ବ୍ରହ୍ମପୁରରେ ମାସ୍କ ବାଧ୍ୟତାମୂଳକ

July 19, 2022, ଓଡ଼ିଶା, , Anupambharat News Bureau


ବ୍ରହ୍ମପୁରରେ ମାସ୍କ ବାଧ୍ୟତାମୂଳକ
Anupambharat News Bureau
July 19, 2022


ବ୍ରହ୍ମପୁର,୧୯ା୭(ଅନୁପମ ମିଡ଼ିଆ): ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ପୁଣି ସ୍ଥିତି ଜାହିର୍‌ କରି ସଂକ୍ରମିତ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇଥିବା ବେଳେ ଆଜି ଏହା ତଳକୁ ଖସିଥିବା ବେଳେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଗତକାଲି ଠାରୁ ପୁଣି କୋଭିଡ୍‌ ନିୟମ ଜାରି କରି ଭିଡ଼କୁ ଏଡ଼ାଇବା, ମାସ୍କ ପରିଧାନ, ପ୍ରତି ଗୁରୁତ୍ୱ ଦିଆଯାଇଥିବା ଜଣାପଡିଛି । ଗତ କିଛି ଦିନ ଧରି କ୍ରମଶଃ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇ ରବିବାର ସଂଖ୍ୟା ୬କୁ ବୃଦ୍ଧି ପାଇଥିବା ବେଳେ ଗତକାଲି ରିପୋର୍ଟ ଅନୁଯାୟୀ ଆଜି ୪କୁ ଖସିଥିବା ଜଣାପଡିଛି । ତଥାପି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ମାସ୍କ ପରିଧାନକୁ ଅଧିକ ଗୁରୁତ୍ୱ ଦେବା ସହ ବିନା ମାସ୍କଧାରୀଙ୍କ ଠାରୁ ଜରିମାନା ଆଦାୟ ପାଇଁ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି । ସେହିପରି ବ୍ୟବସାୟୀକ ପ୍ରତିଷ୍ଠାନରେ ‘ନୋ ମାସ୍କ, ନୋ ଏଣ୍ଟି୍ର’, ‘ନୋ ମାସ୍କ, ନୋ ଗୁଡ୍‌ସ’ ଶୀର୍ଷକ ବୋର୍ଡ଼ ଟାଙ୍ଗିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ପେଟ୍ରୋଲପମ୍ପରେ ବି ମାସ୍କ ନପିନ୍ଧିଥିବା ଲୋକଙ୍କୁ ପେଟ୍ରୋଲ୍‌ ମନା କରିବା ପାଇଁ କୁହାଯାଇଛି । ଏପରିକି ପେଟ୍ରୋଲ୍‌ ପମ୍ପ କର୍ମଚାରୀଙ୍କୁ ବି ମାସ୍କ ପରିଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ବି ମାସ୍କ ପରିଧାନକୁ କଡ଼ାକଡି କରାଯାଇଛି । ଅନ୍ୟ ପକ୍ଷରେ ଦୋକାନ ସମ୍ମୁଖରେ ଭିଡ଼ ନଜମାଇବା ପାଇଁ ବି ମହାନଗର ନିଗମ ପକ୍ଷରୁ ପରାମର୍ଶ ଦିଆଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଏଟିଏମ୍‌ରେ ମିଳିବ ଚାଉଳ

ଏଟିଏମ୍‌ରେ ମିଳିବ ଚାଉଳ

Read More...

ପ୍ରତିଶ୍ରୁତି ପାଣିର ଗାର : ଗଡ଼ିଲାନି ନୂଆ ଟ୍ରେନ୍‌, ୫-ଜି ସ୍ୱପ୍ନ ଏବେ ବି ଅଧୂରା

ପ୍ରତିଶ୍ରୁତି ପାଣିର ଗାର : ଗଡ଼ିଲାନି ନୂଆ ଟ୍ରେନ୍‌, ୫-ଜି ସ୍ୱପ୍ନ ଏବେ ବି ଅଧୂରା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page