ଦରଦାମ ବୃଦ୍ଧି ପ୍ରସଙ୍ଗ :ଦେଶବ୍ୟାପୀ କଂଗ୍ରେସର ବିକ୍ଷୋଭ

August 05, 2022, ଦେଶ, , Anupambharat News Bureau


ଦରଦାମ ବୃଦ୍ଧି ପ୍ରସଙ୍ଗ :ଦେଶବ୍ୟାପୀ କଂଗ୍ରେସର ବିକ୍ଷୋଭ
Anupambharat News Bureau
August 05, 2022


ନୂଆଦିଲ୍ଲୀ,୫ା୮:କେନ୍ଦ୍ର ସରକାରଙ୍କ ବିଫଳତାକୁ ନେଇ ଦେଶବ୍ୟାପୀ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ଆଜି ଧର୍ମଘଟ ଦେଖାଦେଇଛି । ବେକାରୀ ସମସ୍ୟା ଏବଂ ଦରଦାମ ବୃଦ୍ଧିକୁ ମୁଖ୍ୟ ପ୍ରସଙ୍ଗ କରି ସରକାରଙ୍କ ବିରୋଧରେ ଆନ୍ଦୋଳନ କରିଛନ୍ତି କଂଗ୍ରେସ ଦଳର ବହୁ ନେତା । ଦରଦାମ ବୃଦ୍ଧି ଏବଂ ଜିଏସଟି ସ୍ଲାବକୁ ବିରୋଧ କରି ଆଜି ଦେଶବ୍ୟାପି କଂଗ୍ରେସ ଆନ୍ଦୋଳନ ଡାକରା ଦେଇଥିବା ବେଳେ ରାଜଧାନୀ ନୂଆଦିଲ୍ଲୀରେ ପ୍ରବଳ ବିରୋଧ ପ୍ରଦର୍ଶନ କରାଯାଇଛି । ମୁଦ୍ରାସ୍ପିତି, ଦରଦାମ ବୃଦ୍ଧି ଏବଂ ଜିଏସଟି ସ୍ଲାବକୁ ବିରୋଧ କରି ଆଜି କଂଗ୍ରେସ ପକ୍ଷରୁ ରାଷ୍ଟ୍ରପତିଭବନ ଅଭିମୁଖେ ଯାତ୍ରା କରିଥିବା ବେଳେ ପୋଲିସ ବାଧାସୃଷ୍ଟି କରିଛି । ଆଜି ବିକ୍ଷୋଭ ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଭଦ୍ରା ଓ ଶଶି ଥରୁରଙ୍କୁ ପୋଲିସ ଅଟକ ରଖିଛି । ସଂସଦୀୟ ସୁରକ୍ଷା ବଳ ଏବଂ ଦିଲ୍ଲୀ ପୋଲିସ ବିଜୟ ଚୌକ ରୋଡ଼କୁ ବ୍ଲକ କରିଛନ୍ତି । ସେହିପରି ସଂସଦରୁ ରାଷ୍ଟ୍ରପତି ଭବନ ରାସ୍ତାକୁ ପୋଲିସ ବାରିକେଡ କରିଥିଲା । କଂଗ୍ରେସ ଏମପିମାନଙ୍କୁ ଅଟକାଇବା ପାଇଁ ପୋଲିସ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଥିଲା । ସେହିପରି କଂଗ୍ରେସ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନକୁ ଘେରାଉ ପାଇଁ ଯୋଜନା କରିଥିଲା । ଏହାରି ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଏକ ସାମ୍ବାଦିକ ସମ୍ମିଲନୀ କରି ଦେଶରେ ଗଣତନ୍ତ୍ର ନାହିଁ ବୋଲି କ୍ଷୋଭର ସହ କହିଛନ୍ତି । ଆମ ଦେଶ ଏବେ ଏକଛତ୍ରବାଦୀ ଶାସକ ଅଧୀନକୁ ଚାଲିଯାଇଛି ବୋଲି ସେ କହିଛନ୍ତି ।
