ଚିନ୍ତା ବଢ଼ାଉଛି ମଙ୍କିପକ୍ସ , ପୁଣି ଜଣେ ସଂକ୍ରମିତ ଚିହ୍ନଟ

July 30, 2022, ଦେଶ, , Anupambharat News Bureau


ଚିନ୍ତା ବଢ଼ାଉଛି ମଙ୍କିପକ୍ସ  , ପୁଣି ଜଣେ   ସଂକ୍ରମିତ ଚିହ୍ନଟ
Anupambharat News Bureau
July 30, 2022


ନୂଆଦିଲ୍ଲୀ,୩୦ା୭:ଭାରତରେ ମଙ୍କିପକ୍ସ ଭୂତାଣୁର ସଂକ୍ରମଣ କ୍ରମେ ଗୋଟିଏ ପରେ ଗୋଟିଏ ଚିହ୍ନଟ ହେଉଥିବା ଦେଖିବାକୁ ମିଳିଛି । ବିଭିନ୍ନ ଦେଶରେ ମଙ୍କିପକ୍ସର ଚିହ୍ନଟ ବହୁ ସଂଖ୍ୟାରେ ବଢ଼ିଯାଇଥିବା ବେଳେ ଭାରତରେ କିନ୍ତୁ ପଞ୍ଚମ ମଙ୍କିପକ୍ସ ଭୂତାଣୁ ଜନିତ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛି । କୋଭିଡ଼-୧୯ କରୋନା ଭୂତାଣୁ ପରେ ପରେ ଭୟଙ୍କର ହେବାରେ ଲାଗିଛି ମଙ୍କିପକ୍ସ । ବିଶ୍ୱସ୍ତରରେ ବିଭିନ୍ନ ଦେଶରେ ପ୍ରାୟ ୧୬୦ ହଜାରୁ ଅଧିକ ଏଭଳି ମଙ୍କିପକ୍ସ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଭାରତରେ ଏଭଳି ମଙ୍କିପକ୍ସ ଆକ୍ରାନ୍ତ ସଂଖ୍ୟା ୫ରେ ପହଞ୍ଚିଛି । ଏହି ପଞ୍ଚମ ଆକ୍ରାନ୍ତ ଜଣକ ହିମାଚଳ ପ୍ରଦେଶର ସୋଲେନ ଅଞ୍ଚଳର ବୋଲି ଜଣାପଡ଼ିଛି । କି;ୁ ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ସମ୍ପୃକ୍ତ ବ୍ୟକ୍ତିଙ୍କର କୌଣସି ବୈଦେଶିକ ଭ୍ରମଣ ବିବରଣୀ ନାହିଁ, ଯାହାକି ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି । ସମ୍ପୃକ୍ତ ଆକ୍ରାନ୍ତଙ୍କ ନମୁନା ପରୀକ୍ଷା ପାଇଁ ପୁନେସ୍ଥିତ ନ୍ୟାସନାଲ ଇନଷ୍ଟିଚୁ୍ୟଟ ଅଫ ବାୟୋଲୋଜିକୁ ପଠାଇ ଦିଆଯାଇଛି ।
ପ୍ରାୟ ୨୧ ଦିନ ପୂର୍ବେ ଆକ୍ରାନ୍ତଙ୍କ ନିକଟରେ ମଙ୍କିପକ୍ସ ଲକ୍ଷଣ ଦେଖାଯାଇଥିଲା । ପରୀକ୍ଷା ପରେ ତାହା ପଜିଟିଭ ବାହାରିଥିଲା । ଏବେ ତାଙ୍କୁ ଆଇସୋଲେସନରେ ରଖାଯାଇଥିବା ବେଳେ ସେ ସୁସ୍ଥ ଥିବା ଜଣାଯାଇଛି । ଏଥିସହ ଆଖପାଖ ଅଞ୍ଚଳ ଉପରେ ତୀକ୍ଷଣ ନଜର ରଖାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ କହିଛନ୍ତି । ସୂଚନାଯୋଗ୍ୟ, ଦେଶରେ ମଙ୍କିପକ୍ସର ମାମଲା ଧୀରେ ଧୀରେ ବଢ଼ୁଥିବା ବେଳେ କେନ୍ଦ୍ର ସରକାର ଏହାର ନିୟନ୍ତ୍ରଣ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି । ମଙ୍କିପକ୍ସ ରୋଗୀ ଏବଂ ସେମାନଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନଙ୍କ ପାଇଁ ନିର୍ଦ୍ଦେଶାବଳି ଜାରି ହୋଇଛି । ସମ୍ପୂର୍ଣ୍ଣ ସୁସ୍ଥ ହେବା ସହ ସମସ୍ତ ଘା ଶୁଖିବା ପର୍ଯ୍ୟନ୍ତ ସଂକ୍ରମିତ ରୋଗୀ ସଙ୍ଗରୋଧରେ ରହିବେ ରୋଗୀ । ତିନି ଥାକିଆ ମାସ୍କ ପିନ୍ଧିବେ । ଶରୀରରେ ହୋଇଥିବା ଘା ଓ ବଥ ଗୁଡିକୁ ଯଥା ସମ୍ଭବ ଘୋଡାଇ ରଖିବା ଉଚିତ । ସଂକ୍ରମିତ ମଙ୍କିପକ୍ସ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ୨୧ ଦିନ ଆଇସୋଲେସନରେ ରହିବେ ବୋଲି ନିର୍ଦ୍ଦେଶାବଳୀ ଜାରି ହୋଇଛି ।
