ବ୍ୟାଡମିଣ୍ଟନରେ ଭାରତକୁ ତିନି ସ୍ୱର୍ଣ୍ଣ

August 08, 2022, କ୍ରୀଡ଼ା, , Anupambharat News Bureau


 ବ୍ୟାଡମିଣ୍ଟନରେ ଭାରତକୁ ତିନି ସ୍ୱର୍ଣ୍ଣ
Anupambharat News Bureau
August 08, 2022


ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ବ୍ୟାଡମିଣ୍ଟନରେ ଭାରତକୁ ତିନି ସ୍ୱର୍ଣ୍ଣ ପଦକ ମିଳିଛି । ପିଭି ସିନ୍ଧୁଙ୍କ ପରେ ପୁରୁଷ ଏକକ ବ୍ୟାଡମିଣ୍ଟନରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଲକ୍ଷ୍ୟ ସେନ । ରାଜ୍ୟଗୋଷ୍ଠୀ କ୍ରୀଡାରେ ପ୍ରଦାର୍ପଣକରି ସ୍ୱ୍‌ର୍ଣ୍ଣ ପଦକ ହାସଲ କରିଛନ୍ତି ସେନ । ରୋମାଞ୍ଚକର ଫାଇନାଲ୍‌ ମୁକାବିଲାରେ ମାଲେସିଆର ପ୍ରତିପକ୍ଷ ଏନଜି ଜେ ୟୋଙ୍ଗଙ୍କୁ ୧୯-୨୧, ୨୧-୯, ୨୧-୧୬ରେ ପରାସ୍ତ କରଥିଲେ । ଭାରତର ରାଜ୍ୟଗୋଷ୍ଠୀ କ୍ରୀଡାରେ ଏହା ଥିଲା ୨୦ତମ ସ୍ୱର୍ଣ୍ଣ ପଦକ । ଏଥିସହ ପଦକ ତାଲିକାରେ ଭାରତ ଚତୁର୍ଥ ସ୍ଥାନକୁ ଉନ୍ନିତ ହୋଇଛି । ସୋମବାର ଏହା ଭାରତର ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ।
ରୋମାଞ୍ଚକର ପ୍ରଥମ ଗେମରେ ୧୯-୨୧ରେ ହାରିବା ପରେ ଲକ୍ଷ୍ୟ ଦମଦାର ପ୍ରତ୍ୟାବର୍ତ୍ତନ କରିଥିଲେ । ଦ୍ୱିତୀୟ ଗେମରେ ୬-୮ରେ ପଛୁଆ ଥାଇ ବି ଲକ୍ଷ୍ୟ ଏମିତି ଖେଳ ଦେଖାଇଥିଲେ ଯାହାର ଜବାବ ପ୍ରତିପକ୍ଷ ମାଲେସିଆ ଖେଳାଳିଙ୍କ ନିକଟରେ ନଥିଲା । ଦ୍ୱିତୀୟ ଗେମରେ ଏନଜି ତେ ୟୋଙ୍ଗଙ୍କୁ କୌଣସି ସୁଯୋଗ ନଦେଇ ମାତ୍ର ଅଳ୍ପ ସମୟରେ ଏକ ତରଫା ଭାବେ ୨୧-୯ରେ ଜିତି ନେଇଥିଲେ ଲକ୍ଷ୍ୟ । ହେଲେ ତୃତୀୟ ଗେମରେ ଦୁଇ ଖେଳାଳିଙ୍କ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା । ହେଲେ ଲକ୍ଷ୍ୟ ନିଜ ଲୟ ଜାରି ରଖି ସର୍ବଦା ଅଗ୍ରଣୀ ହାସଲ କରିଥିଲେ, ଯାହାକୁ ସେ ଶେଷ ପର୍ଯ୍ୟନ୍ତ ବଜାୟ ରଖିଥିଲେ । ଶେଷ ଗେମକୁ ୨୧-୧୬ରେ ଜିତି ଫାଇନାଲ୍‌ ମୁକାବିଲାକୁ ୨-୧ରେ ଜିତିଛନ୍ତି ଲକ୍ଷ୍ୟ । ସିନ୍ଧୁଙ୍କ ପରେ ଏକକ ବର୍ଗରେ ଲକ୍ଷ୍ୟ ସେନ ସ୍ୱର୍ଣ୍ଣ ପଦକ ଜିତିଥିଲେ ।
ଅଲମୋଡା ନିବାସୀ ଲକ୍ଷ୍ୟ ସେନ ଗତ ବର୍ଷ ବିଶ୍‌ ଚମ୍ପିଅନସିିପରେ ବ୍ରୋଞ୍ଜ ପଦକ ନିଜ ନାମରେ କରିଥିଲେ । ପୁଣି ସେହି ବର୍ଷ ଅଲ ଇଂଲଣ୍ଡ ଓପନ ୨୦୨୨ରେ ଉପ ବିଜେତା ରହିଥିଲେ ।
ସୋମବାର ଖେଳାଯାଇଥିବା ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଲକ୍ଷ୍ୟ ସେନ ମାଲେସିଆର ଏନଜି ଜେ ୟଙ୍ଗଙ୍କୁ ହରାଇଥିଲେ । ମ୍ୟାଚର ପ୍ରଥମ ଗେମଟିକୁ ହାରିଯିବା ସତ୍ତେ୍ୱ ପରବର୍ତ୍ତୀ ୨ଟି ଗେମରେ ଜୋରଦାର ପ୍ରତ୍ୟାବର୍ତ୍ତନ କରି ମ୍ୟାଚ ଜିତିଯାଇଥିଲେ ଲକ୍ଷ୍ୟ ।ପ୍ରଥମ ଗେମରେ ସେ ୧୯-୨୧ ସେଟରେ ହାରିଯାଇଥିଲେ । ଏପରିକି ୨ୟ ଗେମରେ ବି ସେ ପ୍ରଥମରୁ ପଛୁଆ ଥିଲେ । ତେବେ ଲଗାତାର ୧୩ଟି ପଏଣ୍ଟ ହାସଲ କରି ସେ ଏହାକୁ ୨୧-୯ରେ ଜିତିନେଇଥିଲେ । ୩ୟ ଗେମରେ ଲକ୍ଷ୍ୟ ନିଜର ବିଜୟ ଧାରାକୁ ଜାରି ରଖିଥିଲେ ଓ ୨୧-୧୬ରେ ଜିତିଯାଇଥିଲେ । ଫଳରେ ଫାଇନାଲ ମ୍ୟାଚକୁ ସେ ୧୯-୨୧,୨୧-୯ ଓ ୨୧-୧୬ରେ ବିଜୟୀ ହୋଇ ସ୍ୱର୍ଣ୍ଣ ହାତେଇଥିଲେ ।
