ବିଚାରପତିଙ୍କ ଆତ୍ମହତ୍ୟା

September 02, 2022, ଓଡ଼ିଶା, , Anupambharat News Bureau


ବିଚାରପତିଙ୍କ ଆତ୍ମହତ୍ୟା
Anupambharat News Bureau
September 02, 2022


କଟକ, ୨ା୯(ଅନୁପମ ମିଡ଼ିଆ): କଟକ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ(୪୯) ଆଜି ତାଙ୍କ ସିଡିଏ ସେକଫର-୯ ସ୍ଥିତ ସରକାରୀ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ସିଡିଏର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ କଟକ ବଡ ଡାକ୍ତରଖାନାକୁ ପଠାଯାଇଥିବା ଜଣାପଡିଛି । ତେବେ ବିଚାରପତି ସୁବାସ ବିହାରୀ କାହିଁକି ଆତ୍ମହତ୍ୟା କଲେ ତା’ର କାରଣ ଅସ୍ପଷ୍ଟ ରହିଛି । ସେ ଗତ ଦୁଇ ଦିନ ହେବ ଛୁଟିରେ ଥିଲେ । ଆଜି ସେ କାର୍ଯ୍ୟରେ ଯୋଗଦେଇଥାନ୍ତେ । ତେବେ ସକାଳ ୧୦ଟା ବେଳେ ସେ ତାଙ୍କ ଷ୍ଟେନୋଙ୍କୁ ଆଜି ମଧ୍ୟ ଛୁଟିରେ ରହିବେ ବୋଲି ଜଣାଇଥିଲେ । ମିଳିଥିବା ସୂଚନା ମୁତାବକ, ବିଚାରପତି ବିହାରୀ ଫ୍ୟାନରେ ରଶି ଲଗାଇ ଝୁଲିପଡିଥିଲେ । ତାଙ୍କ ବେକରେ ଦାଗ ଅଛି । ମାତ୍ର ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ କିଛି କୁହାଯାଇନାହିଁ । ତାଙ୍କର କ ୍ୱାର୍ଟର୍ସରରେ ଅନ୍ୟ କର୍ମଚାରୀମାନେ ଥିଲା ବେଳେ ପତ୍ନୀ ଓ ଦୁଇ ଝିଅ ବଜାରକୁ ଯାଇଥିବା ସୂଚନା ମିଳିଛି । ବିଚାରପତି ବିହାରୀଙ୍କ ଘର ଯାଜପୁର ଜିଲ୍ଲା ପାଣିକୋଇଲି ଅଞ୍ଚଳରେ ବୋଲି ଜଣାପଡିଛି । ମର୍କତନଗର ଥାନା ଏ ସଂକ୍ରାନ୍ତରେ ଏକ ଅପମୃତୁ୍ୟ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ତେବେ ସେ କାହିଁକି ଆତ୍ମହତ୍ୟା କଲେ ଏବଂ କିଏ ଏଥିପାଇଁ ଦାୟୀ ତାହା ଶବ ବ୍ୟବଚ୍ଛେଦ ପରେ ସାମନାକୁ ଆସିବ ବୋଲି କୁହାଯାଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ପରକୀୟା ପ୍ରୀତିରୁ ଆତ୍ମହତ୍ୟା:  ଶୁଭଶ୍ରୀ ମୃତୁ୍ୟ ପାଇଁ ପ୍ରେମିକ ଦାୟୀ

ପରକୀୟା ପ୍ରୀତିରୁ ଆତ୍ମହତ୍ୟା: ଶୁଭଶ୍ରୀ ମୃତୁ୍ୟ ପାଇଁ ପ୍ରେମିକ ଦାୟୀ

Read More...

ଆସୁଛି ଦୁଇଟି ଲଘୁଚାପ

ଆସୁଛି ଦୁଇଟି ଲଘୁଚାପ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page