ଅନ୍ୟପକ୍ଷରେ ଭାରତରେ ଚିହ୍ନଟ ହୋଇଥିବା ପ୍ରଥମ ମଙ୍କିପକ୍ସ ରୋଗୀ ଜଣକ ସୁସ୍ଥ ହୋଇଥିବା ଜଣାପଡିଛି । ସୂଚନାଯେ, କେରଳରୁ ଚିହ୍ନଟ ହୋଇଥିଲେ ଦେଶର ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ରୋଗୀ । ସେ ଚଳିତ ମାସ ୧୪ରେ ଆକ୍ରାନ୍ତ ହେବାରୁ ତାଙ୍କୁ ରାଜ୍ୟର ସରକାରୀ ମେଡିକାଲ କଲେଜରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା । ଏବେ କିଛି ସପ୍ତାହର ଚିକିତ୍ସା ପରେ ସେ ମଙ୍କିପକ୍ସରୁ ସଂପୂର୍ଣ୍ଣ ସୁସ୍ଥ ହୋଇ ସାରିଥିବା କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ସୂଚନା ଦେଇଛନ୍ତି । କେରଳର କୋଲାମରେ ରହୁଥିବା ଏହି ୩୫ ବର୍ଷୀୟ ବ୍ୟକ୍ତିଙ୍କୁ ଆଜି ହିଁ ହସ୍ପିଟାଲରୁ ଡିସଚାର୍ଜ କରାଯିବ ବୋଲି ଜଣାପଡ଼ିଛି । ଏହି ବ୍ୟକ୍ତି ଜଣଙ୍କ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ, ତା’କୁ ନିଶ୍ଚିତ କରିବା ପାଇଁ ୭୨ ଘଣ୍ଟା ମଧ୍ୟରେ ଦୁଇ ଥର ତାଙ୍କର ନମୁନା ପୁଣେର ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲଜିରେ ଟେଷ୍ଟ କରାଯାଇଥିଲା । ଏହି ସମୟରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଏହାପରେ ତାଙ୍କୁ ଦେଶର ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଭାବେ ବିବେଚନା କରାଯାଇ ସରକାରୀ ମେଡିକାଲ କଲେଜରେ ଚିକିତ୍ସା ଯୋଗାଇ ଦିଆଯାଇଥିଲା । ଚିକିତ୍ସା ପରେ ସ୍ପଷ୍ଟ ହେବା ପାଇଁ ତାଙ୍କ ନମୁନାକୁ ପୁଣି ଦୁଇଥର ଟେଷ୍ଟ କରାଯାଇଥିଲା । ଦୁଇ ଥାର ଯାକ ରିପୋର୍ଟ
ନେଗେଟିଭ ଆସିବାରୁ ତାଙ୍କୁ ସୁସ୍ଥ ଘୋଷଣା କରାଯାଇଛି । ଆକ୍ରାନ୍ତ ଜଣଙ୍କ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ଅଛନ୍ତି । ସେହିପରି ତାଙ୍କ ଶରୀରରେ ସୃଷ୍ଟି ହୋଇଥିବା ଫୋଟକା ମଧ୍ୟ ସଂପୂର୍ଣ୍ଣ ଭାବେ ଭଲ ହୋଇଯାଇଛି । ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତଙ୍କ ପରିବାର ଲୋକଙ୍କ ନମୁନା ମଧ୍ୟ ପରୀକ୍ଷା କରାଯାଇଥିଲା, ତେବେ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଓଡ଼ିଶାରେ ପଶିଲା ଇଡ଼ି  : ପ୍ରଭାତଙ୍କ ୩ କୋଟି ୯୨  ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ୍‌

ଓଡ଼ିଶାରେ ପଶିଲା ଇଡ଼ି : ପ୍ରଭାତଙ୍କ ୩ କୋଟି ୯୨ ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ୍‌

Read More...

ବିଧାୟକଙ୍କ ଦରମା ଓ ଭତ୍ତା ବଢ଼ାଅ

ବିଧାୟକଙ୍କ ଦରମା ଓ ଭତ୍ତା ବଢ଼ାଅ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page