ମନମୋହନ ଅସୁସ୍ଥ

October 13, 2021, ଦେଶ, , Anupambharat News Bureau


ମନମୋହନ ଅସୁସ୍ଥ
Anupambharat News Bureau
October 13, 2021


ନୂଆଦିଲ୍ଲୀ,୧୩ା୧୦: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ. ମନମୋହନ ସିଂହ ଆଜି ହଠାତ ଅସୁସ୍ଥ ହୋଇପଡିଛନ୍ତି । ତାହାଙ୍କ ଅସୁସ୍ଥ ସମ୍ପର୍କରେ ଜଣାପଡିବା ପରେ ତୁରନ୍ତ ଡଃ. ସିଂଙ୍କୁ ରାଷ୍ଟ୍ରୀୟ ରାଜଧାନୀ ନଗରୀ ନୂଆଦିଲ୍ଲୀସ୍ଥିତ ଖ୍ୟାତନାମା ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସ(ଏମ୍‌ସ)ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଡକଫର ନୀତୀଶ ନାୟକଙ୍କ ତତ୍ୱାବଧାନରେ ତାଙ୍କର ଚିକିତ୍ସା ଚାଲିଛି । ମିଳିଥିବା ସୂଚନା ଅନୁସାରେ ବୁଧବାର ଭୀଷଣ ଜ୍ୱର ସହ ମନମୋହନ ସିଂ ହଠାତ ନିଶ୍ୱାସ ସେବାରେ ଅସୁବିଧା ଅନୁଭବ କରିଥିଲେ । ଏହା ବ୍ୟତୀତ ତାଙ୍କ ଛାତିରେ ମଧ୍ୟ ଯନ୍ତ୍ରଣା ହୋଇଥିଲା । ଏହାପରେ ତାଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଥିଲା । ତାଙ୍କର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ଏମ୍‌ସ ପକ୍ଷରୁ ଏକ ମେଡିକାଲ୍‌ ଟିମ୍‌ ମଧ୍ୟ ଗଠନ କରାଯାଇଛି । ଏମ୍‌ସ ନିର୍ଦ୍ଦେଶକ ଡକଫର ରଣଦୀପ ଗୁଲେରିଆଙ୍କ ନେତୃତ୍ୱରେ ଏହି ଟିମ୍‌ ଡକଫର ମନମୋହନ ସିଂଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରୁଛି । ସୂଚନାଯୋଗ୍ୟ ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଥିବା ମନମୋହନ ସିଂ ଚଳିତ ବର୍ଷ ଅପ୍ରିଲ ୧୯ରେ କରୋନାରେ ସଂକ୍ରମିତ ହୋଇଥିଲେ । କରୋନା ପଜିଟିଭ ଚିହ୍ନଟ ପରେ ମନମୋହନ ସିଂହଙ୍କୁ ଦିଲ୍ଲୀ ଏମ୍‌ସର ଟ୍ରମା ସେଣ୍ଟରରେ ଭର୍ତ୍ତି କରଯାଇଥିଲା । ଅଭିନନ୍ଦନ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ‘ଅନୁପମ ଭାରତ’ ଏହାର ଅଗଣିତ ପାଠକ/ପାଠିକା, ଲେଖକ/ଲେଖିକା, ବିଜ୍ଞାପନ ଦାତା, ଏଜେଣ୍ଟ, ପ୍ରତିନିଧି ଏବଂ କର୍ମଚାରୀବୃନ୍ଦଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । ଛୁଟି ଦୁର୍ଗାପୂଜା ଉପଲକ୍ଷେ ‘ଅନୁପମ ଭାରତ’ କାର୍ଯ୍ୟାଳୟ ଦୁଇ ଦିନ ୧୪ ଓ ୧୫ ତାରିଖରେ ବନ୍ଦ ରହୁଥିବାରୁ ପରବର୍ତ୍ତୀ ସଂସ୍କରଣ ୧୭ରେ ପ୍ରକାଶ ପାଇବ ।
ପରିଚାଳନା ନିର୍ଦ୍ଦେଶକ





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
‘ପାକିସ୍ତାନ ଇସାରାରେ କଶ୍ମୀରରେ ହିନ୍ଦୁ-ଶିଖ୍‌ଙ୍କୁ ହତ୍ୟା’

‘ପାକିସ୍ତାନ ଇସାରାରେ କଶ୍ମୀରରେ ହିନ୍ଦୁ-ଶିଖ୍‌ଙ୍କୁ ହତ୍ୟା’

Read More...

ରାଜ୍ୟରେ କରୋନା ଉପର ମୁହାଁ : ରେଡ଼ ଜୋନ ଆଡ଼କୁ ଖୋର୍ଦ୍ଧା

ରାଜ୍ୟରେ କରୋନା ଉପର ମୁହାଁ : ରେଡ଼ ଜୋନ ଆଡ଼କୁ ଖୋର୍ଦ୍ଧା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page