ପାରାଦୀପ ବନ୍ଦରରେ ସିବିଆଇ ଚଢ଼ାଉ : ଚର୍ଚ୍ଚିତ ସମେତ ପାଞ୍ଚ ଗିରଫ

August 05, 2022, ଓଡ଼ିଶା, , Anupambharat News Bureau


ପାରାଦୀପ ବନ୍ଦରରେ ସିବିଆଇ ଚଢ଼ାଉ  : ଚର୍ଚ୍ଚିତ ସମେତ ପାଞ୍ଚ ଗିରଫ
Anupambharat News Bureau
August 05, 2022


ପାରାଦୀପ, ୫ା୮(ଅନୁପମ ମିଡ଼ିଆ): ପାରାଦୀପ ବନ୍ଦରରେ ଗତ ଦୁଇଦିନ ଧରି ଦିବା ରାତ୍ରି ଚାଲିଛି ସିବିଆଇର ତଦନ୍ତ । ବନ୍ଦରର ଆର୍ଥିକ ଅନିୟମିତତା ଉପରେ ଆଧାରିତ ଅଭିଯୋଗ ଉପରେ ତଦନ୍ତ ନିର୍ଦ୍ଦେଶରେ ସିବିଆଇର ଟିମ ଭାଗ ଭାଗ ହୋଇ ପାରାଦ୍ୱୀପ, ଜଗତସିଂହପୁର, କଟକ ଓ ଭୁବନେଶ୍ୱରରେ ତଦନ୍ତ ଜାରି ରଖିଛନ୍ତି । ଏହି ମାମଲାରେ ସିବିଆଇ ଚର୍ଚ୍ଚିତ ମିଶ୍ରଙ୍କ ସମେତ ପାରାଦ୍ୱୀପ ବନ୍ଦରର ସି ଏମ ଇ ବିଭାଗର ସରୋଜ ଦାସ ,କେସିଟିଟି କମ୍ପାନୀର ଅପରେସନ ମ୍ୟାନେଜର ଶୁଭ୍ର ଶଙ୍ଖ ମିତ୍ର , ଓଏସଏଲର ଡିଜିଏମ ସୂର୍ଯ୍ୟ ନାରାୟଣ ସାହୁ ଓ ବନ୍ଦରର ଡିଏଲଆର ତଥା ଲାଞ୍ଚ କାରବାରର ମଧ୍ୟସ୍ଥି ସୁମନ୍ତ ରାଉତଙ୍କୁ ଗିରଫ ହେବା ପରେ କୋର୍ଟ ଚାଲାଣ କରିଛି । ଚର୍ଚ୍ଚିତ ମିଶ୍ର ହେଉଛନ୍ତି ଓଏସଏଲର ମୁଖ୍ୟ ମହିମା ମିଶ୍ରଙ୍କର ସାନ ପୁଅ ।
ପାରାଦୀପ ବନ୍ଦରରେ ତାଳଚେରରୁ ବନ୍ଦରକୁ କୋଇଲା ପରିବହନ ଓ ଜାହାଜରେ ଲୋଡିଙ୍ଗର କାରବାର ହ୍ୟାଣ୍ଡଳିଙ୍ଗ କଣ୍ଟ୍ରାକଫର କାମର ଦାୟିତ୍ୱ ନେଇଛନ୍ତି କରମ ଚାନ୍ଦ ଆଣ୍ଡ ଥାପର ଗୃପ ଅଫ କମ୍ପାନୀ (କେସିଟି) । ଏହି କାମରେ ଯନ୍ତ୍ର ଚାଳିତ ପଦ୍ଧତିରେ କୋଇଲା ଜାହାଜରେ ଲୋଡ଼ ହୁଏ ଯେଉଁଥିରେ ସବୁ ମୂଲ୍ୟବାନ ଯନ୍ତ୍ରପାତି ସବୁ ବ୍ୟବହାର ହୋଇଥାଏ । ସେଥିମଧ୍ୟରୁ ଏକ ବେଲଫ ରହିଛିଯାହାର ଆନୁମାନିକ ମୂଲ୍ୟ କୋଟି କୋଟି ଟଙ୍କା । ଗତକିଛି ଦିନତଳେ କୋଇଲା ଲୋଡିଙ୍ଗ ସମ୍ମୟରେ କଁନଭେୟର ବେଲଫ ଛିଣ୍ଡି ଯାଇଥିଲା, ଯାହାର ମରାମତି କିମ୍ବା ଆବଶ୍ୟକ ପଡ଼ିଲେ ହ୍ୟାଣ୍ଡଲିଙ୍ଗ କଣ୍ଟ୍ରାକଫର କେସିଟି ତାହା ତାହାର ସମ୍ପୂର୍ଣ୍ଣ ଦାୟିତ୍ୱ । କି;ୁ କନଭେୟର ବେଲଫ ମରାମତି କାର୍ଯ୍ୟରେ ଘରୋଇ କମ୍ପାନୀକୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ ବନ୍ଦର ରାଜସ୍ୱ ହାନି କରିଥିବାରୁ ଏବଂ ବିପୁଳ ପରିମାଣର ଟଙ୍କା ଲାଞ୍ଚ କାରବାର ଅଭିଯୋଗରେ ଗତ ଜୁଲାଇ ୪ ତାରିଖରେ ସିବିଆଇ ପକ୍ଷରୁ କଟକ ,ଭୁବନେଶ୍ୱର, ଜଗତସିଂହପୁର ଏବଂ ପାରାଦୀପରେ ଏକାଧିକ ସ୍ଥାନରେ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉରେ ସିବିଆଇର ୧୩ ଜଣିଆ ଟିମ ଶିଳ୍ପପତି ମହିମାନନ୍ଦ ମିଶ୍ର, ସମେତ ପୋର୍ଟ ଚିଫ ମେକାନିକାଲ ଆଣ୍ଡ ଇଲେଟ୍ରିକାଲ ଇଞ୍ଜିନିୟର ସରୋଜ ଦାସ, ବନ୍ଦରର ଡିଏଲଆର ତଥା ଲାଞ୍ଚ କାରବାରର ମଧ୍ୟସ୍ତ ସୁମନ୍ତ ରାଉତ,ଓଡ଼ିଶା ଷ୍ଟିଭଡୋରସ ଲିମିଟେଡ଼ ( ଓଏସେ ଏଲ ) ଡିଜିଏମ ,ସୂର୍ଯ୍ୟ ନାରାୟଣ ସାହୁ ଏବଂ କରମ ଚାନ୍ଦ ଥାପର କମ୍ପାନୀ ଅପେରେସନ ମ୍ୟାନେଜର ଶଙ୍ଖ ଶୁଭ୍ର ମିତ୍ର , କେ ସିଟି ମ୍ୟାନେଜର ଦେବପ୍ରିୟ ମହାନ୍ତିଙ୍କୁ ପାରାଦୀପ ପୋର୍ଟ ଅତିଥି ଭବନରେ ପଚରା ଉଚରା କରିଥିଲେ ।
ଏହି ଚଢ଼ାଉ ବେଳେ ସିବିଆଇ ଟିମ ଇଞ୍ଜିିନିୟର ସରୋଜ ଦାସଙ୍କ ଘର ଏବଂ ବନ୍ଦର କ ୍ୱାର୍ଟର୍ସରୁ ପ୍ରାୟ ୮୪ ଲକ୍ଷ ଟଙ୍କା, ସୁନା ଅଳଙ୍କାର ଏବଂ କାଗଜପତ୍ର ଜବତ କରିଛି । ଇଞ୍ଜିନିୟର ସରୋଜ ଦାସଙ୍କ ସମେତ ସୁମନ୍ତ ରାଉତ, ସୂର୍ଯ୍ୟ ନାରାୟଣ ସାହୁ, ଶଙ୍ଖ ଶୁଭ୍ର ମିତ୍ରଙ୍କୁ ଗିରଫ କରିଛି । ପାରାଦୀପ ବନ୍ଦରର ଆର୍ଥିକ ଅନିୟମିତତା କରିଥିବା ଅଭିଯୋଗରେ ଆହୁରି ଅନେକ ଅଧିକାରୀ ସିବିଆଇ ଲେନ୍ସରେ ଅଛନ୍ତି ବୋଲି କୁହାଯାଇଛି । ସେଥିପାଇଁ ସିବିଆଇର ବହୁ ଟିମ ପ୍ରାୟ ୧୫ ଟି ସ୍ଥାନରେ ତଦନ୍ତ ଜାରି ରଖିଛନ୍ତି । ଆଗକୁ ଗିରଫଦାରୀ ସଂଖ୍ୟା ବୃଦ୍ଧି ପାଇବ ବୋଲି କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦରଦାମ ବୃଦ୍ଧି ପ୍ରସଙ୍ଗ :ଦେଶବ୍ୟାପୀ କଂଗ୍ରେସର ବିକ୍ଷୋଭ

ଦରଦାମ ବୃଦ୍ଧି ପ୍ରସଙ୍ଗ :ଦେଶବ୍ୟାପୀ କଂଗ୍ରେସର ବିକ୍ଷୋଭ

Read More...

ଡାଇରିଆ ସମୀକ୍ଷା : ସ୍ଥିତି ନିୟନ୍ତ୍ରଣାଧିନ

ଡାଇରିଆ ସମୀକ୍ଷା : ସ୍ଥିତି ନିୟନ୍ତ୍ରଣାଧିନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page