ଓଡ଼ିଶାରୁ ଛ’ଜଣଙ୍କୁ ପଦ୍ମ ପୁରସ୍କାର : ପ୍ରତିଭା ରାୟ ପାଇବେ ପଦ୍ମଭୂଷଣ

January 25, 2022, ଓଡ଼ିଶା, , Anupambharat News Bureau


ଓଡ଼ିଶାରୁ ଛ’ଜଣଙ୍କୁ ପଦ୍ମ ପୁରସ୍କାର :   ପ୍ରତିଭା ରାୟ ପାଇବେ ପଦ୍ମଭୂଷଣ
Anupambharat News Bureau
January 25, 2022


ଭୁବନେଶ୍ୱର, ୨୫ ।୧(ଅନୁପମ ମିଡ଼ିଆ): ୨୦୨୧ ବର୍ଷ ପାଇଁ ସମ୍ମାନଜନକ ପଦ୍ମ ପୁରସ୍କାର ମଙ୍ଗଳବାର ଘୋଷଣା ହୋଇଛି । ଉଲ୍ଲେଖନୀୟ ଅବଦାନ ପାଇଁ ୪ ଜଣଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯିବ । ସେହିପରି ୧୭ ଜଣଙ୍କୁ ପଦ୍ମଭୂଷଣ ଓ ୧୦୭ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବ । ଏଥିରେ ଓଡ଼ିଶାରୁ ଛ’ ଜଣ ଅଛନ୍ତି । ବିଶିଷ୍ଟ ଓଡ଼ିଆ ସାହିତି୍ୟକା ପ୍ରତିଭା ରାୟଙ୍କୁ ମିଳିବ ପଦ୍ମଭୂଷଣ ସମ୍ମାନ । ପାରା ଆଥଲେଟ୍‌ ପ୍ରମୋଦ ଭଗତଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ । ସେହିପରି ସମାଜସେବା ପାଇଁ ଶିଶୁ ଅନନ୍ତ ମଠର ମହନ୍ତ ଶ୍ରୀମଦ୍‌ ବାବା ବଳିଆ , ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପାଇଁ ଆଦିତ୍ୟ ପ୍ରସାଦ ଦାଶ, କଳା କ୍ଷେତ୍ରରେ ଅବଦାନ ପାଇଁ ଶ୍ୟାମାମଣୀ ଦେବୀଙ୍କୁ ଏବଂ ସାହିତ୍ୟ ଓ ଶିକ୍ଷା ପାଇଁ ନରସିଂହ ପ୍ରସାଦ ଗୁରୁଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରଯିବ ।ଚାରି ଜଣଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯିବ । ଭାରତର ପ୍ରଥମ ସିଡିଏସ୍‌ ବିପିନ ରାୱତଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ସମ୍ମାନ, ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ, ରାଧେ ଶ୍ୟାମ ଖେମକାଙ୍କୁ ସାହିତ୍ୟ ପାଇଁ ମରଣୋତ୍ତର ପଦ୍ମ ବିଭୂଷଣ, କଳା କ୍ଷେତ୍ରରେ ଅବଦାନ ପାଇଁ ପ୍ରଭା ଆଟ୍ରେଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯିବ । ଗୁଲାମ ନବୀ ଆଜାଦ, ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କୁ ପଦ୍ମଭୂଷଣ, ପାରା ଆଥଲେଟ୍‌ ଦେବେନ୍ଦ୍ର ଝାଝାରିଆ, ସୁନ୍ଦର ପିଚାଇଙ୍କୁ ପଦ୍ମଭୂଷଣ, ସାଇରସ୍‌? ପୁନାୱାଲାଙ୍କୁ ପଦ୍ମଭୂଷଣ ସମ୍ମାନ, ଆଥଲେଟ୍‌ ସୁମିତ ଅଂଟିଲ, ନୀରଜ ଚୋପ୍ରା, ବନ୍ଦନା କାଟରିଆଙ୍କୁ ପଦ୍ମଶ୍ରୀ, କଳା କ୍ଷେତ୍ର ପାଇଁ ଚନ୍ଦ୍ର ପ୍ରକାଶ ଦ୍ୱିବେଦୀଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତି

ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତି

Read More...

ପୋଲରୁ ଖସିିଲା କାର: ସାତ ଡାକ୍ତରୀ ଛାତ୍ର ମୃତ

ପୋଲରୁ ଖସିିଲା କାର: ସାତ ଡାକ୍ତରୀ ଛାତ୍ର ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page