ଭାରତର ଦ୍ୱିତୀୟ ପରାଜୟ

October 31, 2021, କ୍ରୀଡ଼ା ଓ କ୍ରୀଡ଼ାବିତ, , Anupambharat News Bureau


ଭାରତର ଦ୍ୱିତୀୟ ପରାଜୟ
Anupambharat News Bureau
October 31, 2021


ଦୁବାଇ,୩୧ା୧୦: ଚଳିତ ଟି-୨୦ କ୍ରିକେଟ୍‌ ବିଶ୍ୱକପ୍‌ରେ ରବିବାର ଅନୁଷ୍ଠିତ ମ୍ୟାଚରେ ଭାରତ ପ୍ରତିପକ୍ଷ ନୁ୍ୟଜିଲାଣ୍ଡଠାରୁ ଆଠ ’ ୱିକେଟରେ ପରାଜିତ ହୋଇଛି । ଟୁର୍ଣ୍ଣାମେଣ୍ଟରେ ଭାରତର ଏହା ଦ୍ୱିତୀୟ ପରାଜୟ । ପ୍ରଥମ ମ୍ୟାଚରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦି ପାକିସ୍ତାନଠାରୁ ୧୦ ୱିକେଟ୍‌ର ବୃହତ୍ତ ବ୍ୟବଧାନରେ ପରାଜିତ ହୋଇଥିଲା । ଆଜିର ମ୍ୟାଚରେ ବିଜୟୀ ହୋଇ ଟି-୨୦ ବିଶ୍ୱକପ୍‌ରେ ଭାରତ ବିରୋଧରେ ନୁ୍ୟଜିଲାଣ୍ଡ ଏହାର ଅପରାଜୟ ରେକର୍ଡ଼କୁ ବଜାୟ ରଖିଛି । ନିର୍ଦ୍ଧାରିତ ଓଭର ଖେଳି ଭାରତ ୭ ୱିକେଟ୍‌ ହରାଇ ୧୧୦ ରନ୍‌ ସଂଗ୍ରହ କରିଥିଲା । ଏହି ଫର୍ମାଟ ବିଶ୍ୱକପ୍‌ରେ ବିରାଟ ବାହିନୀର ଏହା ଦ୍ୱିତୀୟ କମ୍‌ ସ୍କୋର ରହିଥିଲା । ୧୧୧ ରନ୍‌ର ବିଜୟ ଲକ୍ଷ୍ୟକୁ ନୁ୍ୟଜିଲାଣ୍ଡ ମାତ୍ର ଦୁଇ ୱିକେଟ୍‌ ହରାଇ ୧୪.୩ ଓଭରରେ ସଂଗ୍ରହ କରିନେଇଥିଲା । ଟସ୍‌ ଜିଣି ନୁ୍ୟଜିଲାଣ୍ଡ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଅଧିନାୟକ ୱିଲିୟମ୍ସଙ୍କ ଏହି ନିଷ୍ପତ୍ତିକୁ ଦଳୀୟ ବୋଲର ଯଥାର୍ଥ ସ୍ୱାବ୍ୟସ୍ତ କରିଥିଲେ । ଭାରତ ଆଜିର ମ୍ୟାଚରେ ପ୍ରାରମ୍ଭିକ ବ୍ୟାଟିଂ କ୍ରମରେ ପରିବର୍ତ୍ତନ କରିଥିଲା । ନିୟମିତ ଓପନା ରୋହିତଙ୍କ ପରିବର୍ତ୍ତେ ଇସାନ କିଷାନ କ୍ରିଜ୍‌କୁ ଓହ୍ଳାଇଥିଲେ । ତେବେ ସେ ବେଶି ସମୟ କ୍ରିଜ୍‌ରେ ରହିପାରିନଥିଲେ । ଗୋଟିଏ ଜୀବନଦାନ ପାଇଥିଲେ ସୁଦ୍ଧା ରୋହିତ ଏହର ସଦୁପଯୋଗ କରିପାରିନଥିଲେ । ନିୟମିତ ବ୍ୟବଧାନରେ ଦଳ ୱିକେଟ ହରାଇବାରେ ଲାଗିଥିଲା । ପ୍ରାୟ ବ୍ୟାଟସମ୍ୟାନ ବଡ଼ ସଟ ମାରିବାକୁ ଯାଇ ବାଉଣ୍ଡି୍ର ଲାଇନ ପାଖରେ ନୁ୍ୟଜିଲାଣ୍ଡ ଖେଳାଳିଙ୍କ ହାତକୁ କ୍ୟାଚ ଦେଇ ପାଭିଲିୟନ ଫେରିବାରେ ଲାଗିଥିଲେ । ତେବେ ଜାଡ଼େଜା ଶେଷ ପର୍ଯ୍ୟନ୍ତ ନଟଆଉଟ ରହି କିଛି ଖୋଲା ସଟ୍‌ ମାରିବା ଯୋଗୁ ଦଳ ୧୦୦ ରନ୍‌ ପାର କରିଥିଲେ ସୁଦ୍ଧା ଚ୍ୟାଲେଞ୍ଜିଂ ସ୍କୋର ଛିଡ଼ା କରାଇବାରେ ବିଫଳ ହୋଇଥିଲା । ୧୧୧ରନ୍‌ର ବିଜୟ ଲକ୍ଷ୍ୟକୁ ନୁ୍ୟଜିଲାଣ୍ଡ ସହଜରେ ହାସଲ କରି ନେଇଥିଲା । ଓପନର ମିଚେଲ୍‌ ୪୯ ରନ୍‌ କରି ଆଉଟ ହୋଇଥିବା ବେଳେ ଅଧିନାୟକ ୱିଲିୟମ୍ସ ଶେଷ ପର୍ଯ୍ୟନ୍ତ ୩୩ ରନ୍‌ କରି ଅପରାଜିତ ରହିବା ସହ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିବା ବିଜୟ ହାସଲ କରି ନେଇଥିଲେ । ବ୍ୟାଟିଂ ଭଳି ଭାରତୀୟ ବୋଲିଂ ଲାଇନ ମଧ୍ୟ ଆଜି ସମ୍ପୂର୍ଣ୍ଣ ନିରାଶ ରହିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଲ୍‌ ପୈଠ ସତ୍ତେ୍ୱର୍ କଟିଲା ଲାଇନ : ରୋଗୀଣା ମା’ଙ୍କୁ ଟ୍ରଲିରେ ବୋହିଲା ପୁଅ

ବିଲ୍‌ ପୈଠ ସତ୍ତେ୍ୱର୍ କଟିଲା ଲାଇନ : ରୋଗୀଣା ମା’ଙ୍କୁ ଟ୍ରଲିରେ ବୋହିଲା ପୁଅ

Read More...

ଦୀପାବଳୀ ପରେ ଖୋଲିପାରେ ପ୍ରଥମରୁ ସପ୍ତମ ସ୍କୁଲ

ଦୀପାବଳୀ ପରେ ଖୋଲିପାରେ ପ୍ରଥମରୁ ସପ୍ତମ ସ୍କୁଲ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page