ପରକୀୟା ପ୍ରୀତିରୁ ଆତ୍ମହତ୍ୟା: ଶୁଭଶ୍ରୀ ମୃତୁ୍ୟ ପାଇଁ ପ୍ରେମିକ ଦାୟୀ

September 02, 2022, ଓଡ଼ିଶା, , Anupambharat News Bureau


 ପରକୀୟା ପ୍ରୀତିରୁ ଆତ୍ମହତ୍ୟା:  ଶୁଭଶ୍ରୀ ମୃତୁ୍ୟ ପାଇଁ ପ୍ରେମିକ ଦାୟୀ
Anupambharat News Bureau
September 02, 2022


ଭୁବନେଶ୍ୱର, ୨ା୯(ଅନୁପମ ମିଡ଼ିଆ): ରାଜଧାନୀର ଶାସ୍ତ୍ରୀନଗରର ଶୁଭଶ୍ରୀ ମହାପାତ୍ରଙ୍କ ମୃତୁ୍ୟ ମାମଲାର ପର୍ଦାଫାସ କରିଛି କମିଶନରେଟ୍‌ ପୋଲିସ୍‌ । ଏନେଇ ଶୁକ୍ରବାର ଅପରାହ୍ନରେ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ । ସେ କହିଛନ୍ତି ପରକୀୟା ପ୍ରୀତି, ଅବିଶ୍ୱାସ ଓ ଝଗଡ଼ାରୁ ଏହି ଆତ୍ମହତ୍ୟା ଘଟଣା ଘଟିଛି । ଘଟଣାରେ ପୁରୁଷ ବନ୍ଧୁ ଚିତ୍ତରଞ୍ଜନ ଜେନାଙ୍କୁ ଗିରଫ କରାଯାଇଥିବା ଡିସିପି କହିଛନ୍ତି ।
ସେ କହିଛନ୍ତି ୨୦୧୪ରେ ବାହା ହୋଇଥିବା ଶୁଭଶ୍ରୀଙ୍କ ସହ ୨୦୧୯ରେ ଚିତ୍ତର ସମ୍ପର୍କ ସୃଷ୍ଟି ହୋଇଥିଲା । ୨୦୧୯ରେ ଶୁଭଶ୍ରୀ ନିଜ ବାପ ଘର ନୟାଗଡ଼କୁ ଯାଇଥିବା ବେଳେ ଗାଁ ନିକଟର ଚତ୍ତରଞ୍ଜନଙ୍କ ସମ୍ପର୍କରେ ଆସିଥିଲେ । ଯାହା ପରେ ଦୁହିଁଙ୍କ ଭିତରେ ମୋବାଇଲ ନମ୍ବର ଦିଆନିଆ ହୋଇଥିଲା । ସମ୍ପର୍କ ବଢ଼ିବା ପରେ ସେମାନେ ବିଭିନ୍ନ ସ୍ଥାନ ବୁଲିଥିଲେ । ଲଜିଂରେ ରହିଥିଲେ । ଚିତ୍ତରଞ୍ଜନ ଭୁବନେଶ୍ୱରରେ ସତ୍ୟନଗରରେ ରହୁଥିଲେ । ଗାଡ଼ି ଚଲାଇ ଗୁଜୁରାଣ ମେଣ୍ଟାଉଥିଲେ । ପରକ୍ରିୟା ପ୍ରୀତି ସମ୍ପର୍କରେ ଶୁଭଶ୍ରୀଙ୍କ ସ୍ୱାମୀ ମଧ୍ୟ ଆଭାଷ ପାଇବା ପରେ ପାରିବାରିକ ଅଶାନ୍ତି ସୃଷ୍ଟି ହୋଇଥିଲା । ଶୁଭଶ୍ରୀ ଆତ୍ମହତ୍ୟା କରିବା ଦିନକ ପୂର୍ବରୁ ଅର୍ଥାତ ଗତ ମାସ ୨୮ ତାରିଖରେ ତାଙ୍କ ସ୍ୱାମୀ ଗାଁକୁ ଯାଇଥିଲେ । ଏହା ପରଦିନ ଶୁଭଶ୍ରୀ ଜଣେ ବ୍ୟକ୍ତିଙ୍କ ସହ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ । ଏ ବାବଦରେ ତାଙ୍କ ସ୍ୱାମୀଙ୍କୁ ମଧ୍ୟ ଜଣାଇଥିଲେ । ହେଲେ ଏନେଇ ସେ ଚିତ୍ତରଞ୍ଜନକୁ ଜଣାଇବା ପରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଫୋନ୍‌ରେ ଶୁଭଶ୍ରୀଙ୍କୁ ଗାଳିଗୁଳଜ କରିଥିଲେ ଚିତ୍ତ । ପରେ ରାତି ୧୧ଟାରେ ଶୁଭଶ୍ରୀଙ୍କ ଘରକୁ ଯାଇ ଗାଳିଗୁଳଜ କରିବା ସହ ମାଡ଼ ମାରିଥିଲେ । ପରେ ସେଠାରୁ ସତ୍ୟନଗର ସ୍ଥିତ ନିଜ ଭଡ଼ା ଘରକୁ ଚାଲି ଯାଇଥିଲେ ।
