ପାଞ୍ଚ ଦିନ ପ୍ରବଳ ବର୍ଷା

July 20, 2022, ଓଡ଼ିଶା, , Anupambharat News Bureau


ପାଞ୍ଚ ଦିନ ପ୍ରବଳ ବର୍ଷା
Anupambharat News Bureau
July 20, 2022


ଭୁବନେଶ୍ୱର, ୨୦ା୭ (ଅନୁପମ ମିଡିଆ): ମୌସୁମୀ ପ୍ରଭାବରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟର କେନ୍ଦୁଝର, ମୟୂରଭଂଜ, ସୁନ୍ଦରଗଡ଼, ଗଂଜାମ, ପୁରୀ, ଜଗତସିଂହପୁର ଓ ଯାଜପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ସହ ପ୍ରବଳ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ସେଥିପାଇଁ ଏହାକୁ ଦୃଷ୍ଟିରେ ରଖି
ଏହି ୭ଟି ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।ସେହିପରି ୨୧ ରୁ ୨୨ ତାରିଖ ମଧ୍ୟରେ ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, ବଲାଙ୍ଗୀର, ବରଗଡ, ସୋନପୁର. ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ବୌଦ୍ଧ, କନ୍ଧମାଳ , ନୟାଗଡ ଓ ଗଂଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଏହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୨୦୨୧ରେ ୧.୬୩ ଲକ୍ଷ ଲୋକ ଭାରତ ଛାଡ଼ିଛନ୍ତି :  ସର୍ବାଧିକ ଆମେରିକା ନାଗରିକତ୍ୱ ଗ୍ରହଣ କରିଛନ୍ତି

୨୦୨୧ରେ ୧.୬୩ ଲକ୍ଷ ଲୋକ ଭାରତ ଛାଡ଼ିଛନ୍ତି : ସର୍ବାଧିକ ଆମେରିକା ନାଗରିକତ୍ୱ ଗ୍ରହଣ କରିଛନ୍ତି

Read More...

ଗୃହରେ ଉଠିଲା ବିହନ ଅଭାବ ପ୍ରସଙ୍ଗ:  ଜଣେ ଲେଖାଁଏ ଶିକ୍ଷକରେ ଚାଲିଛି ୧୬୭୨ ସ୍କୁଲ : ବିଧାନସଭାରେ ଉଦ୍‌ବେଗ

ଗୃହରେ ଉଠିଲା ବିହନ ଅଭାବ ପ୍ରସଙ୍ଗ: ଜଣେ ଲେଖାଁଏ ଶିକ୍ଷକରେ ଚାଲିଛି ୧୬୭୨ ସ୍କୁଲ : ବିଧାନସଭାରେ ଉଦ୍‌ବେଗ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page