ମିଡିଆ କଙ୍ଗାରୁ କୋର୍ଟ ଚଳାଇଛି : ସିଜେଆଇ

July 23, 2022, ଦେଶ, , Anupambharat News Bureau


ମିଡିଆ କଙ୍ଗାରୁ କୋର୍ଟ ଚଳାଇଛି : ସିଜେଆଇ
Anupambharat News Bureau
July 23, 2022


ନୂଆଦିଲ୍ଲୀ: ଭାରତରେ ଗଣମାଧ୍ୟମର କାର୍ଯ୍ୟକଳାପର ସୀମା ଟପି ଯାଇଥିବା ସମ୍ପର୍କରେ ହୃଦବୋଧ କରାଇଛନ୍ତି ଭାରତର ମୁଖ୍ୟ ନ୍ୟାୟାଧୀଶ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌ଭି ରମଣା । ବିଭିନ୍ନ ଜାତୀୟ ଗଣମାଧ୍ୟମରେ ହେଉଥିବା ବିତର୍କଙ୍କୁ କଙ୍ଗାରୁ କୋର୍ଟ ସହ ତୁଳନା କରିଛନ୍ତି ଜଷ୍ଟିସ ରମଣା । ଟିଭି ବିତର୍କଗୁଡ଼ିକ କଙ୍ଗାରୁ କୋର୍ଟ ଓ ସୋଶାଲ ମିଡିଆ ଦେଶକୁ ବହୁ ପଛକୁ ନେଇ ଯାଉଛି । ସେମାନେ (ମିଡିଆ) ପକ୍ଷପାତୀ, ତଥ୍ୟହୀନ ଓ ଉଦ୍ଦେଶ୍ୟ ମୂଳକ ପ୍ରଚାର କରୁଥିବା ଜଷ୍ଟିସ ରମନ୍ନା କହିବା ସହ ଗଣମାଧ୍ୟମ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଅଧିକାଂଶ ଜାତୀୟ ଗଣମାଧ୍ୟମ ହିନ୍ଦୁ-ମୁସଲିମ ଉପରେ ନିୟମିତ ବିତର୍କ କରିବା ସହ ଏକ ନିର୍ଦ୍ଧଷ୍ଟ ରାଜନୀତିକ ଦଳର ମୁଖପାତ୍ର ଭାବେ କାମ କରୁଥିବା ବାରମ୍ବାର ଅଭିଯୋଗ ହୋଇ ଆସିଛି । ସେହିପରି ସୋଶାଲ ମିଡିଆରେ ଯିଏ ଯାହା ପାରିଲା ଲେଖୁଛନ୍ତି କିମ୍ବା ନିଜକୁ ଫାଇଦା ଦେଲା ଭଳି ମିଛ କଥାର ପ୍ରଚାର ମଧ୍ୟ କରୁଛନ୍ତି । ଏହାବାଦ ଅଭଦ୍ର ଟିªଣୀ କରିଥିବା ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କ ସମ୍ପର୍କରେ ସୁପ୍ରିମକୋର୍ଟ ଦେଇଥିବା ବୟାନକୁ କିଛି ଲୋକ ସମାଲୋଚନା କରି ବିଚାରପତିମାନଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ । ଏହକୁ ଦୃଷ୍ଟିରେ ରଖି ଜଷ୍ଟିସ ରମଣା ଏପରି ମତ ରଖିଥିବା କୁହାଯାଉଛି । ରାଞ୍ଚିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନ ବିଚାରପତି ଜଷ୍ଟିସ ରମଣା କହିଛନ୍ତି, ସୋଶାଲ ମିଡିଆରେ ବିଚାରପତିମାନଙ୍କ ବିରୋଧରେ ନିର୍ଦ୍ଧଷ୍ଟ ଭାବେ ପ୍ରଚାର କରାଯାଉଛି । ବିଚାରପତିମାନେ ତୁରନ୍ତ ଏହା ଉପରେ ପ୍ରତିକ୍ରିୟା ଦେଇ ନ ପାରନ୍ତି । ଦୟାକରି ଏହାକୁ ଦୁର୍ବଳତା କିମ୍ବା ଅସହାୟତା ଭାବେ କେହି ବିଚାରକୁ ନିଅ;ୁ ନାହିଁ । ନୂଆ ମିଡିଆ ଉପକରଣର ଯଥେଷ୍ଟ ଦକ୍ଷତା ବା କ୍ଷମତା ରହିଛି । କି;ୁ ଯାହା ଜଣାପଡ଼ୁଛି ଏଗୁଡ଼ିକ ଭୁଲ ଓ ଠିକ୍‌, ଭଲ ଓ ମନ୍ଦ, ସତ ଓ ମିଛ ମଧ୍ୟରେ ପାର୍ଥକ୍ୟ ଜାଣି ପାରୁନାହାନ୍ତି । ମାମଲାର ବିଚାର ପ୍ରକ୍ରିୟାକୁ ମିଡିଆ ଟ୍ରାଏଲ ରାସ୍ତା ଦେଖାଇ ନଥାଏ । ଆମେ ଦେଖିବାକୁ ପାଉଛୁ ଯେ ମିଡିଆ ବର୍ତ୍ତମାନ କଙ୍ଗାରୁ କୋର୍ଟ ଚଳାଇଛି । ଏଥିପାଇଁ ଯେକୌଣସି ପ୍ରସଙ୍ଗରେ ଅଭିଜ୍ଞତା ରଖି ମଧ୍ୟ ବିଚାରପତିମାନେ ନିଷ୍ପତ୍ତି ନେବା ବେଳେ ସମସ୍ୟାରେ ପଡ଼ୁଛନ୍ତି । ନ୍ୟାୟ ପ୍ରଦାନ ପ୍ରସଙ୍ଗରେ ତଥ୍ୟହୀନ ଓ ଉଦ୍ଦେଶ୍ୟ ମୂଳକ ବିତର୍କ ଗଣତନ୍ତ୍ରର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସାବିତ ହେଉଛି ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ମିଡିଆ ପକ୍ଷରୁ ପ୍ରଚାର କରୁଥିବା ପକ୍ଷପାତିତା ଯୋଗୁ ଗଣତନ୍ତ୍ର ଦୁର୍ବଳ ହେଉଛି ଓ ବ୍ୟବସ୍ଥାକୁ କ୍ଷତି ପହଞ୍ଚାଉଛି । ଏହି କ୍ରମରେ ନ୍ୟାୟ ପ୍ରଦାନ ମଧ୍ୟ ପ୍ରଭାବିତ ହେଉଛି । ଆପଣମାନଙ୍କର ଆଗଚାଲିଆ ନୀତି ଓ ଦାୟିତ୍ୱହୀନତା ବଳରେ ଆପଣମାନେ ଆମର ଗଣତନ୍ତ୍ରକୁ ଦୁଇ ପାଦ ପଛକୁ ନେଇ ଯାଉଛନ୍ତି । ଏବେ ବି ପ୍ରିଣ୍ଟ ମିଡିଆ କିଛି ମାତ୍ରାରେ ଉତ୍ତରଦାୟିତ୍ୱ ପ୍ରଦର୍ଶନ କରୁଛି । କି;ୁ ବୈଦ୍ୟୁତିକ ଗଣମାଧ୍ୟମ କୌଣସି ପ୍ରକାରର ଉତ୍ତରଦାୟିତ୍ୱ ପ୍ରଦର୍ଶନ କରୁନାହିଁ । ସୋଶାଲ ମିଡିଆରେ ଏହା ଆହୁରି ଖରାପ ବୋଲି ସେ କହିଛନ୍ତି । ସିଜେଆଇ ଜଷ୍ଟିସ ରମନ୍ନା ଗଣମାଧ୍ୟମକୁ ନିଜସ୍ୱ ନିୟମ ପ୍ରଣୟନ କରି ସୀମା ଭିତରେ କାମ କରିବାକୁ ପରାମର୍ଶ ଦେଇଛନ୍ତି । ବୈଦୁ୍ୟତିକ ଗଣମାଧ୍ୟମ ଓ ସୋଶାଲ ମିଡିଆ ଦାୟିତ୍ୱବାନ ହୁଅ;ୁ । ବୈଦୁ୍ୟତିକ ଗଣମାଧ୍ୟମ ପକ୍ଷପାତିତା କରିବା ପରିବର୍ତ୍ତେ ଲୋକଙ୍କୁ ଶିକ୍ଷିତ କରିବା ସହ ଦେଶକୁ ସଂଗଠିତ କରିବା ଦିଗରେ କାର୍ଯ୍ୟ କରୁ ବୋଲି ସେ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଶିକ୍ଷକ ନିଯୁକ୍ତି ଜାଲିଆତି : ରିମାଣ୍ଡରେ ଗଲେ ପାର୍ଥ,  ଗିରଫ ହେଲେ ଅର୍ପିତା

ଶିକ୍ଷକ ନିଯୁକ୍ତି ଜାଲିଆତି : ରିମାଣ୍ଡରେ ଗଲେ ପାର୍ଥ, ଗିରଫ ହେଲେ ଅର୍ପିତା

Read More...

କାଶିପୁର ଝାଡ଼ାବାନ୍ତି ମୃତୁ୍ୟ ଆଠକୁ ବୃଦ୍ଧି

କାଶିପୁର ଝାଡ଼ାବାନ୍ତି ମୃତୁ୍ୟ ଆଠକୁ ବୃଦ୍ଧି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page