ତ୍ରିପୁରାରେ ବନ୍ୟା: ଭୟରେ ବହୁ ଲୋକେ ଘର ଛାଡିଲେ

May 27, 2019, ଦେଶ, , Anupambharat News Bureau


ତ୍ରିପୁରାରେ ବନ୍ୟା: ଭୟରେ ବହୁ ଲୋକେ ଘର ଛାଡିଲେ
Anupambharat News Bureau
May 27, 2019

ଧର୍ମନଗର : ପ୍ରବଳରୁ ଅତି ପ୍ରବଳ ବର୍ଷାରେ ତ୍ରିପୁରାର ଉନକୋଟି, ଉତ୍ତର ତ୍ରିପୁରା ଏବଂ ଧଳାଇ ଜିଲ୍ଲାରେ ଶତାଧିକ ଘର ବନ୍ୟାରେ ଭାଙ୍ଗିଯାଇଛି । ହଜାର ହଜାର ପରିବାର ବାସହୀନ ହୋଇଯାଇଛନ୍ତି । ବନ୍ୟା ପ୍ରଭାବିତ ପରିବାରକୁ ସୁରକ୍ଷିତ ସ୍ଥାନକୁ ନେବାରେ ଏନଡିଆରଏଫ ଟିମ ଲାଗିପଡ଼ିଛି । ଏନଡିଆରଏଫ ଟିମ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ପହଂଚାଇବା ପାଇଁ ଜୋରଦାର କାମ କରୁଛି ପ୍ରବଳ ବର୍ଷା ପରେ ଜୁରୀ ଏବଂ କାକଟି ନଦୀର ଜଳସ୍ତର ବୃଦ୍ଧି ପାଇଁ ବନ୍ୟା ସୃଷ୍ଟି ହୋଇଛି । ବର୍ତ୍ତମାନ ବନ୍ୟା ଯୋଗୁଁ ଲୋକଙ୍କର ଅବସ୍ଥା ନାହି ନଥିବା ଅସୁବିଧା ଦେଖାଯାଇଛି । ଉଦ୍ଧାର କାର୍ଯ୍ୟରେ ୯ଟି ଦ୍ରୁତଗାମୀ ଡଙ୍ଗା, ୪୦ ଉଦ୍ଧାରକାରୀ ଡଙ୍ଗା କାମ କରୁଛି । ତ୍ରିପୁରା ଷ୍ଟେଟ ରାଇଫଲ, ଦମକଳ ବିଭାଗ, ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ବନ୍ୟା ପରବର୍ତ୍ତୀ ମୁକାବିଲା ପାଇଁ ଲାଗି ପଡ଼ିଛନ୍ତି । ବନ୍ୟାଯୋଗୁଁ ୧୦୩୯ ଘର କ୍ଷତି ପହଞ୍ଚିଛି । ଉଲ୍ଲେଖଥାଉକି ଅତି ପ୍ରବଳ ବର୍ଷାରେ ତ୍ରିପୁରାର ଉନକୋଟି, ଉତ୍ତର ତ୍ରିପୁରା ଏବଂ ଧଳାଇ ଜିଲ୍ଲାରେ ଶତାଧିକ ଘର ବନ୍ୟାରେ ଭାଙ୍ଗିଯାଇଛି । ହଜାର ହଜାର ପରିବାର ବାସହୀନ ହୋଇଯାଇଛନ୍ତି । ବନ୍ୟା ପ୍ରଭାବିତ ପରିବାରକୁ ସୁରକ୍ଷିତ ସ୍ଥାନକୁ ନେବାରେ ଏନଡିଆରଏଫ ଟିମ ଲାଗିପଡ଼ିଛି । ଏନଡିଆରଏଫ ଟିମ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ପହଂଚାଇବା ପାଇଁ ଜୋରଦାର କାମ କରୁଛି ପ୍ରବଳ ବର୍ଷା ପରେ ଜୁରୀ ଏବଂ କାକଟି ନଦୀର ଜଳସ୍ତର ବୃଦ୍ଧି ପାଇଁ ବନ୍ୟା ସୃଷ୍ଟି ହୋଇଥିବା କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାଉଣ୍ଟ ଏଭେରେଷ୍ଟରେ ଏବେ ସୁଦ୍ଧା୧୦ଜଣଙ୍କ ପର୍ବତାରୋହୀଙ୍କ ମୃତୁ୍ୟ

ମାଉଣ୍ଟ ଏଭେରେଷ୍ଟରେ ଏବେ ସୁଦ୍ଧା୧୦ଜଣଙ୍କ ପର୍ବତାରୋହୀଙ୍କ ମୃତୁ୍ୟ

Read More...

ପଶି ଆସିଛନ୍ତି ଆଇଏସ୍‌ ଆତଙ୍କବାଦୀ , କେରଳରେ ହାଇ ଆଲର୍ଟ ଜାରି

ପଶି ଆସିଛନ୍ତି ଆଇଏସ୍‌ ଆତଙ୍କବାଦୀ , କେରଳରେ ହାଇ ଆଲର୍ଟ ଜାରି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page