକେଇରେ ପ୍ରାୟ ୨୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଏଥିରେ ପ୍ରାୟ ୫୦ ହଜାର କୋଟି ଟଙ୍କାର ଠକେଇ ହୋଇଥିବା କୁହାଯାଉଛି । ୪୪ଟି ଚିଟଫଣ୍ଡ କମ୍ପାନୀ ବିରୁଦ୍ଧରେ ୨୦୧୪ରେ ସୁପ୍ରିମକୋର୍ଟ ସିବିଆଇକୁ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତେ୍ୱ ସିବିଆଇ ତାର ଚୂଡାନ୍ତ ରିପୋର୍ଟ ଦାଖଲ କରିନଥିବା ଆବେଦନକାରୀ ପିଟିସନରେ ଉଲ୍ଲେଖ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜଷ୍ଟିସ ଚନ୍ଦ୍ରଚୂଡ  ପରବର୍ତ୍ତୀ ସିଜେଆଇ

ଜଷ୍ଟିସ ଚନ୍ଦ୍ରଚୂଡ ପରବର୍ତ୍ତୀ ସିଜେଆଇ

Read More...

୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ବିଶ୍ୱକପ ଉଦ୍‌ଘାଟିତ

୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ବିଶ୍ୱକପ ଉଦ୍‌ଘାଟିତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page