ରାଜ୍ୟରେ କରୋନା ଉପର ମୁହାଁ : ରେଡ଼ ଜୋନ ଆଡ଼କୁ ଖୋର୍ଦ୍ଧା

October 13, 2021, ଓଡ଼ିଶା, , Anupambharat News Bureau


ରାଜ୍ୟରେ କରୋନା ଉପର ମୁହାଁ : ରେଡ଼ ଜୋନ ଆଡ଼କୁ ଖୋର୍ଦ୍ଧା
Anupambharat News Bureau
October 13, 2021


ଭୁବନେଶ୍ୱର,୧୩ା୧୦(ଅନୁପମ ମିଡ଼ିଆ): ରାଜ୍ୟରେ କରୋନା ପୁଣି ଥରେ ଉପର ମୁହାଁ ହେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୧୫ ନୂଆ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଗତକାଲିର ଆକ୍ରାନ୍ତ ସଂଖ୍ୟାରେ ଆଉ ୮୬ ଜଣ ଯୋଡ଼ି ହୋଇଛନ୍ତି । ପାର୍ବଣ ଆସନ୍ତା ବର୍ଷ ବି ଆସିବ, ମାତ୍ର ଜୀବନ ପ୍ରଥମେ ରହୁ ବୋଲି ସରକାର ସତର୍କ କରାଇଥିଲେ ସୁଦ୍ଧା ଲୋକେ ବେଫିକର ହୋଇ ଯାଇଥିବାରୁ ସଂକ୍ରମଣରେ ଏଭଳି ବୃଦ୍ଧି ଘଟିଥିବା କୁହାଯାଇଛି । ଗତ ୨୪ ଘଣ୍ଟାର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମଣଙ୍କ ସଂଖ୍ୟା ୧୧,୩୩,୨୮୮ରେ ପହଞ୍ଚିଛି । ସେହିଭଳି ଏହି ଅଦୃଶ୍ୟ ରୋଗ ପୁଣି ସାତ ଜଣଙ୍କ ଜୀବନ ନେଇଛି ।
ଫଳରେ ରାଜ୍ୟରେ କରୋନା ମୃତୁ୍ୟ ସଂଖ୍ୟା ୮୨୬୮କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ଟ୍ୱିଟ୍‌ରୁ ଏହି ସୂଚନା ମିଳିଛି । ଏହି ଆକ୍ରାନ୍ତ ୨୨ ଜିଲ୍ଲାରୁ ହୋଇଥିବା ବେଳେ ୩୫୭ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୨୫୮ ଜଣ ସ୍ଥାନୀୟ ରହିଛନ୍ତି । ଏଥିରୁ ୧୮ ବର୍ଷରୁ କମ ୬୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ଗତ ମଙ୍ଗଳବାର ୬୨,୬୭୫ ନମୁନା ପରୀକ୍ଷା କରାଯାଇଥିବା ବେଳେ ୬୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ମଙ୍ଗଳବାର ରାଜ୍ୟରେ ଆକ୍ରାନ୍ତ ଚାରି ପାଖରେ ରହିଥିବା ବେଳେ ଏହା ପରବର୍ତ୍ତୀ ଦିନ ମାନଙ୍କରେ ଏହି ସଂଖ୍ୟା ପାଞ୍ଚ ଶହ ଉପରେ ରହି ଆସୁଛି । ସ୍ୱାସ୍ଥ୍ୟ ବିଭାଗ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଦ୍ଧାରୁ ସବୁଠାରୁ ଅଧିକ ୩୨୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦୀର୍ଘ ଦିନ ପରେ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ତିନି ଶହ ପାର ହୋଇଛି । ଫଳରେ ଖୋର୍ଦ୍ଧା ଜିଲ୍ଲା ରେଡ଼ ଜୋନ ଆଡ଼କୁ ଗତି କରିବାରେ ଲାଗିଛି । ଏହାପରେ କଟକରେ ୭୨ ଜଣ ଚିହ୍ନଟ ହୋଇଥିବା ବେଳେ ଆଠ ଜିଲ୍ଲା କରୋନା ଶୂନ୍ୟ ରହିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଏବଂ କଟକରୁ ପ୍ରତ୍ୟେକ ଦୁଇ ଜଣ କରୋନା ରୋଗୀଙ୍କ ମୃତୁ୍ୟ ଘଟିଥିବା ବେଳେ ଜଗତସିଂହପୁର, ଯାଜପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାରୁ ପ୍ରତ୍ୟେକ ଜଣେ ଲେଖାଏଁଙ୍କ ମୃତୁ୍ୟ ଘଟିଛି । ତେବେ ରାଜ୍ୟରେ ପୁଣି ଥରେ ସଂକ୍ରମଣ ଉପର ମୁହାଁ ଚିନ୍ତାର କାରଣ ହେବାରେ ଲାଗିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମନମୋହନ ଅସୁସ୍ଥ

ମନମୋହନ ଅସୁସ୍ଥ

Read More...

ଦେଶରେ ଖୋଲିବ  ୧୦୦ ସୈନିକ ବିଦ୍ୟାଳୟ

ଦେଶରେ ଖୋଲିବ ୧୦୦ ସୈନିକ ବିଦ୍ୟାଳୟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page