ପୂର୍ବରୁ ପ୍ରକାଶ ପାଦୁକୋନ (୧୯୭୮),ସୟେଦ ମୋଦୀ (୧୯୮୨) ଓ ପାରୁପାଲି କଶ୍ୟପ (୨୦୧୪)ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବ୍ୟାଡମିଣ୍ଟନରେ ସିଙ୍ଗଲ୍ସରେ ସ୍ୱର୍ଣ୍ଣପଦକ ଅର୍ଜନ କରିଥିଲେ ।
ବ୍ୟାଡମିଣ୍ଟନ ଷ୍ଟାର ପିଭି ସନ୍ଧୁ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ପାଇଁ ସ୍ୱ୍ୱର୍ଣ୍ଣ ପଦକ ଜିତିଥିଲେ । ମହିଳା ଏକକ ବର୍ଗର ଫାଇନାଲ ମ୍ୟଚରେ କାନାଡା ସଟଲର ନିଶେଲ ଲିଙ୍କୁ ପରାସ୍ତ କରିଥିଲେ । ଲଗାତାର ଦୁଇ ଗେମରେ ପରାସ୍ତ କରି ସ୍ୱ୍ୱର୍ଣ୍ଣ ପଦକ ଜିତଥିଲେ । ଏହାସହ ରାଜ୍ୟଗୋଷ୍ଠୀ କ୍ରୀଡାରେ ମହିଳା ଏକକ ବର୍ଗରେ ନିଜର ପ୍ରଥମ ସ୍ୱ୍ୱର୍ଣ୍ଣ ପଦକ ଜିତ୍‌ିଛନ୍ତି ।
ମ୍ୟାଚ ଆରମ୍ଭରୁ ସିନ୍ଧୁ ତାଙ୍କ ପ୍ରତିପକ୍ଷ ବିଶ୍ୱର ୧୩ ନମ୍ବର ଖେଳାଳିଙ୍କ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ପ୍ରଥମ ଗେମକୁ ୨୧-୧୫ରେ ଜିତି ନେଇଥିଲେ । ଏହାପରେ ଦ୍ୱିତୀୟ ଗେମକୁ ମଧ୍ୟ ଅତି ସହଜରେ ୨୧-୧୩ରେ ଜିତି ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ପାଇଁ ଆଉ ଏକ ଏକ ସ୍ୱର୍ଣ୍ଣ ପଦକ ଜିତିଥିଲେ ।ପ୍ରଥମ ଗେମରେ ମିଶେଲ ସିନ୍ଦୁଙ୍କୁ କଡା ଟMର ଦେଇଥିଲେ । କି;ୁ ଦ୍ୱିତୀୟ ଗେମରେ ସିନ୍ଧୁ କୌଣସି ସୁଯୋଗ ଦେଇ ନଥିଲେ ଏବଂ ଏକତରଫା ଗେମ ଜିତିଥିଲେ । ଦୁଇ ଥରର ଅଲିମ୍ପିକ ପଦକ ବିଜେତା ପିଭି ସିନ୍ଧୁ ରାଜ୍ୟଗୋଷ୍ଠୀରେ ଗତ ଦୁଇଟି ସଂସ୍କରଣ ୨୦୧୪ ଏବଂ ୨୦୧୮ରେ ରୌପ୍ୟ ପଦକ ଜିତିଥିଲେ । ସିନ୍ଧୁ ଚଳିତ ବର୍ଷ ମିକ୍ସଡ୍‌ ଟିମ ଇଭେଣ୍ଟରେ ରୌପ୍ୟ ଜିତିଛନ୍ତି ।୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ମିକ୍ସଡ ଟିମ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତି୍‌ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଯୁକ୍ତ ଦୁଇ କଳା ରେଜଲଫ:  ପାସ ହାର ୮୨.୧୦%

ଯୁକ୍ତ ଦୁଇ କଳା ରେଜଲଫ: ପାସ ହାର ୮୨.୧୦%

Read More...

ଗୃହରକ୍ଷୀଙ୍କ ଡୁ୍ୟଟି କଲ ଅପ  ଭତ୍ତାରେ ବୃଦ୍ଧି :୯୦୦୦ରୁ ୧୨୨୮୦ଟଙ୍କା ହେଲା

ଗୃହରକ୍ଷୀଙ୍କ ଡୁ୍ୟଟି କଲ ଅପ ଭତ୍ତାରେ ବୃଦ୍ଧି :୯୦୦୦ରୁ ୧୨୨୮୦ଟଙ୍କା ହେଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page