ଏଭଳି କାଣ୍ଡ ପରେ ମାନସିକ ଭାରସାମ୍ୟ ହରାଇ ଶୁଭଶ୍ରୀ ଆତ୍ମହତ୍ୟା ନିଷ୍ପତ୍ତି ନେଇଥିଲେ ଏବଂ ଓଢ଼ଣୀ ଦେଇ ଘର ପଙ୍ଖାରେ ଝୁଲି ପଡ଼ିଥିଲେ । ତେବେ ଆତ୍ମହତ୍ୟାର କିଛି ସମୟ ପୂର୍ବରୁ ସେ ଏଭଳି ପଦକ୍ଷେପ ନେଉଥିବା ଚିତ୍ତଙ୍କୁ ଫୋନ୍‌ କରି ଜଣାଇଥିଲେ । ଚିତ ସତ୍ୟାସତ୍ୟ ଜାଣିବାକୁ ଶୁଭଶ୍ରୀଙ୍କ ଘର ନିକଟରେ ରହୁଥିବା ଜଣେ ଟ୍ୟୁସନ ସାରଙ୍କୁ ଯୋଗାଯୋଗ କରିଥିଲେ । ଏହି ଟୁ୍ୟସନ ସାର୍‌ ପୁଅକୁ ସତ୍ୟାସତ୍ୟ ଦେଖି ଆସିବାକୁ ପଠାଥିଲେ । ସେ ଶୁଭଶ୍ରୀଙ୍କ ଘରେ ପହଞ୍ଚି ଦେଖିବା ବେଳେକୁ ଘର ଦୁଆର ଭିତରୁ ଦିଆଯାଇଥିଲା । ଦୁଆର ଫାଙ୍କରେ ନିରୀଖି ଦେଖିବା ବେଳକୁ ଶୁଭଶ୍ରୀ ପଙ୍ଖାରେ ଝୁଲି ଯାଇଥିଲେ । ଏ ସମ୍ପର୍କରେ ଜାଣିବା ପରେ ଟୁ୍ୟସନ ସାର ଫୋନ୍‌ କରି ଚିତକୁ ଜଣାଇଥିଲେ । ଚିତ ଖବର ପାଇ ତୁରନ୍ତ ଶୁଭଶ୍ରୀଙ୍କ ଘରେ ପହଞ୍ଚି କବାଟ ଭାଙ୍ଗି ଭିତରକୁ ଯିବା ପରେ ଓଢଣୀଦ୍ୱାରା ଫ୍ୟାନ୍‌ରେ ଝୁଲୁଥିବା ଶୁଭଶ୍ରୀଙ୍କ ଶରୀରକୁ ବାହାର କରିଥିଲେ । ତେବେ ଶୁଭଶ୍ରୀଙ୍କ ମୃତୁ୍ୟ ହୋଇଥିବା ଜାଣିବା ପରେ ମୃତଦେହକୁ ଖଟ ଉପରେ ରଖି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା ଚିତ୍ତ । ଯିବା ବେଳେ ଓଢ଼ଣୀରେ ନିଜର ଫିଙ୍ଗରପ୍ରିଣ୍ଟ ଆସିଥିବାରୁ ନିଜକୁ ନିର୍ଦ୍ଧୋଷ କରାଇବାକୁ ତାହାକୁ ନେଇ ଚାଲି ଯାଇଥିଲେ । ଯିବା ପରେ ବାଟରେ ଏହାକୁ ଫୋପାଡ଼ି ଦେଇଥିଲେ ।
ତେବେ ମୃତ ମହିଳାଙ୍କ ଫୋନ୍‌ କଲ୍‌ ଯାଞ୍ଚ ପରେ ସେ ସନ୍ଦେହକୁ ଆସିବାରୁ ପୋଲିସ ପଚରାଉଚରା କରିଥିଲା । ଏହି ସମୟରେ ସେ ନିଜର ଦୋଷ ସ୍ୱୀକାର କରିଥିଲା । ଯାହା ପରେ ତାକୁ ଗିରଫ କରାଯାଇ
କୋର୍ଟ ଚାଲାଣ କରାଯାଇଥିବା ଡିସିପି ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ବୁଧବାର ଖାରବେଳନଗର ଥାନା ଅନ୍ତର୍ଗତ ଶାସ୍ତ୍ରୀନଗର ଅଞ୍ଚଳରେ ଘର ଭିତରୁ ଶୁଭଶ୍ରୀଙ୍କ ମୃତଦେହ ଠାବ ହୋଇଥିଲା । ତାଙ୍କ ବେକରେ ଦାଗ ଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିଲା । ଏହାସହ ଘରର ଆସବାବପତ୍ର ମଧ୍ୟ ଛିନଛତ୍ର ହୋଇ ପଡି ରହିଥିବା ଦେଖିବାକୁ ମିଳିଥିଲା । ଘରେ ସ୍ୱାମୀ ଓ ପୁଅ ନଥିବା ବେଳେ କେହି ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନଦୀଜଳ ନିୟନ୍ତ୍ରଣ: ବ୍ୟାରେଜ୍‌ ନିର୍ମାଣ ହେଉ

ନଦୀଜଳ ନିୟନ୍ତ୍ରଣ: ବ୍ୟାରେଜ୍‌ ନିର୍ମାଣ ହେଉ

Read More...

ବିଚାରପତିଙ୍କ ଆତ୍ମହତ୍ୟା

ବିଚାରପତିଙ୍କ ଆତ୍ମହତ୍ୟା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page