୨୬ ମାଓବାଦୀ ନିହତ

November 13, 2021, ଦେଶ, , Anupambharat News Bureau


 ୨୬ ମାଓବାଦୀ ନିହତ
Anupambharat News Bureau
November 13, 2021


ନାଗପୁର: ଗତ କିଛି ଦିନର ବ୍ୟବଧାନ ପରେ ପୁଣି ଏକ ବଡ଼ ଧରଣର ମାଓଦମନ ଘଟଣା ସମଗ୍ର ରାଜ୍ୟକୁ ସ୍ତବ୍ଧ କରିଦେଇଛି । ଗୋଟିଏ ଆକ୍ରମଣରେ ସମୁଦାୟ ୨୬ ଜଣ ମାଓବାଦୀ ପୋଲିସ ଏନ୍‌କାଉଣ୍ଟରରେ ଟଳିପଡିଥିବା ଘଟଣା ଘଟିଯାଇଛି । ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲାର କର୍ଚି ଅନ୍ତର୍ଗତ ମାର୍‌ଦିନତୋଳା ଘଞ୍ଚ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ଜାରି ରହିଥିଲା । ସଂଘବଦ୍ଧ ମାଓବାଦୀଙ୍କ ଗତିବିଧି ସମ୍ପର୍କରେ କୌଣସି ସୂତ୍ରରୁ ସୂଚନା ପାଇ ପୋଲିସର ସି-୬୦ ଟିମ୍‌ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ମହାରାଷ୍ଟ୍ରର ପୂର୍ବ ଭାଗରେ ଅବସ୍ଥିତ ତଥା ମୁମ୍ବାଇ ନଗରୀ ଠାରୁ ୯୦୦ କିଲୋମିଟର ଦୂରରେ ଅବସ୍ଥିତ ଉକ୍ତ ଘଞ୍ଚ ଜଙ୍ଗଲରେ ମାଓବାଦୀମାନେ ସେମାନଙ୍କର ନେଟ୍‌ୱାର୍କ ଚଳାଇଥିଲେ । ତେବେ ଉକ୍ତ ଜଙ୍ଗଲରେ ଆଜି ସକାଳୁ ପୋଲିସର ଚଢ଼ଉ ହୋଇଥିଲା । ଛତିଶଗଡ଼ ସୀମାବର୍ତ୍ତି ଅଞ୍ଚଳରେ ଏହି ଜଙ୍ଗଲ ଅବସ୍ଥିତ ଥିବା ଯୋଗୁଁ ମାଓବାଦୀଙ୍କୁ ଖସି ପଳାଇବା ପାଇଁ ଏହା ସୁରକ୍ଷିତ ସ୍ଥାନ ଥିଲା । ତେବେ ଆଜି ପୋଲିସ ପକ୍ଷରୁ ବ୍ୟାପକ ଚଢ଼ାଉ ବେଳେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା । ଘଟଣାସ୍ଥଳରୁ ୨୬ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି ବୋଲି ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ଅଙ୍କିତ ଗୋଏଲ ସୂଚନା ଦେଇଛନ୍ତି । ଶନିବାର ଭୋରରୁ ଉକ୍ତ ଜଙ୍ଗଲରେ ଆରମ୍ଭ ହୋଇଥିବା ଏନକାଉଣ୍ଟରରେ ଏତେ ସଂଖ୍ୟକ ମାଓବାଦୀଙ୍କ ମୁଣ୍ଡ ଗଡ଼ିଛି । ଏବେ ଜଙ୍ଗଲରେ ଏନକାଉଣ୍ଟର ଜାରି ରହିଛି । ସେହିପରି ଗୁଳିମାଡ଼ରେ କେତେକ ମାଓବାଦୀ ଆହତ ହୋଇଥିବା ଖବର ମିଳିଛି । ଏସ୍‌ପି ଗୋୟଲ କହିଛନ୍ତି, ଜଙ୍ଗଲରେ ମାଓବାଦୀମାନେ କ୍ୟାମ୍ପ ଚଳାଇଥିବା ଖବର ମିଳିବା ପରେ ସି-୬୦ କମାଣ୍ଡୋମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ସକାଳ ପ୍ରାୟ ୬.୩୦ରେ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଘଞ୍ଚ ଜଙ୍ଗଲରେ ଦୀର୍ଘ ଘଣ୍ଟା କାଳ ଯବାନମାନେ ମାଓବାଦୀଙ୍କ ସହ ଲଢ଼େଇ କରିଥିଲେ । ଅପରାହ୍ନ ସୁଦ୍ଧା ୨୬ ଜଣ ମାଓବାଦୀଙ୍କ ମୃତୁ୍ୟ ଘଟିଥିବା ସ୍ପଷ୍ଟ ହୋଇଛି । ତେବେ ଉଭୟ ପକ୍ଷରୁ ଗୁଳି ବିନିମୟ ବେଳେ ୪ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି, ସେମାନଙ୍କୁ ହେଲିକାପଫର ଜରିଆରେ ନାଗପୁର ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ, କମାଣ୍ଡୋମାନେ ଏନକାଉଣ୍ଟର ସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଠାବ କରିଛନ୍ତି । ଏବେ ବି ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରଥମ ଓଡ଼ିଆ:  ପ୍ରମୋଦଙ୍କୁ  ଖେଳରତ୍ନ

ପ୍ରଥମ ଓଡ଼ିଆ: ପ୍ରମୋଦଙ୍କୁ ଖେଳରତ୍ନ

Read More...

ବର୍ଷା : ସାତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ବର୍ଷା : ସାତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page