ପଶି ଆସିଛନ୍ତି ଆଇଏସ୍‌ ଆତଙ୍କବାଦୀ , କେରଳରେ ହାଇ ଆଲର୍ଟ ଜାରି

May 27, 2019, ଦେଶ, , Anupambharat News Bureau


ପଶି ଆସିଛନ୍ତି ଆଇଏସ୍‌ ଆତଙ୍କବାଦୀ , କେରଳରେ ହାଇ ଆଲର୍ଟ ଜାରି
Anupambharat News Bureau
May 27, 2019

ଥିରୁବନନ୍ତପୁରମ: ଆଇଏସଆଇଏସର ୧୫ ଜଣିଆ ଆତଙ୍କବାଦୀ ନୌକାରେ ଶ୍ରୀଲଙ୍କାରୁ ଲାକ୍ଷାଦୀପ ପାଇଁ ବାହାରିଥିବା ଗୁଇନ୍ଦା ରିପୋର୍ଟରୁ ଜାତୀୟ ଗଣମାଧ୍ୟମକୁ ସୂଚନା ମିଳିଛି । ଫଳରେ କେରଳର ଉପକୂଳରେ ପୋଲିସ ଦ୍ୱାରା ହାଇଆଲର୍ଟ କରି ଦିଆଯାଇଛି । ପୋଲିସ ବିଭାଗର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଉପକୂଳ ପୋଲିସ ଥାନା ଏବଂ ଉପକୂଳ ଜିଲ୍ଲା ପୋଲିସ ମୁଖ୍ୟଙ୍କୁ ଏନେଇ ସତର୍କ ସୂଚନା ଜାରି କରି ଦିଆଯାଇଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀ ଜାତୀୟ ଗଣମାଧ୍ୟମ ସଂସ୍ଥାକୁ ସୂଚନା ଦେଇଛନ୍ତି ଯେ, ଏଭଳି ଆଲର୍ଟ ସାଧାରଣ କଥା ମାତ୍ର ଏଥର ଆମକୁ ସଂଖ୍ୟା ମିଳିଛି । ଏଭଳି କୌଣସି ସଦିU ନୌକା ଦେଖିବା ନେଇ ଆମେ ଉପକୂଳ ପୋଲିସ ଥାନା ଓ ଜିଲ୍ଲା ପୋଲିସ ପ୍ରମୁଖଙ୍କୁ ସତର୍କ ରହିବାକୁ କହିଛୁ । ଉପକୂଳ ପୋଲିସ ବିଭାଗ କହିଛି ମେ’ମାସ ୨୩ରୁ ହିଁ ଆଲର୍ଟ ଜାରି କରି ଦିଆଯାଇଛ । ସେହି ଦିନ ହିଁ ଶ୍ରୀଲଙ୍କାରୁ ସୂଚନା ମିଳିଥିଲା । ଉପକୂଳ ବିଭାଗ ସୂତ୍ର ସ୍ପଷ୍ଟ କରି କହିଛି, ଶ୍ରୀଲଙ୍କାରେ ଆକ୍ରମଣ ଘଟଣା ପରେ ଆମେ ସତର୍କ ରହିଛୁ । ଆମେ ମାଛ ଧରିବାକୁ ଯାଉଥିବା ଡଙ୍ଗା ଏବଂ ସମୁଦ୍ରକୁ ପ୍ରବେଶ କରୁଥିବା ଅନ୍ୟ ଲୋକଙ୍କ ଉପରେ ନଜର ରଖିଛୁ । ଶ୍ରୀଲଙ୍କାରେ କ୍ରମାଗତ ବୋମାମାଡ଼ ପରେ କେରଳ ହାଇଆଲର୍ଟରେ ରହିଛି । ଜାତୀୟ ସୁରକ୍ଷା ସଂସ୍ଥା ଏହା ସ୍ପଷ୍ଟ କରିଥିଲା ଯେ, ଆଇଏସର ଆତଙ୍କବାଦୀ ରାଜ୍ୟରେ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି । ଗୁଇନ୍ଦା ରିପୋର୍ଟ ଅନୁସାରେ ଏବେ ଅନେକ ସଂଖ୍ୟାରେ କେରଳବାସୀ ଆଇଏସଆଇଏସ ସହିତ ସଂପର୍କ ରଖିଛନ୍ତି । ନିକଟରେ ଇରାକ ଏବଂ ସିରିଆରେ ଆଇଏସଆଇଏସଙ୍କୁ ସଫା କରାଯାଇଛି । ଶ୍ରୀଲଙ୍କାରେ ଏପ୍ରିଲ ୨୧ରେ ୮ଥର କ୍ରମାଗତ ଆକ୍ରମଣ ୨୩୦ରୁ ଅଧିକ ଲୋକଙ୍କର ଜୀବନ ଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ତ୍ରିପୁରାରେ ବନ୍ୟା: ଭୟରେ ବହୁ ଲୋକେ ଘର ଛାଡିଲେ

ତ୍ରିପୁରାରେ ବନ୍ୟା: ଭୟରେ ବହୁ ଲୋକେ ଘର ଛାଡିଲେ

Read More...

ସ୍ମୃତି ଇରାନୀଙ୍କ ଘନିଷ୍ଠ ସହଯୋଗୀଙ୍କୁ ହତ୍ୟା

ସ୍ମୃତି ଇରାନୀଙ୍କ ଘନିଷ୍ଠ ସହଯୋଗୀଙ୍କୁ ହତ୍ୟା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page