ଜଗଦୀପ ଧନଖଡ ଉପରାଷ୍ଟ୍ରପତି ନିର୍ବାଚିତ

August 06, 2022, ଦେଶ, , Anupambharat News Bureau


ଜଗଦୀପ ଧନଖଡ ଉପରାଷ୍ଟ୍ରପତି ନିର୍ବାଚିତ
Anupambharat News Bureau
August 06, 2022

ନୂଆଦିଲ୍ଲୀ,୬ା୮:ଏନ୍‌ଡିଏ ପ୍ରାର୍ଥୀ ତଥା ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖଡ ଶନିବାର ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଧନକର ବିରୋଧୀ ଦଳ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ୩୬୪ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି । ମୋଟ ୭୨୫ ଭୋଟରୁ ଧନଖଡଙ୍କ ସପକ୍ଷରେ ୫୨୮ ଭୋଟ ପଡ଼ିଥିବା ବେଳେ ଆଲଭାଙ୍କୁ ମାତ୍ର ୧୮୨ ଖଣ୍ଡ ଭୋଟ ମିଳିଛି । ୧୫ ଭୋଟ ନାକଚ ହୋଇଛି ବୋଲି ଲୋକସଭା ସଚିବ ଉତ୍ପଲ କୁମାର ସିଂ ଆଜି ଫଳାଫଳ ଘୋଷଣା କରି ପ୍ରକାଶ କରିଛନ୍ତି । ସମସ୍ତ ବୈଧ ଭୋଟରୁ ଧନଖଡଙ୍କ ସପକ୍ଷରେ ୭୪.୩୬ ପ୍ରତିଶତ ଭୋଟ ପଡ଼ିଛି । ଯାହାକି ଗତ ଛ’ବର୍ଷରେ ଅନୁଷ୍ଠିତ ଉପରାଷ୍ଟ୍ରପତି ନିର୍ବାଚନରେ ସର୍ବାଧିକ ଭୋଟ । ରାଜ୍ୟସଭା ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ନିର୍ବାହ କରିବାକୁ ଥିବା ୭୧ ବର୍ଷୀୟ ଧନଖଡ ବିଦାୟୀ ଉପରାଷ୍ଟ୍ରପତି ଏମ ଭେଙ୍କେୟାନାୟୁଡ଼ିଙ୍କ ଉତ୍ତରାଧିକାରୀ ରହିବେ । ନାୟୁଡ଼ୁଙ୍କ କାର୍ଯ୍ୟକାଳ ଆସନ୍ତା ୧୦ ତାରିଖରେ ଶେଷ ହେବ । ଧନକର ଦେଶର ୧୪ ତମ ଉପରାଷ୍ଟ୍ରପତି । ଦେଶର ଦ୍ୱିତୀୟ ସର୍ବୋଚ୍ଚ ସାମ୍ବାଧାନିକ ପଦବୀ ପାଇଁ ଆଜି ଅନୁଷ୍ଠିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ପାଖାପାଖି ୭୨୫ ସାଂସଦ ନିଜର ମତଦାନ ସାବ୍ୟସ୍ତ କରିଥିଲେ । ପ୍ରାୟ ୯୩ ପ୍ରତିଶତ ଭୋଟ ରେକର୍ଡ଼ ହୋଇଥିବା ବେଳେ ୫୦ ସାଂସଦ ଏଥିରୁ ବିରତି ରହିଥିଲେ । ଆଜି ସକାଳେ ମୋଦି ଓ ମନମୋହନ ନିଜ ଭୋଟ ଦେଇଥିବା ବେଳେ ମଧ୍ୟାହ୍ନରେ ସୋନିଆ ଓ ରାହୁଲ ନିଜ ମତ ସାବ୍ୟସ୍ତ କରିଥିଲେ । ୩୯ ସାଂସଦ ଥିବା ତୃଣମୂଳ କଂଗ୍ରେସ ପୂର୍ବରୁ ଭୋଟ ଦାନରୁ ବିରତି ରହିବ ବୋଲି ଘୋଷଣା କରିଥିଲା । ତେବେ ଟିଏମ୍‌ସିର ଦୁଇ ଜଣ ସାଂସଦ ଦଳର ନିର୍ଦ୍ଦେଶକୁ ଅବମାନନା ପୂର୍ବକୁ ନିଜ ମତ ସାବ୍ୟସ୍ତ କରିଥିବା ଜଣାପଡ଼ିଛି । ରାଜସ୍ଥାନରୁ ଆସିଥିବା ଧନଖଡ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ରହିଥିଲେ । ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ତାଙ୍କ ମତାନ୍ତରକୁ ନେଇ ସେ ଚର୍ଚ୍ଚାରେ ରହିଥିଲେ । କଂଗ୍ରେସରୁ ନିଜ ରାଜନୀତି କ୍ୟାରିୟର ଆରମ୍ଭ କରିଥିବା ଧନଖଡ ୨୦୦୮ରେ ବିଜେପିରେ ଯୋଗ ଦେଇଥିଲେ । ୧୯୯୦ରେ ସେ ସଂସଦୀୟ ବ୍ୟାପାର ମନ୍ତ୍ରୀ ହୋଇ କନିଷ୍ଠ ମନ୍ତ୍ରୀ ହେବାର ସୌଭାଗ୍ୟ ହାସଲ କରିଥିଲେ । ଜାଟ୍ଟ ସମ୍ପ୍ରଦାୟର ଧନଖଡ ଦେଶର ପ୍ରଥମ ଓବିସି ଉପରାଷ୍ଟ୍ରପତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୮ ରେ ଯୁକ୍ତ ଦୁଇ କଳା ରେଜଲଫ

୮ ରେ ଯୁକ୍ତ ଦୁଇ କଳା ରେଜଲଫ

Read More...

ଜୟନ୍ତୀପୁର ହାଇସ୍କୁଲ କ୍ରୀଡ଼ା ଶିକ୍ଷକଙ୍କ ଠାରୁ ୪.୬୮ କୋଟି ଟଙ୍କାର ସମ୍ପତ୍ତି ଠାବ

ଜୟନ୍ତୀପୁର ହାଇସ୍କୁଲ କ୍ରୀଡ଼ା ଶିକ୍ଷକଙ୍କ ଠାରୁ ୪.୬୮ କୋଟି ଟଙ୍କାର ସମ୍ପତ୍ତି ଠାବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page