ଯୁକ୍ତ ଦୁଇ କଳା ରେଜଲଫ: ପାସ ହାର ୮୨.୧୦%

August 08, 2022, ଓଡ଼ିଶା, , Anupambharat News Bureau


ଯୁକ୍ତ ଦୁଇ କଳା ରେଜଲଫ:  ପାସ ହାର ୮୨.୧୦%
Anupambharat News Bureau
August 08, 2022


ଭୁବନେଶ୍ୱର,୮ା୮(ଅନୁପମ ମିଡ଼ିଆ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ଦ୍ୱାରା ପରିଚାଳିତ ଯୁକ୍ତ-୨ କଳା ସ୍ରୋତର ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏହି ପରୀକ୍ଷା ଫଳକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରି ପରିଷଦର ଅଧ୍ୟକ୍ଷ ଅଶ୍ୱିନୀ କୁମାର ମିଶ୍ରକୃତୀ ପରୀକ୍ଷାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ଏବଂ ଛାତ୍ରଛାତ୍ରୀମାନଙ୍କୁ ନୂତନ ଉତ୍ସାହ ଓ ଉଦ୍ଦୀପନା ନେଇ ଆଗକୁ ବଢ଼ିବାକୁ ପରାମର୍ଶ ଦେଇଛନ୍ତି ।
ସେହିପରି ଚଳିତ ବର୍ଷ କଳା ସ୍ରୋତରେ ଯୁକ୍ତ-୨ ପରୀକ୍ଷା ଦେବା ପାଇଁ ୨୧୩୪୦୬ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବାବେଳେ ୨୦୮୬୩୧ ଜଣ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରେ ୯୦୨୦୭ ଜଣ ଛାତ୍ର ଏବଂ ୧୧୮୪୨୪ ଜଣ ଛାତ୍ରୀ ରହିଛନ୍ତି । ଚଳିତ ବର୍ଷ ୧୭୧୨୮୮ ଜଣ କୃତକାର୍ଯ୍ୟ ହୋଇଥିବାବେଳେ ପାସ ହାର ୮୨.୧୦% ରହିଛି । ଛାତ୍ରମାନଙ୍କ ପାସ ହାର ୭୫.୦୮% ଏବଂ ଛାତ୍ରୀମାନଙ୍କ ପାସ ହାର ୮୭.୪୫% ରହିଛି । ଚଳିତ ବର୍ଷ ପ୍ରଥମ ଶ୍ରେଣୀରେ ୬୨୭୩୪, ଦ୍ୱିତୀୟ ଶ୍ରେଣୀରେ ୪୧୧୯୩ ଏବଂ ତୃତୀୟ ଶ୍ରେଣୀରେ ୬୭୩୪୧ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୮୭.୮୦ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଚଳିତ ବର୍ଷ ଧନ୍ଦାମୂଳକ ଶିକ୍ଷାରେ ଯୁକ୍ତ-୨ ପରୀକ୍ଷା ଦେବା ପାଇଁ ରାଜ୍ୟର ୫୮୬୪ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବାବେଳେ ୫୬୭୩ ଜଣ ପରୀକ୍ଷା ଦେଇଥିଲେ । ପରୀକ୍ଷା ଦେଇଥିବା ୨୯୮୫ ଛାତ୍ରଙ୍କ ମଧ୍ୟରୁ ୧୯୨୮ ଜଣ ପାସ କରିଥିବାବେଳେ ୨୬୮୮ ଜଣ ଛାତ୍ରୀଙ୍କ ମଧ୍ୟରୁ ୨୦୦୯ ଜଣ ପାସ୍‌ କରିଛନ୍ତି । ଚଳିତ ବର୍ଷ ୩୯୯୧ ଜଣ କୃତକାର୍ଯ୍ୟ ହୋଇଥିବାବେଳେ ଚଳିତ ବର୍ଷର ପାସ୍‌ ହାର ୭୦.୩୫% ରହିଛି । ଚଳିତ ବର୍ଷ ଛାତ୍ରମାନଙ୍କ ପାସ ହାର ୬୬.୩୯% ଓ ଛାତ୍ରୀମାନଙ୍କ ପାସ ହାର ୭୪.୭୩% ରହିଛି । ଚଳିତ ବର୍ଷ ପ୍ରଥମ ଶ୍ରେଣୀରେ ୧୫୪୮, ଦ୍ୱିତୀୟ ଶ୍ରେଣୀରେ ୧୮୮୯ ଏବଂ ତୃତୀୟ ଶ୍ରେଣୀରେ ୫୩୮ ଜଣ ପାସ କରିଛନ୍ତି । ବାଲେଶ୍ୱର ଜିଲ୍ଲାର ସର୍ବାଧିକ ୯୩.୮୯% ବିଦ୍ୟାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି ।
ଏହି ପରୀକ୍ଷା ଫଳ େୱବ୍‌ସାଇଟ୍‌ରେ ଉପଲବ୍ଧ ହେଉଛି । ପରୀକ୍ଷାର୍ଥୀମାନେ ହେଲ୍‌ପ ଲାଇନ ନଂ-୦୬୭୪-୨୩୦୧୦୯୮ରୁ ମଧ୍ୟ ଆବଶ୍ୟକୀୟ ସୂଚନା ପାଇପାରିବେ । ପରୀକ୍ଷା ଫଳ ଉନ୍ମୋଚନ ସମୟରେ ପରିଷଦର ଉପାଧ୍ୟକ୍ଷ ତୁଷାରକାନ୍ତି ତ୍ରିପାଠୀ, ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶୁଭଶ୍ରୀ ନନ୍ଦ, ଏସ୍‌ସିଇଅର୍ାଟିର ନିର୍ଦ୍ଦେଶକ
ରଘୁରାମ ଆୟାର, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ସଚିବ ଚିନ୍ମୟୀ କହଁର ଓ ପରୀକ୍ଷା ନିୟନ୍ତ୍ରକ ଡ. ଅଶୋକ କୁମାର ନାୟକଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀବୃନ୍ଦ ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗାଁ- ଗାଁରେ ବୁଲିବ ବୁଷ୍ଟର ଟୀକା ଭ୍ୟାନ

ଗାଁ- ଗାଁରେ ବୁଲିବ ବୁଷ୍ଟର ଟୀକା ଭ୍ୟାନ

Read More...

 ବ୍ୟାଡମିଣ୍ଟନରେ ଭାରତକୁ ତିନି ସ୍ୱର୍ଣ୍ଣ

ବ୍ୟାଡମିଣ୍ଟନରେ ଭାରତକୁ ତିନି ସ୍ୱର୍ଣ୍ଣ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page