ଦୀପାବଳୀ ପରେ ଖୋଲିପାରେ ପ୍ରଥମରୁ ସପ୍ତମ ସ୍କୁଲ

October 31, 2021, ଓଡ଼ିଶା, , Anupambharat News Bureau


ଦୀପାବଳୀ ପରେ ଖୋଲିପାରେ ପ୍ରଥମରୁ ସପ୍ତମ ସ୍କୁଲ
Anupambharat News Bureau
October 31, 2021


ଦୀପାବଳୀ ପରେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିପାରେ ସ୍କୁଲ୍‌ । କରୋନା ତୃତୀୟ ଲହର ଆସିବା ସମ୍ଭାବନା କମି କମି ଆସିଲାଣି । ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ସ୍କୁଲ୍‌ରେ ହେଉଛି । ତେଣୁ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ମଧ୍ୟ ସ୍କୁଲ୍‌ ଖୋଲିବାକୁ ସରକାର ତୁରନ୍ତ ନିଷ୍ପତ୍ତି ନେବେ । ଦୀପାବଳି ପରେ ଯେକୌଣସି ସମୟରେ ସରକାର ଏନେଇ ନିଷ୍ପତ୍ତି ନେଇପାରନ୍ତି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ମନ୍ତ୍ରୀ ଦାଶ କହିଛନ୍ତି ଯେ, ଏକକାଳୀନ ପ୍ରଥମରୁ ସପ୍ତମ ଶ୍ରେଣୀ ଖୋଲିବା ଠିକ୍‌ ହେବନି । ତେଣୁ ପର୍ଯ୍ୟାୟକ୍ରମେ ଏଗୁଡ଼ିକୁ ଖୋଲିବାକୁ ବିଚାର କରାଯାଉଛି ।
ସୂଚନାଯୋଗ୍ୟ, ଏବେ ରାଜ୍ୟରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଯଥାକ୍ରମେ ସ୍କୁଲ୍‌ ତଥା କଲେଜ ଯାଉଛନ୍ତି । ଶ୍ରେଣୀ ଗୃହରେ ସେମାନଙ୍କ ପାଠପଢ଼ା ହେଉଛି । ସେହିପରି ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ମଧ୍ୟ ଶ୍ରେଣୀ ଗୃହରେ ପାଠପଢ଼ା ହେଉଛି । ନଭେମ୍ବର ପହିଲାରୁ ୟୁଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ମଧ୍ୟ ଶ୍ରେଣୀ ଗୃହରେ ହେବ । ସେହିଭଳି ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ନଭେମ୍ବର ୧୫ରୁ ପିଜି ପ୍ରଥମ ବର୍ଷର ପାଠପଢ଼ା ମଧ୍ୟ ଶ୍ରେଣୀ ଗୃହରୁ ଆରମ୍ଭ ହେବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭାରତର ଦ୍ୱିତୀୟ ପରାଜୟ

ଭାରତର ଦ୍ୱିତୀୟ ପରାଜୟ

Read More...

ନଭେମ୍ବର ଗାଇଡ୍‌ଲାଇନ୍‌ : ସହରାଞ୍ଚଳରେ ନାଇଟ କର୍ଫୁ୍ୟ ଜାରି

ନଭେମ୍ବର ଗାଇଡ୍‌ଲାଇନ୍‌ : ସହରାଞ୍ଚଳରେ ନାଇଟ କର୍ଫୁ୍ୟ ଜାରି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page