ପୁଣି ଆଜି ସୋନିଆଙ୍କୁ ଜେରା କରିବ ଇଡି : କଂଗ୍ରେସର ବିରୋଧ, ରାହୁଲ ଅଟକ

July 26, 2022, ଦେଶ, , Anupambharat News Bureau


ପୁଣି ଆଜି ସୋନିଆଙ୍କୁ  ଜେରା କରିବ ଇଡି : କଂଗ୍ରେସର ବିରୋଧ, ରାହୁଲ ଅଟକ
Anupambharat News Bureau
July 26, 2022


ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନ୍ୟାସନାଲ ହେରାଲï ଖବର କାଗଜର ଆର୍ଥିକ ଠକେଇ ଘଟଣାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଦେଶର ନିରପେକ୍ଷ ଆର୍ଥିକ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ଦୀର୍ଘ ୬ ଘଣ୍ଟା ଧରି ଜେରା କରିଥିଲା ।
ତେବେ ପୁଣି ଏ ସମ୍ପର୍କରେ ତୃତୀୟ ପର୍ଯ୍ୟାୟ ଜେରା କରିବା ପାଇଁ ସମନ ଜାରି କରାଯାଇଛି । ତେଣୁ ସୋନିଆ ପୁଣି ବୁଧବାର ଇଡିରେ ହାଜର ହେବେ । ପୁଅ ରାହୁଲ ଗାନ୍ଧୀ ଏବଂ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସହିତ ପୂର୍ବାହ୍ନ ୧୧ଟା ବେଳେ ତଦନ୍ତକାରୀ ସଂସ୍ଥାର କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଜେରା ଆରମ୍ଭ ହେବା ପରେ ପରେ ରାହୁଲ ଗାନ୍ଧି କଂଗ୍ରେସ ସାଂସଦମାନଙ୍କୁ ନେଇ ସଂସଦ ଠାରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ଏକ ପ୍ରତିବାଦ ଶୋଭାଯାତ୍ରା କରିଥିଲେ ।
କେନ୍ଦ୍ର ସରକାର ଏଭଳି ନିରପେକ୍ଷ ସଂସ୍ଥା ଗୁଡିକର ଅପବ୍ୟବହାର କରି ବିଜେପି ସରକାର କ୍ଷମତା ପ୍ରୟୋଗ କରୁଛି ବୋଲି ରାହୁଲ ନିନ୍ଦା କରିଥିଲେ । ଅନ୍ୟ ପ୍ରକୋଷ୍ଠରେ ପ୍ରିୟଙ୍କା ଗାନ୍ଧି ସୋନିଆଙ୍କ ଉଦ୍ଦେଶ୍ୟରେ ଔଷଧ ନେଇ ଅପେକ୍ଷା କରି ରହିଥିଲେ । ଉକ୍ତ ସମୟରେ ଅର୍ଥାତ୍‌ ୧୧.୧୫ ମିନିଟ୍‌ ସମୟରେ ସୋନିଆଙ୍କ ବୟାନ ରେକର୍ଡ ମଧ୍ୟ କରାଯାଇଥିଲା ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିରୋଧ ପ୍ରଦର୍ଶନ ସମୟରେ ରାହୁଲଙ୍କୁ ପୋଲିସ୍‌ ବିଜୟ ଚୌକ୍‌ ନିକଟରେ ଘେରାଉ କରି ଅଟକ ରଖିଛି । କଂଗ୍ରେସର ସାଂସଦମାନଙ୍କ ଦ୍ୱାରା ସଂସଦରୁ ବିଜୟ ଚୌକ୍‌ ପର୍ଯ୍ୟନ୍ତ ଏହି ପ୍ରଦର୍ଶନ କରାଯାଇଥିଲା । ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାୁ ଦୃଷ୍ଟିରେ ରଖି ଇଡି କାର୍ଯ୍ୟାଳୟ ବାହାର ବ୍ୟାରିକେଡ ବିଛା ଯାଇଥିଲା । କିନ୍ତୁ ଉତ୍ୟକ୍ତ କଂଗ୍ରେସ କର୍ମୀମାନେ ବ୍ୟାରିକେଡ ଭାଙ୍ଗି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଯୁକ୍ତ ଦୁଇ ରେଜଲଫ : ବିଜ୍ଞାନରେ ୯୪.୧୨%,ବାଣିଜ୍ୟରେ ୮୯.୨୦% ପାସ୍‌

ଯୁକ୍ତ ଦୁଇ ରେଜଲଫ : ବିଜ୍ଞାନରେ ୯୪.୧୨%,ବାଣିଜ୍ୟରେ ୮୯.୨୦% ପାସ୍‌

Read More...

ରାଜନେତାଙ୍କ ଫୋନ୍‌ ଟ୍ୟାପିଂ ଅଭିଯୋଗ

ରାଜନେତାଙ୍କ ଫୋନ୍‌ ଟ୍ୟାପିଂ ଅଭିଯୋଗ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page