କାଶିପୁର ଝାଡ଼ାବାନ୍ତି ମୃତୁ୍ୟ ଆଠକୁ ବୃଦ୍ଧି

July 23, 2022, ଓଡ଼ିଶା, , Anupambharat News Bureau


କାଶିପୁର ଝାଡ଼ାବାନ୍ତି ମୃତୁ୍ୟ ଆଠକୁ ବୃଦ୍ଧି
Anupambharat News Bureau
July 23, 2022


ରାୟଗଡ଼ା, ୨୩ ।୭ (ଅନୁପମ ମିଡିଆ) ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିବା ଆଉ ଜଣକର ମୃତୁ୍ୟ ଘଟିଛି । ଫଳରେ ବ୍ଲକରେ ଝାଡ଼ାବାନ୍ତିଜନିତ ମୃତୁ୍ୟ ସଂଖ୍ୟା ୮ କୁ ବୃଦ୍ଧି ପାଇଛି । ମୃତକ ହେଲେ ଅର୍ଜୁନ ଜାନି । ତାଙ୍କ ଘର ଦୁଡ଼ୁକାବାହାଲ ପଞ୍ଚାୟତ ଅନ୍ତର୍ଗତ ଡେଙ୍ଗାଗୁଡ଼ା ଗ୍ରାମରେ ବୋଲି ଜଣାପଡିଛି । ଗତ ୧୪ ତାରିଖ ରାତିରେ ଟିକିରି ଝଡ଼ିଆସାହିରେ ୩ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ୧୫ ତାରିଖରେ ଦୁଇ ଜଣଙ୍କ ମୃତୁ୍ୟ ଘଟିଥିଲା ।
ଏହାପରେ ୧୬ ତାରିଖରେ ରାୟଗଡ଼ା ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣକର ମୃତୁ୍ୟ ଘଟିଥିଲା । ପରେ ଅନ୍ୟ ଜଣକର ମଧ୍ୟ ମୃତୁ୍ୟ ଘଟିଥିଲା । ଏବେ ଅର୍ଜୁନ ଜାନିଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତୁ୍ୟ ଘଟିଛି । ହଇଜା ସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ କାଶୀପୁରରେ ୨ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇଛି । ଗାଁକୁ ଗାଁ ବୁଲି ଆକ୍ରାନ୍ତଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଉଛନ୍ତି ସ୍ୱାସ୍ଥ୍ୟକର୍ମୀ ଏବଂ ଆଶାକର୍ମୀ । ମେଡ଼ିକାଲ୍‌ ଟିମ୍‌ ବି ମୁତୟନ ହୋଇଛନ୍ତି । ଏହାସତ୍ତେ୍ୱ ଆକ୍ରାନ୍ତଙ୍କ ମୃତୁ୍ୟ ହେବା ଯୋଗୁ ଲୋକେ ଛାନିଆ ହୋଇ ପଡ଼ିଛନ୍ତି । ଅନ୍ୟପକ୍ଷରେ ଦୂଷିତ ଝରଣା ପାଣି ହିଁ ରାୟଗଡ଼ା ଜିଲ୍ଲାର କାଶୀପୁରରେ ବ୍ୟାପିଥିବା ଝାଡ଼ାବାନ୍ତିର କାରଣ ।
ସେଠାରେ ଭିବ୍ରିଓ କଲେରା ବିଜାଣୁ ଠାବ ହୋଇଥିବା ବେଳେ ଏହାର ମୂଳ ସଂକ୍ରମଣ ପାଣି ଉତ୍ସରୁ ହିଁ ଆରମ୍ଭ ହୋଇଛି ବୋଲି ପୂର୍ବରୁ କହିସାରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏହାସତ୍ତେ୍ୱ ଲୋକଙ୍କୁ ବିଶୁଦ୍ଧ ଜଳ ଯୋଗାଣ ପାଇଁ ପ୍ରଶାସନ ପକ୍ଷରୁ ସେପରି ତତ୍ପରତା ପ୍ରକାଶ ପାଉ ନ ଥିବା ଅଭିଯୋଗ ହେଉଛି । ଏବେ ପ୍ରଶାସନ ପକ୍ଷରୁ କାଶୀପୁର ବ୍ଲକର ବିଭିନ୍ନ ଗ୍ରାମକୁ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ହେଉଥିଲେ ବି ତାହା ପର୍ଯ୍ୟାପ୍ତ ହେଉନାହିଁ ।
ଫଳରେ ଲୋକେ ପୁଣି ଥରେ ଝରଣାର ଦୂଷିତ ଜଳ ସଂଗ୍ରହ କରି ବ୍ୟବହାର କରୁଥିବା ଅଭିଯୋଗ ହେଉଛି । ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମିଡିଆ କଙ୍ଗାରୁ କୋର୍ଟ ଚଳାଇଛି : ସିଜେଆଇ

ମିଡିଆ କଙ୍ଗାରୁ କୋର୍ଟ ଚଳାଇଛି : ସିଜେଆଇ

Read More...

 ମଙ୍କିପକ୍ସ ମାମଲା: ଜରୁରୀସ୍ଥିତି ଘୋଷଣା କଲା ଡବ୍ଲୁଏଚ୍‌ଓ

ମଙ୍କିପକ୍ସ ମାମଲା: ଜରୁରୀସ୍ଥିତି ଘୋଷଣା କଲା ଡବ୍ଲୁଏଚ୍‌ଓ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page