ଏଟିଏମ୍‌ରେ ମିଳିବ ଚାଉଳ

July 19, 2022, ଓଡ଼ିଶା, , Anupambharat News Bureau


 ଏଟିଏମ୍‌ରେ ମିଳିବ ଚାଉଳ
Anupambharat News Bureau
July 19, 2022


ବିଧାନସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର ଖର୍ଚ୍ଚ ଦାବି ଗୃହୀତ ହୋଇଛି । ଖାଦ୍ୟ ଯୋଗାଣ ବିଭାଗର ୧୨୦୫ କୋଟି ୩୫ ଲକ୍ଷ ୪୯ ହଜାର ଟଙ୍କା ଏବଂ ସମବାୟ ବିଭାଗର ୧୯୪୧ କୋଟି ୧୪ ଲକ୍ଷ ୧୫ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି । ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏହି ଦୁଇଟି ଖର୍ଚ୍ଚଦାବି ଉପସ୍ଥାପିତ କରିଥିଲେ ।
ଏଣିକି ଓଡ଼ିଶାରେ ଏଟିଏମରୁ ଲୋକଙ୍କୁ ମିଳିବ ଟଙ୍କିକିଆ ଚାଉଳ । ସେହିପରି ୨୪ ଘଣ୍ଟା ରାସନ ଯୋଗାଇ ଦେବା ଲାଗି ଅଲଟାଇମ ଗ୍ରେନ ବ୍ୟବସ୍ଥା ବା ଏଟିଜି ଯୋଜନା ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର । ଖୁବଶୀଘ୍ର ଭୁବନେଶ୍ୱରରୁ ଆରମ୍ଭ ହେବ ଏହି ଯୋଜନାର ପାଇଲଟ ପ୍ରକଳ୍ପ । ଖର୍ଚ୍ଚ ଦାବି ଆଲୋଚନା ବେଳେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ ନାୟକ ଏହି ସୂଚନା ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଖଣି ମାଫିଆଙ୍କ ଗୁଣ୍ଡାରାଜ: ଗାଡି ଚଢ଼ାଇ ଡିଏସ୍‌ପିଙ୍କୁ ହତ୍ୟା

ଖଣି ମାଫିଆଙ୍କ ଗୁଣ୍ଡାରାଜ: ଗାଡି ଚଢ଼ାଇ ଡିଏସ୍‌ପିଙ୍କୁ ହତ୍ୟା

Read More...

ବ୍ରହ୍ମପୁରରେ ମାସ୍କ ବାଧ୍ୟତାମୂଳକ

ବ୍ରହ୍ମପୁରରେ ମାସ୍କ ବାଧ୍ୟତାମୂଳକ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page