ଯୁକ୍ତ ଦୁଇ ରେଜଲଫ : ବିଜ୍ଞାନରେ ୯୪.୧୨%,ବାଣିଜ୍ୟରେ ୮୯.୨୦% ପାସ୍‌

July 27, 2022, ଓଡ଼ିଶା, , Anupambharat News Bureau


ଯୁକ୍ତ ଦୁଇ ରେଜଲଫ : ବିଜ୍ଞାନରେ ୯୪.୧୨%,ବାଣିଜ୍ୟରେ ୮୯.୨୦% ପାସ୍‌
Anupambharat News Bureau
July 27, 2022


ଭୁବନେଶ୍ୱର, ୨୭ା୭(ଅନୁପମ ମିଡ଼ିଆ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ଘୋଷଣା କରିଛନ୍ତି । ବିଜ୍ଞାନରେ ୯୪.୧୨% ଓ ବାଣିଜ୍ୟରେ ୮୯.୨୦% ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି ।
ମନ୍ତ୍ରୀ ଦାଶ କହିଛନ୍ତି ଯେ, ବିଜ୍ଞାନରେ ୭୬ ହଜାର ୬୦୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏଥିରୁ ୭୨,୧୦୬ ଜଣ ପିଲା ପାସ୍‌ କରିଛନ୍ତି । ବାଳକ ପାସ ହାର ୯୩.୮୦ ସହ ୪୫,୫୮୬ ହୋଇଥିଲା ବେଳେ ବାଳିକା ପାସ୍‌ ହାର ୯୪.୫୨ ପ୍ରତିଶତ ଅର୍ଥାତ ୩୨,୫୧୯ । ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ୫୦,୧୫୭, ଦ୍ୱିତୀୟ ଶ୍ରେଣୀରେ ୧୪,୯୩୨ ଓ ତୃତୀୟରେ ୬୯୧୦ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ୧୧୨୪ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି । ୩୯୩ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରେଜଲଫ ଶତପ୍ରତିଶତ ହୋଇପାରିଛି । ଏଥର ନୟାଗଡ଼ ଜିଲ୍ଲାରେ ସର୍ବାଧିକ ୯୯.୧୧ ପ୍ରତିଶତ ଏବଂ କନ୍ଧମାଳ ସର୍ବନିମ୍ନ ୭୬.୮୧ ପ୍ରତିଶତ ପିଲା ପାସ୍‌ କରିଛନ୍ତି । ସେହିପରି ଚଳିତବର୍ଷ ବାଣିଜ୍ୟରେ ୨୩, ୭୨୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ପାସ୍‌ କଲେ ୨୧, ୧୬୫ ଛାତ୍ରଛାତ୍ରୀ । ପାସ୍‌ ହାର ୮୯.୨୦% ରହିଛି । ପ୍ରଥମ ଶ୍ରେଣୀରେ ପାସ୍‌ କରିଛନ୍ତି ମୋଟ ୧୦, ୮୬୩ ପିଲା । ଦ୍ୱିତୀୟ ଶ୍ରେଣୀରେ ୫୦୫୩ ଓ ତୃତୀୟ ଶ୍ରେଣୀରେ ୫୨୪୨ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ବାଳକ ପାସ୍‌ ହାର- ୮୮.୩୨% ରହିଥିବା ବେଳେ ବାଳିକା ପାସ୍‌ ହାର ୯୦.୭୧% ରହିଛି । ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି ୨୭୩ ଛାତ୍ରଛାତ୍ରୀ । ୧୩୪ ଉଚ୍ଚ ମାଧ୍ୟମିକ ସ୍କୁଲର ୧୦୦% ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ବୌଦ୍ଧ ସର୍ବାଧିକ ୧୦୦%, ଦେବଗଡ଼ ସର୍ବନିମ୍ନ ୬୧.