୨୦୨୧ରେ ୧.୬୩ ଲକ୍ଷ ଲୋକ ଭାରତ ଛାଡ଼ିଛନ୍ତି : ସର୍ବାଧିକ ଆମେରିକା ନାଗରିକତ୍ୱ ଗ୍ରହଣ କରିଛନ୍ତି

July 20, 2022, ଦେଶ, , Anupambharat News Bureau


୨୦୨୧ରେ ୧.୬୩ ଲକ୍ଷ ଲୋକ ଭାରତ ଛାଡ଼ିଛନ୍ତି :  ସର୍ବାଧିକ ଆମେରିକା ନାଗରିକତ୍ୱ ଗ୍ରହଣ କରିଛନ୍ତି
Anupambharat News Bureau
July 20, 2022


ନୂଆଦିଲ୍ଲୀ : ଭାରତବର୍ଷରେ ଜନସଂଖ୍ୟା ବିସ୍ପୋରକ ଭାବରେ ବୃଦ୍ଧି ପାଉଥିବା ବେଳେ ଏହା ଆଗାମୀ କିଛିବର୍ଷ ପରେ ଚୀନକୁ ବୃହତ୍ତ ଜନସଂଖ୍ୟା ରାଷ୍ଟ୍ର ଠାରୁ ଟପିଯିବ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି । ଅନ୍ୟପକ୍ଷରେ ଦେଶରୁ କେତେକ ନାଗରିକ ଭାରତ ଛାଡି ଅନ୍ୟ ଦେଶାନ୍ତର ହେଉଥିବା ଘଟଣା ମଧ୍ୟ ଗତ କିଛି ବର୍ଷ ମଧ୍ୟରେ ବୃଦ୍ଧି ପାଉଥିବା ଘଟଣା ଲକ୍ଷ୍ୟ କରାଯାଇଛି । ଏହାମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି ଯେ, ଭାରତ ଭଳି ଏକ ଶାନ୍ତିପ୍ରିୟ ଗଣତନ୍ତ୍ର ରାଷ୍ଟ୍ରରୁ ନାଗରିକତ୍ୱ ହରାଇ ଅନ୍ୟ ଦେଶର ନାଗରିକତା ଗ୍ରହଣ କରିବା ପାଇଁ ଲୋକଙ୍କ ଆଗ୍ରହ ବଢ଼ୁଛି । ୨୦୨୧ରେ ରେକର୍ଡ ୧ ଲକ୍ଷ ୬୩ ହଜାର ଲୋକ ନିଜ ଭାରତୀୟ ନାଗରିକତା ଛାଡ଼ିଥିବା ସୂଚନା ଦେଇଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ । ବହୁଜନ ସମାଜପାର୍ଟି ସାଂସଦ ହାଜି ଫଜଲୁର ରେହେମାନଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଗୃହରାଷ୍ଟ୍ରମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ୨୦୧୯ରେ ୧ ଲକ୍ଷ ୪୪ ହଜାର ଜଣ ନିଜର ଭାରତୀୟ ନାଗରିକତା ଛାଡ଼ିଥିବାବେଳେ ୨୦୨୦ରେ ତାହା ୮୫,୨୫୬କୁ ହ ୍ରାସ ପାଇଥିଲା । କରୋନା ମହାମାରୀ ଯୋଗୁଁ ୨୦୨୦ରେ ସଂଖ୍ୟା ହ ୍ରାସ ପାଇଥିଲା । ବିଶେଷକରି ଲକଡାଉନ ଜାରି ହେବା ପରେ କେତେକଙ୍କ ଆବେଦନ ବକେୟା ରହିଥିଲା ଓ ସେଗୁଡ଼ିକୁ ୨୦୨୧ରେ ମଂଜୁର କରାଯିବା ଯୋଗୁଁ ଏହି ବର୍ଷର ଚୂଡ଼ାନ୍ତ ସଂଖ୍ୟା
ରେକର୍ଡ ସ୍ତରରେ ପହଞ୍ଚିଲା ଛଭାରତୀୟ ନାଗରିକତା ଛାଡ଼ିଥିବା ସର୍ବାଧିକ ୭୮,୨୮୪ ଜଣ ଆମେରିକାର ନାଗରିକତା ଗ୍ରହଣ କରିଥିବାବେଳେ ୨୩୫୩୩ ଜଣ ଅଷ୍ଟ୍ରେଲିଆର ନାଗରିକତା ଓ ୨୧,୫୯୭ ଜଣ କାନାଡାର ନାଗରିକତା ଗ୍ରହଣ କରିଛନ୍ତି ବୋଲି ଗୃହ ମନ୍ତ୍ରାଳୟ ତଥ୍ୟରୁ ଜଣାପଡ଼ିଛି । କେଉଁ କାରଣରୁ ଏତେ ସଂଖ୍ୟକ ଲୋକ ଭାରତୀୟ ନାଗରିକତା ଛାଡ଼ୁଛନ୍ତି ବୋଲି କରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ଗୃହରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଯେ ତାହାର କାରଣ ବ୍ୟକ୍ତିଗତ ହୋଇପାରେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୨୪ ଘଣ୍ଟା ମଧ୍ୟରେ ୩ ପୁଲିସ କର୍ମୀଙ୍କୁ ଗାଡ଼ି ଚଢାଇ ହତ୍ୟା

୨୪ ଘଣ୍ଟା ମଧ୍ୟରେ ୩ ପୁଲିସ କର୍ମୀଙ୍କୁ ଗାଡ଼ି ଚଢାଇ ହତ୍ୟା

Read More...

ପାଞ୍ଚ ଦିନ ପ୍ରବଳ ବର୍ଷା

ପାଞ୍ଚ ଦିନ ପ୍ରବଳ ବର୍ଷା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page