ଓଡ଼ିଶାରେ ପଶିଲା ଇଡ଼ି : ପ୍ରଭାତଙ୍କ ୩ କୋଟି ୯୨ ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ୍‌

July 30, 2022, ଓଡ଼ିଶା, , Anupambharat News Bureau


ଓଡ଼ିଶାରେ ପଶିଲା ଇଡ଼ି  : ପ୍ରଭାତଙ୍କ ୩ କୋଟି ୯୨  ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ୍‌
Anupambharat News Bureau
July 30, 2022


ଭୁବନେଶ୍ୱର, ୩୦ା୭(ଅନୁପମ ମିଡ଼ିଆ): ପୂର୍ବତନ ବିଧାୟକ ପ୍ରଭାତରଞ୍ଜନ ବିଶ୍ୱାଳଙ୍କ ୩ କୋଟି ୯୨ ଲକ୍ଷ ୨୦ ହଜାର ଟଙ୍କାର ସମ୍ପତ୍ତି ଆଟାଚ୍‌ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ମନି ଲଣ୍ଡରିଂ ଆକଫ ଅନୁଯାୟୀ ତାଙ୍କର ଏହି ସମ୍ପତ୍ତି ଆଟାଚ୍‌ କରାଯାଇଛି । କଂଗ୍ରେସ ଅଧ୍ୟକ୍ଷା ମ୍ୟାଡ଼ମ ସୋନିଆ ଏବଂ ତାଙ୍କ ପୁଅ ରାହୁଲଙ୍କୁ ନାକେଦମ କରୁଥିବା ଇଡ଼ି ପଶ୍ଚିମବଙ୍ଗରେ ଶାସକ ଦଳକୁ ଘାଣ୍ଟୁଥିବା ବେଳେ ଓଡ଼ିଶାରେ ପସିଛି ଏହି ସଂସ୍ଥା । ଫଳରେ ଚିଟ୍‌ଫଣ୍ଡ ଦୁର୍ନୀତିରେ ସମ୍ପୃକ୍ତ ଥିବା କିଛି ନେତାଙ୍କ ରକ୍ତଚାପ ବଢ଼ିବାରେ ଲାଗିଛି ।
ଅଣ ବ୍ୟାଙ୍କିଙ୍ଗ୍‌ ସଂସ୍ଥା ଜରିଆରେ ଟଙ୍କା ଆଦାୟ ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ସରୂପ ପ୍ରଭାତଙ୍କର ଏସବିଆଇ କଟକ ଶାଖାରେ ଥିବା ୨୫ ଲକ୍ଷ ଟଙ୍କା ଆଟାଚ୍‌ ହୋଇଛି । ସେହିପରି ଉତ୍ତର ପ୍ରଦେଶର ନୋଏଡାରେ ଥିବା ମିଡିଆ ଗୁରୁ କନସଲଟାଣ୍ଟସ ପ୍ରାଇଭେଟ ଲିମିଟେଡର ସମ୍ପତ୍ତି ଆଟାଚ୍‌ କରାଯାଇଛି । ଏହି କମ୍ପାନି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆରବିଆଇ) ସହିତ କିମ୍ବା ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜ ଅଫ୍‌ ଇଣ୍ଡିଆରେ ତାଲିକାଭୁକ୍ତ ନୁହେଁ । ଏନଏସଇଆଇ ଏବଂ ଏହିପରି ସର୍ବସାଧାରଣ ଜମା ସଂଗ୍ରହ କରିବାକୁ ଅନୁମତିପ୍ରାପ୍ତ ନୁହେଁ ।
୨୦୦୨ରେ ହୋଇଥିବା ଏତଲା ଆଧାରରେ ଏହି ମାମଲାର ଅନୁସନ୍ଧାନ ଆରମ୍ଭ ହୋଇଥିଲା । ଓଡ଼ିଶାର କ୍ରାଇମ ବ୍ରାଞ୍ଚର ଇକୋନୋମିକ୍‌
ଅଫେନ୍ସ ୱିଙ୍ଗ (ଇଓଡବ୍ଲୁ) ଦ୍ୱାରା ଚାର୍ଜସିଟ୍‌ ଦାଖଲ ହୋଇଥିଲା । ଭାରତୀୟ ଏବଂ ବିଭିନ୍ନ ବିଭାଗ ଅଧୀନରେ ସିବିଆଇ ଦ୍ୱାରା ଦାଖଲ ହୋଇଥିବା ଚାର୍ଜସିଟ୍‌ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜୟନାରାୟଣ ବିରୋଧୀ  ଦଳ ନେତା

ଜୟନାରାୟଣ ବିରୋଧୀ ଦଳ ନେତା

Read More...

ଚିନ୍ତା ବଢ଼ାଉଛି ମଙ୍କିପକ୍ସ  , ପୁଣି ଜଣେ   ସଂକ୍ରମିତ ଚିହ୍ନଟ

ଚିନ୍ତା ବଢ଼ାଉଛି ମଙ୍କିପକ୍ସ , ପୁଣି ଜଣେ ସଂକ୍ରମିତ ଚିହ୍ନଟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page