ପୋଲରୁ ଖସିିଲା କାର: ସାତ ଡାକ୍ତରୀ ଛାତ୍ର ମୃତ

January 25, 2022, ଦେଶ, , Anupambharat News Bureau


ପୋଲରୁ ଖସିିଲା କାର: ସାତ ଡାକ୍ତରୀ ଛାତ୍ର ମୃତ
Anupambharat News Bureau
January 25, 2022


ମୁମ୍ବାଇ, ୨୫ା୧: ମଙ୍ଗଳବାର ବଡି ଭୋରରୁ ମହାରାଷ୍ଟ୍ରର ୱାର୍ଦ୍ଧା ଜିଲ୍ଲାର ସେଲସୁରା ନିକଟ ଏକ ବ୍ରିଜରୁ ଏକ କାର ୪୦ ଫୁଟ ତଳକୁ ଖସିପଡିଛି । ଏହି ଦୁର୍ଘଟଣାରେ ସାତ ଜଣ ଡାକ୍ତରୀ ଛାତ୍ରଙ୍କ ମୃତୁ୍ୟ ଘଟିଛି । ପୋଲିସ ସମସ୍ତ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ସାୱାଙ୍ଗି ପୋଲିସ ଘଟଣାର ତଦନ୍ତ କରୁଛି । ଦୁର୍ଘଟଣାରେ ଦୁଃଖ ପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକ ମାନଙ୍କର ସମ୍ପର୍କୀୟଙ୍କୁ ୨-୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ସୂଚନାନୁସାରେ, ସମସ୍ତ ଛାତ୍ର ମାନେ ଜନ୍ମଦିନ ପାଳନ କରିବାକୁ ଦେଓଲି ଯାଇଥିଲେ । ସେଠାରୁ ୱାର୍ଦ୍ଧାକୁ ଫେରୁଥିବାବେଳେ ନୀରଜ ଚୌହାନ ନାମକ ଜଣେ ଯୁବକ କାର ଚଳାଉଥିଲେ । ସେଲସୁରା ଅଞ୍ଚଳର ନଦୀ ସେତୁ ଉପରେ ରାତି ପ୍ରାୟ ଗୋଟାଏ ବେଳେ କାରର ଚାଳକ ହଠାତ୍‌ ନିୟନ୍ତ୍ରଣ ହରାଇଥିଲା ଏବଂ କାରଟି ୪୦ ଫୁଟ ତଳକୁ ଖସିଗଲା । ଏହି କାରଣରୁ କାରଟି ସମ୍ପୂର୍ଣ୍ଣ ଚୁରମାର ହେବା ସହ କାରରେ ଥିବା ସମସ୍ତ ଛାତ୍ର ଘଟଣାସ୍ଥଳରେ ମୃତୁ୍ୟ ବରଣ କରିଥିଲେ । ମୃତକଙ୍କ ମଧ୍ୟରୁ ଅଭିଷେକ ରାହୁଣ୍ଡଗଲେ, ନୀରଜ ଚୌହାନ, ନୀତେଶ ସିଂ, ବିବେକ ନନ୍ଦନ, ପ୍ରତୁ୍ୟଷ ସିଂ, ଶୁଭମ ଜାୟସୱାଲ ଏବଂ ପୱନ ଶକ୍ତି ରହିଥିବା ଜଣାପଡିଛି । ଏମାନଙ୍କ ମଧ୍ୟରୁ ଅଭିଷେକ ଦତା ମେଘେ ମେଡିକାଲ୍‌ କଲେଜର ଛାତ୍ର ହୋଇଥିବା ବେଳେ ଅନ୍ୟମାନେ ସାୱାଙ୍ଗି ମେଡିକାଲ୍‌ କଲେଜର ଛାତ୍ର ଥିଲେ । ଏହି ଘଟଣାରେ ମହାରାଷ୍ଟ୍ରର ତିରୋଡା ବିଧାନସଭା ନିର୍ବାଚନମଣ୍ଡଳୀ ବିଧାୟକ ବିଜୟ ରାହୁଣ୍ଡଗଲଙ୍କ ପୁତ୍ର ଅଭିଷେକଙ୍କ ମଧ୍ୟ ମୃତୁ୍ୟ ଘଟିଛି ।
ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ୱାର୍ଡ ଜିଲ୍ଲା ପୋଲିସ ଅଧିକାରୀ ପୀୟୁଷ ଜଗତାପ, ସବାଙ୍ଗୀ ପୋଲିସ ଷ୍ଟେସନର ପୋଲିସ ଅଧିକାରୀ ମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଓଡ଼ିଶାରୁ ଛ’ଜଣଙ୍କୁ ପଦ୍ମ ପୁରସ୍କାର :   ପ୍ରତିଭା ରାୟ ପାଇବେ ପଦ୍ମଭୂଷଣ

ଓଡ଼ିଶାରୁ ଛ’ଜଣଙ୍କୁ ପଦ୍ମ ପୁରସ୍କାର : ପ୍ରତିଭା ରାୟ ପାଇବେ ପଦ୍ମଭୂଷଣ

Read More...

କରୋନା ଏକ ଅସାଧାରଣ ମୁକାବିଲା : ରାଷ୍ଟ୍ରପତି

କରୋନା ଏକ ଅସାଧାରଣ ମୁକାବିଲା : ରାଷ୍ଟ୍ରପତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page