୫୩% ପାସ୍‌ କରିଛନ୍ତି ।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦାଶ କହିଛନ୍ତି ଯେ, ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟରେ ବୁଧବାର ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷାଫଳ ପ୍ରକାଶ କରାଯାଇଛି । କଳା ଓ ଧନ୍ଦାମୂଳକ ବିଭାଗର ଉତ୍ତର ଖାତା ମୂଲ୍ୟାୟନ ଶେଷ ହୋଇଛି । ଏବେ ଟାବୁଲେସନ ଜାରି ରହିଛି । ଅଗଷ୍ଟ ୮ ତାରିଖରେ ଉକ୍ତ ଦୁଇ ବିଭାଗର ପରୀକ୍ଷାଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି । ଚଳିତ ବର୍ଷ ରାଜ୍ୟର ୧୧ଶହ ୩୩ଟି ପରୀକ୍ଷା କେନ୍ଦ୍ରରେ ମୋଟ୍‌ ୩ ଲକ୍ଷ ୨୧ ହଜାର ୫୦୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ସେମାନଙ୍କ ମଧ୍ୟରେ କଳାରେ ୨ ଲକ୍ଷ ୧୩ ହଜାର ୪୩୨ ଜଣ ଥିବାବେଳେ ବିଜ୍ଞାନରେ ୭୮ ହଜାର ୭୩, ବାଣିଜ୍ୟରେ ୨୪ ହଜାର ୧୩୬ ଜଣ ଓ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୬୩ ଜଣ ଅଛନ୍ତି । ଚଳିତ ବର୍ଷ ମୂଲ୍ୟାୟନ ନିମନ୍ତେ ଦୁଇ ପ୍ରକାର ପଦ୍ଧତି ଆପଣାଯାଇଥିଲା । ଯେଉଁଥିରେ ପିଲାମାନଙ୍କ ମାର୍କ ଅଧିକ ହେବ, ତାକୁ ସମ୍ପୃକ୍ତ ବିଷୟର ଚୂଡାନ୍ତ ମାର୍କ ଭାବେ ବିଚାର କରାଯାଇଛି । ମହାମାରୀ ପାଇଁ ଲଗାତର ୨ବର୍ଷ ଧରି ଅନଲାଇନ ପରୀକ୍ଷା ପରେ ଏଥର ଅଫଲାଇନ ପରୀକ୍ଷା ଦେଇଥିଲେ ଛାତ୍ରୀଛାତ୍ରୀ । ପରୀକ୍ଷା ଫଳ ଉନ୍ମୋଚନ ସମୟରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ପରିଷଦର ଅଧ୍ୟକ୍ଷ ଅଶ୍ୱିନୀ କୁମାର ମିଶ୍ର, ସ୍ୱତନ୍ତ୍ର ସଚିବ ଶ୍ରୀମତୀ ଙ୍ଗ୭ପୃଷ୍ଠା ଶୁଭଶ୍ରୀ ନନ୍ଦ, ଏସ୍‌ସିଇଆରଟିର ନିର୍ଦ୍ଦେଶକ ରଘୁରାମ ଆୟାର, ଓଏସ୍‌ଡି ତୁଷାରକାନ୍ତି ତ୍ରିପାଠୀ, ପରିଷଦର ସଚିବ ଚିନ୍ମୟୀ କହଁର ଓ ପରୀକ୍ଷା ନିୟନ୍ତ୍ରକ ଡ. ଅଶୋକ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରକାଶ ପାଇଲା  ଓଜେଇଇ ରେଜଲଫ

ପ୍ରକାଶ ପାଇଲା ଓଜେଇଇ ରେଜଲଫ

Read More...

ପୁଣି ଆଜି ସୋନିଆଙ୍କୁ  ଜେରା କରିବ ଇଡି : କଂଗ୍ରେସର ବିରୋଧ, ରାହୁଲ ଅଟକ

ପୁଣି ଆଜି ସୋନିଆଙ୍କୁ ଜେରା କରିବ ଇଡି : କଂଗ୍ରେସର ବିରୋଧ, ରାହୁଲ ଅଟକ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page