ସେମାନଙ୍କୁ ସଂସଦରେ କହିବାକୁ ଦିଆଯାଉ ନାହିଁ ଏବଂ ବାହାରେ ପ୍ରଦର୍ଶନ କଲେ ଗିରଫ କରାଯାଉଛି । ରାହୁଲ ଆହୁରି କହିଛନ୍ତି ଯେ, ଦେଶ ଗଢା ହେବାକୁ ୭ ଦଶକ ଲାଗିଥିଲା, ହେଲେ ବିଜେପି ୮ ବର୍ଷରେ ଏହାକୁ ଶେଷ କରିଦେଇଛି । ବେରୋଜଗାରୀ, ହିଂସା ଓ ଦରଦାମ ଆଦି ପ୍ରସଙ୍ଗ ଉପରେ ବିଜେପି ଧ୍ୟାନ ଦେଉନାହିଁ । ସବୁଠୁ ବେଶୀ ବେକାରୀ ଭାରତରେ ଅଛନ୍ତି । ପେଟ୍ରୋଲ-ଡିଜେଲ ଓ ଗ୍ୟାସର ଦାମ୍‌ ବଢି ଚାଲିଛି, କି;ୁ ଅର୍ଥମନ୍ତ୍ରୀ ଦେଖୁନାହାଁନ୍ତି । ସାଧାରଣ ଜନତାଙ୍କ ପ୍ରଗତି କଥା ଚିନ୍ତା ନକରି କୋଟି କୋଟି ଟଙ୍କାର ପ୍ରକଳ୍ପ କେବଳ ଲୋକଦେଖାଣିଆ ଭାବେ ମୋଦି
ସରକାର ପ୍ରଚଳନ କରିବାରେ ଲାଗିଛନ୍ତି । ଏଥିରେ କେବଳ ବିଶିଷ୍ଟ ଧନୀ ବ୍ୟକ୍ତିମାନଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଚାଲୁଥିବା ସନ୍ଦେହ ଦୃଢ଼ିଭୂତ ହେବାରେ ଲାଗିଛି । ଦେଶବାସୀଙ୍କ ଆର୍ଥିକ ସ୍ଥିତି ମଜବୁତ ନଥିବା ବେଳେ ଜୀବନଶୈଳୀକୁ ଅତ୍ୟାଧୁନିକ କରାଇବା ଦିଗରେ ମୋଦି ସରକାର ଉଦ୍ୟମ କରୁଛନ୍ତି । ଏଥିରେ ଅତ୍ୟନ୍ତ ଗରିବ ଲୋକମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡୁଛି । ମଧ୍ୟମ ଶ୍ରେଣୀର ଲୋକମାନେ ମଧ୍ୟ ଦରଦାମ ବୃଦ୍ଧିଜନିତ ଅସହ୍ୟ ହୋଇପଡିଛି । ଏହା କେନ୍ଦ୍ର ସରକାରଙ୍କ ପାଇଁ ପରବର୍ତ୍ତୀ ସମୟରେ ନିହାତି ସମସ୍ୟା ସୃଷ୍ଟି କରିବ ବୋଲି କଂଗ୍ରେସର ବରିଷ୍ଠ ନେତାମାନେ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଓଡ଼ିଶା ପାଇଁ ଆବାସ ପ୍ଲସ୍‌ ପୋର୍ଟାଲ ଖୋଲାଯାଉ: ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶା ପାଇଁ ଆବାସ ପ୍ଲସ୍‌ ପୋର୍ଟାଲ ଖୋଲାଯାଉ: ଧର୍ମେନ୍ଦ୍ର ପ୍ରଧାନ

Read More...

ପାରାଦୀପ ବନ୍ଦରରେ ସିବିଆଇ ଚଢ଼ାଉ  : ଚର୍ଚ୍ଚିତ ସମେତ ପାଞ୍ଚ ଗିରଫ

ପାରାଦୀପ ବନ୍ଦରରେ ସିବିଆଇ ଚଢ଼ାଉ : ଚର୍ଚ୍ଚିତ ସମେତ ପାଞ୍ଚ ଗିରଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page