ଆଜି ଆସୁଛନ୍ତି ଶାହା: ବିଜେପି କାର୍ଯ୍ୟକର୍ତ୍ତା ଉତ୍ସାହିତ

August 06, 2022, ଓଡ଼ିଶା, , Anupambharat News Bureau


ଆଜି ଆସୁଛନ୍ତି ଶାହା:  ବିଜେପି କାର୍ଯ୍ୟକର୍ତ୍ତା ଉତ୍ସାହିତ
Anupambharat News Bureau
August 06, 2022


ଭୁବନେଶ୍ୱର,୬ା୮(ଅନୁପମ ମିଡ଼ିଆ): ଆସନ୍ତାକାଲିଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ଓ ସମବାୟ ବିଭାଗମନ୍ତ୍ରୀ ଅମିତ ଶାହା । ଏନେଇ ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ସୂଚନା ଦେଇଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ମହାନ୍ତି କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଶାହା ଆସନ୍ତାକାଲି ସନ୍ଧ୍ୟାରେ ଦିଲ୍ଲୀରୁ ବାହାରି ଭୁବନେଶ୍ୱରରେ ପହଞ୍ଚିବା ପରେ ବିମାନବନ୍ଦରଠାରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ । ଶାହା ଭୁବନେଶ୍ୱରରେ ରାତ୍ରଯାପନ କରିବେ । ୮ତାରିଖ ସକାଳେ ଶାହା ଭୁବନେଶ୍ୱରରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କରିବେ । ଏହା ପରେ କଟକ ଗସ୍ତ କରି ପ୍ରଥମେ ଓଡିଆ ବଜାରସ୍ଥିତ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବା ସହିତ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଏହା ପରେ କଟକ ଇଣ୍ଡୋର ଷ୍ଟାଡିୟମଠାରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଡ. ହରେକୃଷ୍ଣ ମହତାବଙ୍କ ଦ୍ୱାରା ସ୍ଥାପିତ ହୋଇଥିବା ଦୈନିକ ଖବରକାଗଜ ପ୍ରଜାତନ୍ତ୍ରର ୭୫ ତମ ବାର୍ଷିକ ଉତ୍ସବ ପ୍ରଜାତନ୍ତ୍ରର ଅମୃତ ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେବେ । ଅପରାହ୍ନରେ କେନ୍ଦ୍ରମନ୍ତ୍ରୀ ଶାହା ଭୁବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ପ୍ରମୁଖ ନେତୃବୃନ୍ଦ ଏବଂ ର୍କା୍ୟକର୍ତ୍ତାଙ୍କ ସହ ଆଲୋଚନା କରିବେ । ଏହା ପରେ ସନ୍ଧ୍ୟାରେ ଦିଲ୍ଲୀ ଅଭିମୁଖେ ଗସ୍ତ କରିବେବୋଲି ମହାନ୍ତି ସୂଚନା ଦେଇଛନ୍ତି । କେନ୍ଦ୍ର ଗୃହ ଓ ସମବାୟ ବିଭାଗ ମନ୍ତ୍ରୀ ଶାହାଙ୍କ ଓଡ଼ିଶା ଗସ୍ତକୁ ନେଇ ବିଜେପି କାର୍ଯ୍ୟକର୍ତାଙ୍କ ମନରେ ଉତ୍ସାହ ରହିଛି ବୋଲ ମହାନ୍ତି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସମ୍ପାଦିକ ସିପ୍ରା ବାଜପେୟୀ ଓ ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚୋରା ମଦ ଧରପଗଡ଼ରୁ ଆକ୍ରମଣ:  ତହସିଲଦାରଙ୍କ ମୁଣ୍ଡ ଫାଟିଲା

ଚୋରା ମଦ ଧରପଗଡ଼ରୁ ଆକ୍ରମଣ: ତହସିଲଦାରଙ୍କ ମୁଣ୍ଡ ଫାଟିଲା

Read More...

୮ ରେ ଯୁକ୍ତ ଦୁଇ କଳା ରେଜଲଫ

୮ ରେ ଯୁକ୍ତ ଦୁଇ କଳା ରେଜଲଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page